ନୂଆପଡ଼ାରେ ଆଉ ନାହିଁ କୋଳାହଳ; ନିର୍ବାଚନ ସରିବା ପରେ ସଜବାଜ ହେଲେଣି ଦାଦନ

ନୂଆପଡ଼ା ହେଉଛି ରାଜ୍ୟର ଅନ୍ୟତମ ଦାଦନ ପ୍ରବଣ ଜିଲ୍ଲା । କେତେ ନିର୍ବାଚନ ଗଲାଣି, କେତେ ନେତା ଆସିଲେଣି ଗଲେଣି, କିନ୍ତୁ ଜିଲ୍ଲାରେ ଦାଦନ ସମସ୍ୟା ଯେମିତିକୁ ସେମିତି ରହିଛି । ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।

Migrant Labour

Migrant Labour Photograph: (Kanak News)

କନକ ବ୍ୟୁରୋ : ଭୋଟ ଦେବାକୁ ଗାଁକୁ ଆସିଥିଲେ । ଆଉ ଏବେ ନିର୍ବାଚନ ସରିବା ପରେ ପୁଣି ସେହି ଦାଦନ ଖଟିବାକୁ ଯିବେ ନୂଆପଡ଼ା ବାସିନ୍ଦା । ଏଥିପାଇଁ ଦଲାଲ ମଧ୍ୟ ସକ୍ରିୟ ହେଲେଣି । ପ୍ରସ୍ତୁତି ସରିଲେ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବେ ଏହି ଲୋକେ ।

ନୂଆପଡ଼ାରେ ହାଇପ୍ରୋଫାଇଲ ନିର୍ବାଚନ ସରିବା ପରେ ଏବେ ସ୍ଥାନୀୟ ବାସିନ୍ଦାଙ୍କୁ ଘାରିଛି ପେଟପାଟଣା ଚିନ୍ତା । ତେଣୁ ବାହାର ରାଜ୍ୟକୁ ଯିବା ପାଇଁ ସଜବାଜ ହେଲେଣି ଲୋକେ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବାହାରକୁ ଗଲେ ଯେଉଁ ସାମଗ୍ରୀ ନ ମିଳୁଛି ତାକୁ ଆଣି ସାଇତି ରଖୁଛନ୍ତି ନୂଆପଡ଼ାବାସୀ । ବାହାର ରାଜ୍ୟକୁ ଦାଦନ ଖଟେଇବାକୁ ନେବାକୁ ଦଲାଲ ବି ସକ୍ରିୟ ହେଲେଣି । ସବୁ ପ୍ରସ୍ତୁତି ସରିବା ପରେ ରାଜ୍ୟ ବାହାରକୁ ଯିବେ ଲୋକେ ।

ଅଧିକ ପଢ଼ନ୍ତୁ : ନୂଆପଡ଼ା ଫଳାଫଳ, କଂଗ୍ରେସ-ବିଜେପି ମୁହାଁମୁହିଁ; ଭୋଟ୍‌ ଚୋରିର ଅଭିଯୋଗ ଆଣିଲେ ଭକ୍ତ

ନୂଆପଡ଼ା ହେଉଛି ରାଜ୍ୟର ଅନ୍ୟତମ ଦାଦନ ପ୍ରବଣ ଜିଲ୍ଲା । କେତେ ନିର୍ବାଚନ ଗଲାଣି, କେତେ ନେତା ଆସିଲେଣି ଗଲେଣି, କିନ୍ତୁ ଜିଲ୍ଲାରେ ଦାଦନ ସମସ୍ୟା ଯେମିତିକୁ ସେମିତି ରହିଛି । ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ପ୍ରତିବର୍ଷ ନୂଆପଡ଼ାରୁ ହଜାର ହଜାର ଲୋକ ପେଟପାଟଣା ପାଇଁ ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡ଼ୁ, ଛତିଶଗଡ଼, ଗୁଜରାଟ ଯାଇଥାନ୍ତି ।

କିନ୍ତୁ କେବେ ଫେରିବେ ତାର ତାରିଖ ସେମାନେ ଜାଣିନଥାନ୍ତି । ଆଉ ସେଠାରେ ନିର୍ଯାତନାର ଶିକାର ବି ହେଉଛନ୍ତି । ସରକାରୀ ଭାବେ ଜିଲ୍ଲାରେ ୫ ହଜାର ଦାଦନ ଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୩୦ ହଜାରରୁ ଅଧିକ  ହେବ ବୋଲି କୁହାଯାଉଛି । ଆଉ ଏହାକୁ ରୋକିବାକୁ ପ୍ରଶାସନ ପାଖରେ ନିର୍ଦ୍ଦିଷ୍ଟ ଯୋଜନା ବି ନାହିଁ ।

ନୂଆପଡ଼ାରେ ଦାଦାନ ସମସ୍ୟା ଦୀର୍ଘଦିନର । ବିଗତ ସରକାର ଗୁଡିକରେ ଏହାର ସମାଧାନ ପାଇଁ ଉଦ୍ୟମ ହୋଇନଥିଲା । ଏବେ ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ନୂଆ ବିଜେପି ସରକାର କରି କରିବେ ଓ ପେଟପାଟଣା ପାଇଁ ସେମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe