କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ବଡ଼ଧରଣର ଚଢ଼ାଉ। ଚଲାଇ ଚଲାଇ ନେଉଥିବା ୧୦୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରି ପୋଲିସ ପାଖରେ ଜିମା ଦେଲେ ଗୋ-ସେବକଙ୍କ ସହ ସ୍ଥାନୀୟ ଲୋକେ । ଗୋ-ମାଫିଆଙ୍କ ଉପରେ ବଡ଼ ଧରଣର ଚଢ଼ାଉ ପରେ ଗୋ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି ସାଧାରଣ ଜନତା। ଚଲାଇ ଚଲାଇ ନେଉଥିବା ୧ହଜାରରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରି ପୋଲିସ ପାଖରେ ଜିମା ଦେଲେ ଗୋ-ସେବକ ସହ ସ୍ଥାନୀୟ ଅଞ୍ଚଳର ଲୋକ। ଏହା ସହ ଏଗାର ଜଣ ଗୋ ଚାଲାଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ। ଗତକାଲି ରାତିରେ ସାରସକଣା ହାଟରୁ କଲିକତା ଅଭିମୁଖେ ଯାଉଥିବା ୪୦୦ ଗୋରୁକୁ ଉଦ୍ଧାର କରିଥିଲେ ବାଙ୍ଗିରିପୋଷି ଗୋ - ସେବକ । ଆଜି ପୁଣି ୬୦୦ରୁ ଉର୍ଦ୍ଧ୍ବ ଗୋ ଉଦ୍ଧାର କରିଛି ଝାରପୋଖରିଆ ଗୋ-ସେବକ । ବିଶେଷ ସୁତ୍ରରୁ ଖବର ପାଇ ଝାରପୋଖରିଆ ମୁଖ୍ୟ ରାସ୍ତାରେ ସ୍ଥାନୀୟ ଲୋକଙ୍କ ସହ ଜଗି ରହିଥିଲା ଗୋ-ସେବକ ଦଳ । ତେବେ ଝାରପୋଖରିଆ ପୁଲିସକୁ ଖବର ଦେଇ ଉଦ୍ଧାର ଗୋରୁକୁ ଜିମା ଦେଇଛନ୍ତି ଗୋ-ସେବକ ସଙ୍ଗଠନର ଯୁବକ । ଏହି ଘଟଣାରେ ଏଗାର ଜଣ ଗୋ ଚାଲାଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ। ଗତକାଲିର କେନ୍ଦୁଝର ପୋଲିସର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିବା ସହିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି।
ଅଧିକ ପଢନ୍ତୁ: ଗୋ ସୁରକ୍ଷା ନାଁରେ ଗୁଣ୍ଡାଗର୍ଦ୍ଦି ; ଚାଷୀଙ୍କୁ ଧରି ନିସ୍ତୁକ ପିଟିଲେ ଗୋ-ରକ୍ଷକ
ଏପଟେ ଗୋ ଚାଲାଣକୁ ମନ୍ତ୍ରୀଙ୍କ ବଡ଼ ବୟାନ । କହିଲେ, ବିଜେପି ସରକାରରେ ଗୋଚାଲାଣକାରୀଙ୍କ ସ୍ଥାନ ନାହିଁ । ୫ଟି ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢ଼ାଉ ହୋଇଛି । ଆଗାମୀ ଦିନରେ ଗୋମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ । ଗତ ସରକାର ରାଜନେତା ଓ ପ୍ରାଶାସନିକ ଅଧିକାରୀଙ୍କ ଛତ୍ର ଛାୟାରେ ଗୋ ମାଫିଆ ମାନେ ସକ୍ରିୟ ଥିଲେ । ଆଠଗଡ଼ ତିଗିରିଆରେ କୁଢ କୁଢ ଗୋ ହାଡ଼, ମୁଣ୍ଡ ମିଳିଲା। ଏଥିରୁ ସ୍ପଷ୍ଟ ଯେ ପୂର୍ବ ସରକାର ସମୟରେ ଅଧିକ ଗୋ ହତ୍ୟା କରାଯାଉଥିଲା। ଏ ସରକାର କିନ୍ତୁ କଡ଼ା ଆଭିମୁଖ୍ୟ ନେଇଛନ୍ତି। ଗୋମାଂସ ଚାଲାଣକାରୀ ସୁଧୁରି ଯାଆନ୍ତୁ। ୧୯୬୦ ଗୋ ହତ୍ୟା ଆଇନ୍ ବଳବତ୍ତର ରହିଛି। ଏଥିରେ ଆହୁରି ସଂସ୍କାର ଆଣିବା ପାଇଁ ସରକାର ଚିନ୍ତା କରୁଛନ୍ତି।
Follow Us