କନକବ୍ୟୁରୋ : ପୁରୀ ନିମାପଡ଼ା ରେ ପରକିୟା ପ୍ରୀତିର କରୁଣ ପରିଣତି ଅସଞ୍ଜତ ଅବସ୍ଥାରେ ଧରାହେଲେ ପ୍ରେମୀ ଯୁଗଳ । ଉଭୟଙ୍କୁ ମାଳ ପକାଇ ନିକଟସ୍ଥ ଥାନାକୁ ରାସ୍ତାରେ ଚଲାଇ ଚଲାଇ ନେଲେ ମହିଳାଙ୍କ ସ୍ବାମୀ । ଭିଡିଓ ହେଲା ଭାଇରାଲ୍। ମିଳିଥିବା ସୂଚନା ଅନୁସାରେ ଜଣେ ଶିକ୍ଷୟତ୍ରୀ ନିମାପଡା ଥାନା ନିକଟରେ ଏକ ସାହିରେ ଭଡା ଘରେ ରହୁଥିଲେ। ତାଙ୍କର ସ୍ବାମୀଙ୍କ ସହ କିଛି ବିବାଦ ଥିବାରୁ ସ୍ବାମୀ ସ୍ତ୍ରୀ ଏକାଠି ରହୁନଥିଲେ ।  

Advertisment

ମହିଳା ଜଣଙ୍କ ଶିକ୍ଷୟତ୍ରୀ ହୋଇଥିବା ବେଳେ ପୁରୁଷ ଜଣଙ୍କ ଶିକ୍ଷକ ନେତା ହୋଇଥିବା ଜଣାପଡିଛି । ପୂର୍ବରୁ ସ୍ବାମୀ ସ୍ତ୍ରୀକୁ ସନ୍ଧେହ୍ କରୁଥିଲେ । ମହିଳାଙ୍କ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ପରକୀୟା ପ୍ରୀତି ସମୟରେ ଧରିବା ପାଇଁ ଯୋଜନା କରିଥିଲେ ।  ଆଜି ରାତ୍ର ୮ଟା ସମୟରେ ଭଡାଘରେ ଶିକ୍ଷୟତ୍ରୀ ପତ୍ନୀଙ୍କ ସହ ତାଙ୍କ ପ୍ରେମିକା ଶିକ୍ଷକ ନେତା ଅସଞ୍ଜତ ଅବସ୍ଥାରେ ଥିଲା ବେଳେ ସ୍ବାମୀ ଓ ତାଙ୍କ ସାଙ୍ଗମାନେ ମିଶିକରି  ତାଙ୍କୁ ଧରି ଦୁଇଜଣଙ୍କୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ବେକରେ ମାଳ ପକାଇ ଥାନାକୁ ଚଲାଇ ଚଲାଇ ନେଇ ଥାନାରେ ଜିମା ଦେଇଥିଲେ। ଥାନା ଅଧିକାରୀ ଏହି ଘଟଣା କୁ ନେଇ ଅଧିକ ତଦନ୍ତ ପ୍ରକ୍ରିୟା ଚଳାଇଥିବା ଜଣାପଡିଛି । ଏପଟେ ଭିଡିଓ ଟି ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି ।