କାମ ପରେ କୌଣସି କଲ୍ , ଇ-ମେଲ୍ ନାହିଁ;ଲୋକସଭାରେ ଆସିଲା ‘ରାଇଟ୍ ଟୁ ଡିସକନେକ୍ଟ’ ବିଲ୍

Advertisment

ଅଫିସ ସମୟ ବାହାରେ କର୍ମଚାରୀଙ୍କୁ କାମ ସମ୍ପର୍କୀତ କଲ୍ କି ଇମେଲରୁ ଦୂରେଇ ରହିବାକୁ ଅନୁମତି ଦେବା ଉଦ୍ଦେଶ୍ୟରେ ଶୁକ୍ରବାର ଲୋକସଭାରେ ଆଗତ ହୋଇଛି ବିଲ୍ । ଏହି ବିଲ୍ ପ୍ରତ୍ୟେକ କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟ ସମୟ ବାହାରେ ଓ ଛୁଟିଦିନରେ କାର୍ଯ୍ୟ ସମ୍ପନ୍ଧୀୟ କଲ୍ ଓ ଇ-ମେଲରୁ ବିଚ୍ଛିନ୍ନ ହେବାର ଅଧିକାର ଦେବାକୁ ପ୍ରସ୍ତାବ ଦେଇଛି ।

ଅଫିସ ସମୟ ବାହାରେ କର୍ମଚାରୀଙ୍କୁ କାମ ସମ୍ପର୍କୀତ କଲ୍ କି ଇମେଲରୁ ଦୂରେଇ ରହିବାକୁ ଅନୁମତି ଦେବା ଉଦ୍ଦେଶ୍ୟରେ ଶୁକ୍ରବାର ଲୋକସଭାରେ ଆଗତ ହୋଇଛି ବିଲ୍ । ଏହି ବିଲ୍ ପ୍ରତ୍ୟେକ କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟ ସମୟ ବାହାରେ ଓ ଛୁଟିଦିନରେ କାର୍ଯ୍ୟ ସମ୍ପନ୍ଧୀୟ କଲ୍ ଓ ଇ-ମେଲରୁ ବିଚ୍ଛିନ୍ନ ହେବାର ଅଧିକାର ଦେବାକୁ ପ୍ରସ୍ତାବ ଦେଇଛି ।

No Calls after office

No Calls after office Photograph: (kanak news)

କନକ ବ୍ୟୁରୋ : ଆପଣଙ୍କ ସହ ବି ଏମିତି ଅନେକ ସମୟରେ ଘଟିଥିବ । ଅଫିସରେ କାମ କରି ଘରକୁ ଫେରିବା ପରେ ପୁଣି ଯାଇ ଅଫିସରୁ ଆପଣଙ୍କୁ କଲ୍ ଯିବ କି ଇ-ମେଲ ଯିବ , ଘରେ ଆଉ ମନ ଲାଗିବନି । ଟିକେ ଚିନ୍ତା କଲେ ଅଫିସରେ ଅଣନିଃଶ୍ବାସୀ ହୋଇ କାମ କରି ଘରକୁ ରିଲାକ୍ସ ହେବାକୁ  ଫେରିବେ ହେଲେ ଘରେ ବି ଶାନ୍ତି ନଥିବ । ହେଲେ ଏଭଳି ଆଉ ଘଟିବନି , କାରଣ କାମ ସରିବା ପରେ ଆଉ ଆପଣଙ୍କ ପାଖକୁ କଲ୍ କି ମେଲ କିଛି ଯିବନି । ଏଭଳି ଏକ ନିଷ୍ପତ୍ତିକୁ ଆଇନରେ ପରିଣତ କରିବାକୁ ଲୋକସଭାରେ ଆଗତ ହୋଛି ‘ରାଟ୍ ଟୁ ଡିସକନେକ୍ଟ ’ ବିଲ୍ ।

ଅଫିସ ସମୟ ବାହାରେ କର୍ମଚାରୀଙ୍କୁ କାମ ସମ୍ପର୍କୀତ କଲ୍ କି ଇମେଲରୁ ଦୂରେଇ ରହିବାକୁ ଅନୁମତି ଦେବା ଉଦ୍ଦେଶ୍ୟରେ ଶୁକ୍ରବାର ଲୋକସଭାରେ ଆଗତ ହୋଇଛି ବିଲ୍ । ଏହି ବିଲ୍ ପ୍ରତ୍ୟେକ କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟ ସମୟ ବାହାରେ ଓ ଛୁଟିଦିନରେ କାର୍ଯ୍ୟ ସମ୍ପନ୍ଧୀୟ କଲ୍ ଓ ଇ-ମେଲରୁ ବିଚ୍ଛିନ୍ନ ହେବାର ଅଧିକାର ଦେବାକୁ ପ୍ରସ୍ତାବ ଦେଇଛି ।ଏଥିରେ କର୍ମଚାରୀମାନଙ୍କୁ ଏହିପରି ଯୋଗାଯୋଗର ଉତ୍ତର ଦେବାକୁ ମନା କରିବାକୁ ଅନୁମତି ଦେବାରେ ବ୍ୟବସ୍ଥା ମଧ୍ୟ ବିଲରେ ରହିଛି ।  

ଆହୁରି ପଢ଼ନ୍ତୁ : ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍: ଜାଣନ୍ତୁ, କେଉଁଠି କେଉଁଠି?

ଯଦି ଜଣେ କର୍ମଚାରୀ ସମୟ ପରେ ବି ଅଫିସରେ ବାହାରେ କାମ କରନ୍ତି, ତେବେ ସେମାନଙ୍କୁ ସମାନ ହାରରେ ଓଭରଟାଇମ୍ ପାଇଁ ପ୍ରାପ୍ୟ ମିଳିବା ଉଚିତ ବୋଲି ବିଲରେ ପ୍ରସ୍ତାବ ରହିଛି ।  ଏହି  ବିଲରେ କର୍ମଚାରୀଙ୍କ ଅଧିକାର ଏବଂ କଲ୍ୟାଣକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରାଯାଇଛି ।   ଆଜିକା ଫ୍ଲେକ୍ସିବଲ ସିଡ୍ୟୁଲ ଏବଂ ଡିଜିଟାଲ କମ୍ୟୁନିକେସନ୍ ସମୟରେ କର୍ମଚାରୀ ଅଫିସରେ କାମ କରିବା ପରେ ବି ୨୪ ଘଣ୍ଟା ଉପଲବ୍ଧ ରୁହନ୍ତୁ ବୋଲି ବସ୍ ବା ଉପରୀସ୍ଥ ଅଧିକାରୀ ଆଶା କରୁଛନ୍ତି । ଫଳରେ କର୍ମଚାରୀଙ୍କ ପାରିବାରିକ ଜୀବନ ପ୍ରଭାବିତ ହେବା ସହ ସେମାନଙ୍କ ମାନସିକ ତଥା ଶରୀରିକ ସ୍ବାସ୍ଥ୍ର ଉପରେ ମଧ୍ୟ ଏହାର ଅଧିକ ପ୍ରଭାବ ପଡ଼ୁଛି । ଡିଜିଟାଲ ଓ ଟେକ୍ନୋଲେଜି ସୁବିଧା ଦେଇଛି ହେଲେ ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ ଜୀବନକୁ ବି ଅସୁସ୍ଥ କରିପକାଉଛି । ତେଣୁ ‘ରାଇଟ୍ ଟୁ ଡିସକନେକ୍ଟ ବିଲ୍ ’ଆସିବା ନିହାତି ଜରୁରି ବୋଲି କହିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ । 

ଅନ୍ୟ ଏକ ଅନୁରୂପ ବିଲ୍ ‘ଋତୁସ୍ରାବ ସୁବିଧାବିଲ୍, ୨୦୨୪’ କଂଗ୍ରେସ ସାଂସଦ କାଦିୟାମ୍ କାବ୍ୟାଙ୍କ ଦ୍ବାରା ଆଗତ ହୋଇଛି,  ଯାହା ଋତୁସ୍ରାବ ସମୟରେ ମହଳାମାନଙ୍କୁ କର୍ମକ୍ଷେତ୍ରରେ ସୁବିଧା ଓ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି । କର୍ମଜୀବୀ ମହିଳାଙ୍କର ଋତୁସ୍ରାବ ସମୟରେ ନିର୍ଦ୍ଦିଷ୍ଟ ସୁବିଧା ସୁନିଶ୍ଚିତ କରିବାକୁ ଏକ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବାକୁ ଏଲଜେପି ସାଂସଦ ଶାମ୍ଭବୀ ଚୌଧୁରୀ ଗୁରୁତ୍ବ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ : ବିଜେପିକୁ ସୋନିଆଙ୍କୁ ସମାଲୋଚନା ; କହିଲେ, 'ନେହେରୁଙ୍କୁ ନାମ ଲିଭାଇ ଦେବାକୁ ଷଡ଼ଯନ୍ତ୍ର ହେଉଛି'

ଏହାସହ କଂଗ୍ରେସ ସାଂସଦ ମାଣିକମ୍ ଟାଗୋର ତାମିଲନାଡ଼ୁ ସ୍ନାତକୋତ୍ତର ଡାକ୍ତରୀ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET ) ବ୍ୟବସ୍ଥାକୁ ଉଠାଇଦେବାକୁ ବିଲ୍ ଆଗତ କରିଛନ୍ତି । ଏନେଇ ତାମିଲନାଡ଼ୁ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଥିଲେ। ଡିଏମକେ ସାଂସଦ କାନିମୋଝୀ କରୁଣାନିଧି ଭାରତରେ ମୃତ୍ୟୁଦଣ୍ଡକୁ ରଦ୍ଦ କରିବାକୁ ଏକ ବିଲ୍ ଆଗତ କରିଥିଲେ । ଏହାକୁ ଉଚ୍ଛେଦ କରିବାକୁ ବାରମ୍ବାର ଦାବି ହୋଇଥିବାବେଳେ କିଛି କ୍ଷେତ୍ରରେ ଏହା ଜରୁରି ବୋଲି କହି ଏହି ବିଏଲକୁ ବିରୋଧ କରିଛନ୍ତି କିଛି ସାଂସଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe