କନକ ବ୍ୟୁରୋ: ଗୋ-ସୁରକ୍ଷା ନାଁରେ ଗୁଣ୍ଡାଗର୍ଦ୍ଦି । ଚାଷୀଙ୍କୁ ଧରି ନିସ୍ତୁକ ପିଟିଲେ ଗୋ-ରକ୍ଷକ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନକୁ ପ୍ରୋତ୍ସାହନ ଦେଉଥିବାବେଳେ ଚାଷୀଙ୍କ ଉପରେ ବଢ଼ିଚାଲିଛି ଗୋରକ୍ଷକଙ୍କ ଅତ୍ୟାଚାର । ସପ୍ତାହକ ଭିତରେ ସାମ୍ନାକୁ ଆସିଲାଣି ଦୁଇ ଦୁଇଟି ଘଟଣା ।
କାମଧେନୁ ଯୋଜନାରେ ଗାଈ, ବାଛୁରୀ କିଣି ନେଉଥିବା ଚାଷୀଙ୍କୁ ଧରି ନିର୍ଦ୍ଧୁମ୍ ପିଟିଲେ ଗୋରକ୍ଷକ ବାହିନୀ ଲୋକ । ଫଳରେ ଜୀବନ ହାରିଲା ନିଷ୍ପାପ ବାଛୁରୀ । ରାଜଧାନୀ ଭୁବନେଶ୍ବର ପଳାଶୁଣୀ ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆନ୍ଧ୍ରରୁ କଟକ ସିଠାଳ ଯାଉଥିବା ଦୁଇଟି ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ ଏଭଳି କାଣ୍ଡ ଘଟାଇଛନ୍ତି ନିଜକୁ ଗୋ ରକ୍ଷକ କହୁଥିବା କିଛି ଦୁର୍ବୃତ୍ତ । ଗୋ-ଚାଲାଣ ସନ୍ଦେହରେ ଚାଷୀଙ୍କୁ ନିବସ୍ତ୍ର କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆକ୍ରମଣର ଶିକାର ହୋଇଥିବା ଚାଷୀ।
ସୂଚନା ଅନୁସାରେ, କଟକ ସିଠାଳ ଅଞ୍ଚଳର କିଛି ଚାଷୀ କାମଧେନୁ ଯୋଜନାରେ ଲୋନ୍ କରି ଆନ୍ଧ୍ରରୁ ଦୁଇଟି ଗାଡ଼ିରେ ଚାରୋଟି ଗାଈ ସାଙ୍ଗକୁ ତିନୋଟି ବାଛୁରୀ କିଣି ଘରକୁ ନେଉଥିଲେ । ମାତ୍ର ପଳାଶୁଣୀ ଛକ ନିକଟରେ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ ଦୁର୍ବୃତ୍ତ । ଏପରିକି ପ୍ରମାଣମୂଳକ କାଗଜକୁ ବି ଜାଲ୍ ବୋଲି କହି ଚାଷୀଙ୍କୁ ନର୍ବସ୍ତ୍ର କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । କିଛିଦିନ ତଳେ ମଧ୍ୟ ଭୁବନେଶ୍ବର ବରମୁଣ୍ଡାରେ ଦେଖିବାକୁ ମିଳିଥିଲା ସମାନ ଘଟଣା । କଟକ ନିଆଳି ଅଞ୍ଚଳର କିଛି ଚାଷୀ ଆନ୍ଧ୍ରରୁ ଗୋରୁ କିଣି ଘରକୁ ନେଉଥିବା ବେଳେ ଗୋରକ୍ଷକମାନେ ଚାଷୀଙ୍କୁ ନିସ୍ତୁକ ପିଟିଥିଲେ । ଏ ସଂପର୍କରେ ମୁହଁ ଖୋଲିବାକୁ ନାରାଜ କମିସନରେଟ୍ ପୁଲିସ
ଗୋଟିଏ ପଟେ କାମଧେନୁ ଯୋଜନାରେ ଚାଷୀଙ୍କୁ ଗୋପାଳନ ଲାଗି ପ୍ରୋତ୍ସାହନ ଦେଉଛନ୍ତି ସରକାର। ଅନ୍ୟପଟେ ଗୋରକ୍ଷକମାନେ ଚାଷୀଙ୍କୁ ମାଡ଼ ମାରୁଛନ୍ତି। ଏଠି ପ୍ରଶ୍ନ ଉଠୁଛି ଚାଷୀ କରିବେ କଣ ? ଚାଷୀଙ୍କୁ ସୁରକ୍ଷା ଦେବ କିଏ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/06/20-2025-09-06-19-31-33.jpg)