ଆଉ ବ୍ୟବହାର କରିବାନି ପ୍ଲାଷ୍ଟିକ୍‌ ପଲିଥିନ୍‌,  ଝୋଟରେ ତିଆରି ହେବ ପାତ୍ର ଆଉ ପ୍ଲେଟ୍‌

Advertisment

ବ୍ୟବହାର କରିବାନି ପ୍ଲାଷ୍ଟିକ୍‌ । ଗବେଷଣାରେ ସଫଳ ହେଲେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।

Updated On

ବ୍ୟବହାର କରିବାନି ପ୍ଲାଷ୍ଟିକ୍‌ । ଗବେଷଣାରେ ସଫଳ ହେଲେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।

ଅଦ୍ୟତନ ହୋଇଛି
Plastic ban

Plastic ban Photograph: (KanakNews)

କନକ ବ୍ୟୁରୋ:  ପ୍ଲାଷ୍ଟିକ, ପଲିଥିନ ପରିବେଶକୁ ନଷ୍ଟ କରୁଛି । ତଥାପି ଆମେ ଏ ଦୁଇଟି ଯାକ ଜିନିଷକୁ ଦୂରେଇ ପାରୁନେ ।  ଦୈନଦିନ ଜୀବନରେ ଅନେକ ସାମଗ୍ରୀ ବ୍ୟବହାର କରୁଛେ, ଯାହା ପ୍ଲାଷ୍ଟିକ ଓ ପଲିଥିନ ବିନା ବି ତିଆରି ହୋଇପାରିବ । ସେହିଭଳି କିଛି ଉପାୟ ବାହାର କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ।
 
ଚକ ଚକ କରୁଥିବା ପ୍ଲେଟ, ଚାମଚ, ଗଛ ପୋତା ପାତ୍ର ଠାରୁ ନେଇ ପ୍ଲାଏ ଯାଏଁ, ସବୁ ତିଆରି ହୋଇଛି ଝୋଟରୁ । ଆଖିକୁ ଖୁବ୍‌ ସୁନ୍ଦର ଦେଖାଯଉଥିବା ସାମଗ୍ରୀ ପରିବେଶକୁ ବି ସୁସ୍ଥ ରଖିବ । ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଗବେଷଣା କରିଛନ୍ତି । ଅଯଥା ପ୍ଲାଷ୍ଟିକ୍‌ ଓ ପଲିଥିନରୁ ଏସବୁ ତିଆରି ନକରି କମ ଦାମରେ ଝୋଟରୁ ପ୍ରସ୍ତୁତ କରି ସଫଳ ହୋଇଛନ୍ତି ବୋଲି କହିଛନ୍ତି ଗବେଷଣାରତ ଛାତ୍ରଛାତ୍ରୀ । 

 ଅଧିକ ପଢନ୍ତୁ: ପ୍ରକଳ୍ପ ପାଇଁ ବଳି ପଡୁଛି ପ୍ରକୃତି : ପ୍ରାକୃତିକ ପରିବେଶକୁ ନଷ୍ଟ କରି ତିଆରି ହେଉଛି ସୋଲାର ପାୱାର ପ୍ଲାଣ୍ଟ

ଝୋଟ ଆମ ଓଡ଼ିଶାରେ ବହୁଳ ଉତ୍ପାଦନ ହୁଏ । ଝୋଟରୁ ବାହାରୁଥିବା ସୂତାରେ ଅଖା, ବ୍ୟାଗ ତିଆରି ହୁଏ । ଏବେ ଝୋଟରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ ହେଲେ ଚାଷୀ ଦୁଇ ପଇସା ଲାଭ ପାଇବା ସହ ପରିବେଶ ସବୁଜ ସୁନ୍ଦର ରହିପାରିବ। ଖାଲି ସେତିକି ନୁହେଁ, ଏସବୁ ସାମଗ୍ରୀରେ ଖାଦ୍ୟ ଖାଇଲେ କୌଣସି ରୋଗ ହେବାର ସମ୍ଭାବନା ନଥିବା ଗବେଷଣାରୁ ଜଣାଯାଇଛି । ଯେଉଁ ଝୋଟକୁ ଅଦରକାରୀ ବୋଲି କହି ଆମେ ଆଡ଼ ଆଖିରେ ଚାହୁନା, ସେଥିରୁ ଉତ୍ପାଦିତ ସାମଗ୍ରୀ ପରିବେଶକୁ ସୁସ୍ଥ କରିବାରେ ସାହାଯ୍ୟ କରିପାରିବ । ପୁନଶ୍ଚ ପୃଥିବୀ ପାଇଁ ଆମେ ଦେଖୁଥିବା ସ୍ୱପ୍ନ ସାକାର ଦିଗରେ ଏହା ଏକ ପଦକ୍ଷେପ ହୋଇପାରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe