କନକ ନ୍ୟୁଜ୍‌ : କଙ୍ଗାରୁ କୋର୍ଟରେ ଲାଗୁନି ବ୍ରେକ୍ । ସପ୍ତାହେ ଭିତରେ ଦୁଇ ଦୁଇଟି ଘଟଣା ମାନବ ସମାଜକୁ ଲଜ୍ଜିତ କରିଛି । ବାଲେଶ୍ୱରରେ ଯୁବକଙ୍କୁ ମାଡ଼ ମାରି ଘୋଷାଡ଼ି ଫାଣ୍ଡି ଆଗରେ ଫିଙ୍ଗି ଦେଇଥିଲେ । ଏହାର ୪ ଦିନ ନପୂରୁଣୁ କଳାହାଣ୍ଡିରୁ ଆସିଛି ଆଉ ଏକ ଘଟଣା । ବୃଦ୍ଧଙ୍କୁ ଅଧାଲଣ୍ଡା କରି ଚପଲ ମାଳ ପିନ୍ଧାଇ ରାସ୍ତାରେ ବୁଲାଇଛନ୍ତି ଲୋକ ।

Advertisment

କଳାହାଣ୍ଡି ଭବାନୀପାଟଣାରେ ମଣିଷକୁ କରାଯାଇଛି ପଶୁ ପରି ବ୍ୟବହାର । ବୃଦ୍ଧଙ୍କୁ ଅଧା ଲଣ୍ଡା କରି ଚପଲମାଳ ପିନ୍ଧାଇ ଗାଁଦାଣ୍ଡରେ ବୁଲାଯାଇଛି । ଅଭିଯୋଗ ହୋଇଛି, ବାଦିଲି ଗାଁର ଜଣେ ମହିଳା ନଳକୂପକୁ ପାଣି ନେବାକୁ ଆସିଥିବା ବେଳେ ଜଣେ ବୃଦ୍ଧ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ପରିବାର ଲୋକ ଗାଁଲୋକଙ୍କୁ ଅବଗତ କରିବା ପରେ ବସିଥିଲା କଙ୍ଗାରୁ କୋର୍ଟ । ଆଉ କୋର୍ଟର ନିଷ୍ପତ୍ତି ଅନୁସାରେ ଦିନ ଦ୍ୱିପହରେ ଆଇନକୁ ହାତକୁ ନେଇଛନ୍ତି ଲୋକ ।

ଅଧିକ ପଢ଼ନ୍ତୁ : ପରକୀୟା ପ୍ରୀତିକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ, ସ୍ତ୍ରୀକୁ ଉଲଗ୍ନ କରି ବୁଲାଇଲା ସ୍ବାମୀ

ଏହି ଗୋଟିଏ ଘଟଣା ନୁହଁ, ୪ ଦିନ ତଳେ ବାଲେଶ୍ୱରରେ ବି ସାମ୍ନାକୁ ଆସିଥିଲା ଅଭାବନୀୟ ଦୃଶ୍ୟ । ଜମିଜମା ବିବାଦ ପାଇଁ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ପରେ ଘୋଷାଡ଼ିଥିଲେ । ଯୁବକ ଅଚେତ ହେବା ପରେ ଫାଣ୍ଡି ଆଗରେ ଫିଙ୍ଗି ଚାଲିଯାଇଥିଲେ । ବାରମ୍ବାର ଏପରି ଘଟଣା ଘଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ । ଦୋଷୀଙ୍କ ବିରୋଧରେ ଖୁବ୍‌ ଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

ଏତେ ନିଷ୍ଠୁର କେମିତି ସାଜୁଛି ମଣିଷ ? କାହିଁକି ବଢ଼ୁଛି କଙ୍ଗାରୁକୋର୍ଟ ? ଆଇନକୁ ହାତକୁ ନେବାକୁ କିଏ ଦେଉଛି ସାହସ ? କଙ୍ଗାରୁକୋର୍ଟରେ କେବେ ଲାଗିବ ବିରାମ ?