କନକ ବ୍ୟୁରୋ : ଖବର ବାଜିଲା ପ୍ରଶାସନର ତତ୍ପରତା ବଢ଼ିଲା। ବ୍ରହ୍ମପୁର ଏମକେସିଜି ମେଡିକାଲରେ ଲମ୍ବା ଧାଡ଼ି ସମ୍ପର୍କରେ ଆମେ ବାରମ୍ବାର ଖବର ପ୍ରସାରଣ କରିଆସିଛୁ। ଏଭଳି ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଅନୁଧ୍ୟାନ କରି ପଦକ୍ଷେପ ନେଇଛନ୍ତି ମେଡିକାଲ କର୍ତ୍ତୁପକ୍ଷ। 

Advertisment

ଅଧିକ ପଢ଼ନ୍ତୁ : ଏମକେସିଜିରେ ପୁଣି ରାଗିଂ ! ବେନାମୀ ଅଭିଯୋଗ ନେଇ ତାତିଲେ ବିଦ୍ୟାର୍ଥୀ

ଏମକେସିଜି ମେଡିକାଲ ଓପିଡିରେ ୧୦ଟି ରୋଗୀ ପଞ୍ଜୀକରଣ କେନ୍ଦ୍ର ଥିଲା। ଏବେ ଆଉ ୫ଗୋଟି ନୂଆ କେନ୍ଦ୍ର ଖୋଲିବ। ଏଥିଲାଗି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । କାଜୁଆଲିଟିରେ ଗୋଟିଏ ପଞ୍ଜୀକରଣ କେନ୍ଦ୍ର ଥିଲା। ଏହାର ସଂଖ୍ୟା ୨କୁ ବୃଦ୍ଧି କରାଯାଇଛି। ସେହିପରି ପୂର୍ବରୁ  ୬ଟି ନିରାମୟ ଔଷଧ ବିତରଣ କେନ୍ଦ୍ର ଥିବା ବେଳେ ପିଏମଆର କୋଠାରେ ନୂଆ କରି ପଞ୍ଜୀକରଣ କେନ୍ଦ୍ର ସହ ଆଉ ୬ଟି ଔଷଧ ବିତରଣ କେନ୍ଦ୍ର ଖୁବଶୀଘ୍ର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ଅଧିକ ପଢ଼ନ୍ତୁ : ଏମକେସିଜିକୁ ଏମ୍ସ ପ୍ଲସ୍ ଘୋଷଣା ପରେ ତତ୍ପରତା ; ସ୍ବାସ୍ଥ୍ୟସେବାରେ ଆସିବ ଉନ୍ନତି

ରେଫରାଲ ହସ୍ପିଟାଲ ଲାଗି ଦକ୍ଷିଣ ଓଡ଼ିଶାର ୧୦ଜିଲ୍ଲା, ଉପକୂଳ ଓଡ଼ିଶାର କିଛି ଜିଲ୍ଲା ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ରୋଗୀ ଏମକେସିଜି ମେଡିକାଲ ଉପରେ ନିର୍ଭର କରନ୍ତି । ପୂର୍ବରୁ ଦୈନିକ ହାରାହାରି ୩ହଜାର ରୋଗୀ ପଞ୍ଜୀକରଣ କରୁଥିବା ବେଳେ ତାହା ବୃଦ୍ଧି ପାଇ ଏବେ ୫ହଜାରରେ ପହଞ୍ଚିଛି । ଏଣୁ ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ୟବସ୍ଥାରେ ସୁଧାର ଆଣିବାକୁ ଚେଷ୍ଟା ଜାରି ରହିଛି। ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।