କନକ ବ୍ୟୁରୋ : ଭୋଟ ଦେବାକୁ ଗାଁକୁ ଆସିଥିଲେ । ଆଉ ଏବେ ନିର୍ବାଚନ ସରିବା ପରେ ପୁଣି ସେହି ଦାଦନ ଖଟିବାକୁ ଯିବେ ନୂଆପଡ଼ା ବାସିନ୍ଦା । ଏଥିପାଇଁ ଦଲାଲ ମଧ୍ୟ ସକ୍ରିୟ ହେଲେଣି । ପ୍ରସ୍ତୁତି ସରିଲେ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବେ ଏହି ଲୋକେ ।
ନୂଆପଡ଼ାରେ ହାଇପ୍ରୋଫାଇଲ ନିର୍ବାଚନ ସରିବା ପରେ ଏବେ ସ୍ଥାନୀୟ ବାସିନ୍ଦାଙ୍କୁ ଘାରିଛି ପେଟପାଟଣା ଚିନ୍ତା । ତେଣୁ ବାହାର ରାଜ୍ୟକୁ ଯିବା ପାଇଁ ସଜବାଜ ହେଲେଣି ଲୋକେ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବାହାରକୁ ଗଲେ ଯେଉଁ ସାମଗ୍ରୀ ନ ମିଳୁଛି ତାକୁ ଆଣି ସାଇତି ରଖୁଛନ୍ତି ନୂଆପଡ଼ାବାସୀ । ବାହାର ରାଜ୍ୟକୁ ଦାଦନ ଖଟେଇବାକୁ ନେବାକୁ ଦଲାଲ ବି ସକ୍ରିୟ ହେଲେଣି । ସବୁ ପ୍ରସ୍ତୁତି ସରିବା ପରେ ରାଜ୍ୟ ବାହାରକୁ ଯିବେ ଲୋକେ ।
ଅଧିକ ପଢ଼ନ୍ତୁ : ନୂଆପଡ଼ା ଫଳାଫଳ, କଂଗ୍ରେସ-ବିଜେପି ମୁହାଁମୁହିଁ; ଭୋଟ୍ ଚୋରିର ଅଭିଯୋଗ ଆଣିଲେ ଭକ୍ତ
ନୂଆପଡ଼ା ହେଉଛି ରାଜ୍ୟର ଅନ୍ୟତମ ଦାଦନ ପ୍ରବଣ ଜିଲ୍ଲା । କେତେ ନିର୍ବାଚନ ଗଲାଣି, କେତେ ନେତା ଆସିଲେଣି ଗଲେଣି, କିନ୍ତୁ ଜିଲ୍ଲାରେ ଦାଦନ ସମସ୍ୟା ଯେମିତିକୁ ସେମିତି ରହିଛି । ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ପ୍ରତିବର୍ଷ ନୂଆପଡ଼ାରୁ ହଜାର ହଜାର ଲୋକ ପେଟପାଟଣା ପାଇଁ ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡ଼ୁ, ଛତିଶଗଡ଼, ଗୁଜରାଟ ଯାଇଥାନ୍ତି ।
କିନ୍ତୁ କେବେ ଫେରିବେ ତାର ତାରିଖ ସେମାନେ ଜାଣିନଥାନ୍ତି । ଆଉ ସେଠାରେ ନିର୍ଯାତନାର ଶିକାର ବି ହେଉଛନ୍ତି । ସରକାରୀ ଭାବେ ଜିଲ୍ଲାରେ ୫ ହଜାର ଦାଦନ ଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ୩୦ ହଜାରରୁ ଅଧିକ ହେବ ବୋଲି କୁହାଯାଉଛି । ଆଉ ଏହାକୁ ରୋକିବାକୁ ପ୍ରଶାସନ ପାଖରେ ନିର୍ଦ୍ଦିଷ୍ଟ ଯୋଜନା ବି ନାହିଁ ।
ନୂଆପଡ଼ାରେ ଦାଦାନ ସମସ୍ୟା ଦୀର୍ଘଦିନର । ବିଗତ ସରକାର ଗୁଡିକରେ ଏହାର ସମାଧାନ ପାଇଁ ଉଦ୍ୟମ ହୋଇନଥିଲା । ଏବେ ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ନୂଆ ବିଜେପି ସରକାର କରି କରିବେ ଓ ପେଟପାଟଣା ପାଇଁ ସେମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/18/migrant-labour-2025-11-18-20-15-32.jpg)