କନକ ବ୍ୟୁରୋ :ମୟୂରଭଞ୍ଜ ଉପଜିଲ୍ଲାପାଳଙ୍କ ନିକଟକୁ ଆସି ଆସିଲା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଅଭିଯୋଗ । କପ୍ତିପଦା ବ୍ଲକ ଜଡ଼ିଦା ପଞ୍ଚାୟତର ସରପଞ୍ଚ ମିନତୀ ମଢ଼େଇଙ୍କ ବିରୋଧରେ ଅନାସ୍ଥା ଅଭିଯୋଗ ହୋଇଛି । ସରପଞ୍ଚ ମନମୁଖୀ କାମ କରୁଥିବା ଅଭିଯୋଗ ଆଣି ଅନାସ୍ଥା ଆଣିଛନ୍ତି ପଞ୍ଚାୟତର ୧୩ ଜଣ ୱାର୍ଡମେମ୍ୱର । ଅନ୍ୟପଟେ ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନାକଚ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି ପଞ୍ଚାୟତର ଶତାଧିକ ଲୋକ । ତାଙ୍କ ଅଭିଯୋଗ ଅନାସ୍ଥା ପ୍ରସ୍ତାବ ଦେଇଥିବା ୱାର୍ଡ ମେମ୍ବରମାନେ ପଞ୍ଚାୟତରେ ଉନ୍ନୟନ କାମରେ ସହଯୋଗ କରୁନାହାନ୍ତି । ସରପଞ୍ଚଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିବା କହିଛନ୍ତି ପଞ୍ଚାୟତବାସୀ । ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଅନାସ୍ଥା ନାକଚ ନ ହେଲେ ଆଗାମୀ ଦିନରେ ପଞ୍ଚାୟତରେ ଅଚଳାବସ୍ଥା ସୃଷ୍ଟି କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ--ରାଜସ୍ବ ନିରୀକ୍ଷକ ପଦୋନ୍ନତି ନିର୍ଦ୍ଦେଶ ଓଡ଼ିଶା ହାଇକୋର୍ଟରେ ରଦ୍ଦ
ସେପଟେ ଗଞ୍ଜାମ ଜିଲ୍ଲା ପିତଳ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ କାଟ ଖାଇଛି । ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଳକ ପିତଳ ସରପଞ୍ଚ ବିରୋଧୀରେ ଆଜି ଦିନ ୧୧ଟାରେ ଅନାସ୍ଥା ଭୋଟ ଅନୁଷ୍ଠିତ ହୋଇଥିଲା । ତେବେ କୋରମ ଅଭାବରୁ ଅନାସ୍ଥା ଭୋଟ କାଟ ଖାଇଥିବା ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ । ପିତଳ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ କିଛି ୱାର୍ଡ ମେମ୍ବର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଠାରେ ଅନାସ୍ଥା ପାଇଁ ଲିଖିତ ଅଭିଯୋଗ କରିଥିଲେ । ତାହାକୁ ଆଧାର କରି ଆଜି ପ୍ରିଜାଡିଙ୍ଗ ଅଫିସର ରୂପରେ ସେରଗଡ଼ ତହସିଲଦାରଙ୍କ ଉପସ୍ଥିତି ରେ ଭୋଟ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତରେ ମୋଟ ୧୮ ୱାର୍ଡ ରହିଥିବା ବେଳେ ଅନାସ୍ଥା ଭୋଟରେ ୮ ଜଣ ୱାର୍ଡମେମ୍ୱର ଯୋଗ ଦେଇଥିଲେ । କୋରମ ପାଇଁ ଆବଶ୍ୟକ ୧୨ ଜଣ ୱାର୍ଡମେମ୍ୱରଙ୍କ ସଂଖ୍ୟା ନହେବାରୁ ଅନାସ୍ଥା କାଟ ଖାଇଥିବା ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ତଥା ସେରଗଡ଼ ତହସିଲଦାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/01/politics-2025-11-01-16-02-43.jpg)