Hospital Photograph: (KanakNews)
କନକ ବ୍ୟୁରୋ: ହସ୍ପିଟାଲରେ ଧାଡି ବାନ୍ଧିବା ଯନ୍ତ୍ରଣାରୁ ମୁକ୍ତି । ଏଣିକି ଆଉ କୌଣସି ଡାକ୍ତରଖାନାରେ ଟିକେଟ୍ ପାଇଁ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡିବନି । ଏବେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ମନେ ଘରେ ରହି ଅନଲାଇନ ମାଧ୍ୟମରେ ଦେଶର ଯେକୌଣସି ସରକାରୀ ହସ୍ପିଟାଲ ଚିକିତ୍ସା ନିମନ୍ତେ ବହିର୍ବିଭାଗ ଟିକେଟ୍ ବୁକିଂ କରିପାରିବେ । ଏଥିପାଇଁ ଆୟୁଷମାନ ଭାରତ ପକ୍ଷରୁ ଏକ AI ହେଲଥ୍ ଆପ୍ ବାହାର କରିଛନ୍ତି ଏବଂ ଏହା ହେଉଛି '5eCare' ଆପ୍ । ଯାହା ସମ୍ପୂର୍ଣ୍ଣ ଦେଓମୁକ୍ତ ହୋଇଥିବା ବେଳେ ଲୋକମାନେ ଏହାକୁ ପ୍ଲେଷ୍ଟୋର ରୁ ଖୁବ୍ ସହଜରେ ଡାଉନଲୋଡ କରି ନିଜ ମୋବାଇଲରେ ଇନଷ୍ଟଲ କରିପାରିବେ ।
ଅଧିକ ପଢନ୍ତୁ : ହସ୍ପିଟାଲ ନା ହୋଟେଲ : ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ରହୁଛନ୍ତି ନିର୍ବାଚନ ପାଇଁ ମୁତୟନ ୧୫୦ରୁ ଅଧିକ ସୁରକ୍ଷାକର୍ମୀ
ଏହା ଆପଙ୍କୁ କେବଳ ଜେ' ଟିକେଟ୍ ବୁକିଂରେ ସାହାଯ୍ୟ କରିବ' ତାହା ନୁହେଁ, ଏହା ଆପଙ୍କୁ ଡ଼ାକ୍ତରଙ୍କ ପ୍ରେସକ୍ୟୁସନ୍,ଟେଷ୍ଟ ରିପୋର୍ଟ ଏବଂ ବିଭିନ୍ନ ଓଷଧ କୁ ନେଇ ମଧ୍ୟ ସଠିକ ତଥ୍ୟ ପ୍ରଦାନ କରିବ। ସେହିପରି ଏହି ଆପ ମାଧ୍ୟମରେ ଔଷଧ, ଏଆଇ ମାଧ୍ୟମରେ ଡାକ୍ତର ପରାମର୍ଶ ଭଳି ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ମିଳିପାରିବ । ତେବେ ଏନେଇ ଆଜି ବାରିପଦା ସହର ସ୍ଥିତ MCC ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ '5eCare' ର CEO ଶ୍ରୀ ସୁଦର୍ଶନ ପରିଡ଼ା ନିଜେ ଉପସ୍ଥିତ ରହି ଏହି ଆପ୍ ର ଡେମୋ ଦେବା ସହ ଏହାର ଉପକରିତା ଓ କାର୍ଯ୍ୟକାରିତା ବିଷୟରେ ବିଶେଷ ଆଲୋଚନା କରିଥିଲେ ।
Follow Us