କନକ ବ୍ୟୁରୋ : ରାଜଧାନୀରେ ଶୌଚାଳୟ ପାଇଁ ହନ୍ତସନ୍ତ ଲୋକେ। ଜନଗହଳିପୂର୍ଣ୍ଣ ପଳାଶୁଣି ଛକରେ ଏଯାଏଁ ତିଆରି ହୋଇ ପାରିଲାନି ଶୌଚାଳୟ। ସାଧାରଣ ଲୋକଙ୍କୁ କେବେ ମୌଳିକ ସୁବିଧା ଯୋଗାଇ ଦେବ ବିଏମ୍‌ସି? ତାକୁ ନେଇ ଉଠିଲା ପ୍ରଶ୍ନ। 

Advertisment

ରାଜଧାନୀ ଭୁବନେଶ୍ଵରର ଅନ୍ୟତମ ପ୍ରବେଶ ପଥ ପଳାସୁଣି ଛକ । ଏହି ଛକ ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । ବସ୍‌ ଷ୍ଟପେଜରେ ଅଟୋ, ବସକୁ ଅପେକ୍ଷା କରି ରହୁଛନ୍ତି। ଏଠାରେ ଫୁଟ୍‌ ଓଭର ବି ଅଛି। ଅନ୍ୟପଟେ ପଳାଶୁଣି କେନାଲ ରୋଡରେ ସପ୍ତାହକୁ ଦୁଇ ଦିନ ହାଟ ବସୁଛି। ଏହି ହାଟ ଉପରେ ହଜାର ହଜାର ଲୋକ ନିର୍ଭର ମଧ୍ୟ କରୁଛନ୍ତି। ଏସବୁ ସତ୍ତ୍ବେ ଲୋକମାନେ ଶୌଚାଳୟ ପାଇଁ ହୀନସ୍ଥା ହେଉଛନ୍ତି। ବିଶେଷ କରି ମହିଳାମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ଅଧିକ ପଢ଼ନ୍ତୁ :କିନ୍ନରଙ୍କୁ ହତ୍ୟାର ପ୍ରତିବାଦ: ରାଜଧାନୀରେ ତାତିଲା କିନ୍ନର ସଂଘ, ହତ୍ୟାକାରୀକୁ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ

ଏହି ସମସ୍ୟାକୁ ନେଇ ସାମାଜିକ ଅନୁଷ୍ଠାନ ଆଞ୍ଜେଲ ଗ୍ରୁପ୍ ବାରମ୍ବାର ବିକ୍ଷୋଭ କରିବା ସହ ବିଏମସିରେ ଲିଖିତ ଅଭିଯୋଗ କରିଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଜଣାଇଛି। ବହୁବାର ଅନୁରୋଧ କରିବା ପରେ ଏନଏଚରୁ ପଳାଶୁଣି କେନାଲ ଆଡକୁ ଯାଇଥିବା ରାସ୍ତା ନିକଟରେ ଶୌଚାଳୟ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଥିଲା। ମାତ୍ର ଉକ୍ତ ସ୍ଥାନ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜାରେ ରହିଛି। କେନାଲ ପୋତି ସେଠାରେ ଏକ ହୋଟେଲ ଚାଲିଛି। ଯାହାକୁ ଉଚ୍ଛେଦ କରିବାକୁ ଆସି ଅନେକ ଥର ଫେଲ ମାରିଛି ବିଏମସି। ଜବରଦଖଲ ଉଚ୍ଛେଦ କରି ନପାରିବାରୁ ୩ ବର୍ଷ ହେବ ଶୌଚାଳୟ ହୋଇପାରୁନି। ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।  ଅନେକ ସମୟରେ ଉଠାଦୋକାନୀଙ୍କ ଜବର ଦଖଲ ଉଚ୍ଛେଦ କରୁଥିବା ବିଏମ୍‌ସୀ କାହିଁକି ଚୁପ୍‌ ବସିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।