କନକ ବ୍ୟୁରୋ: ଅଧିକ ଉତ୍ପାଦନ ଆଶାରେ ଆପଣ ଚାଷ ଜମିରେ ରାସାୟନିକ ସାର ପକାଉଛନ୍ତି କି ? ଯଦି ଏଭଳି ଅଭ୍ୟାସ ଦୀର୍ଘ ଦିନରୁ ଜାରି ରହିଛି ତେବେ ଅଟକିଯାନ୍ତୁ କାରଣ ଅଧିକ ଉତ୍ପାଦନର ଲାଳଶା ଆପଣଙ୍କୁ କ୍ଷତିରେ ପକାଇପାରେ । ବିଶ୍ବ ବ୍ୟାଙ୍କର ତଥ୍ୟ କହୁଛି, ଅତ୍ୟଧିକ ନାଇଟ୍ରୋଜନ ବ୍ୟବହାର ଚାଷ ଜମିର ଉର୍ବରତାକୁ କମାଉଛି । ଅନେକଙ୍କ ଧାରଣା ସାର ନ ପକାଇଲେ ଅମଳ ଭଲ ହେବ ନାହିଁ । କିନ୍ତୁ ଏବେ ଆସିଥିବା ବିଶ୍ବ ବ୍ୟାଙ୍କର ରିପୋର୍ଟ ଅନେକଙ୍କୁ ଚିନ୍ତାରେ ପକାଇବ । ରିପୋର୍ଟ କହୁଛି ଚାଷ ଜମିରେ ଅଧିକ ନାଇଟ୍ରୋଜେନ୍ ବ୍ୟବହାର ହେଲେ କିଛି ଦିନ ଫସଲ ବଢ଼ିବ କିନ୍ତୁ ଧୀରେ ଧୀରେ ଉତ୍ପାଦନ କମିବ । ଏହାଛଡ଼ା ଜମିର ଉର୍ବରତା ବି କମିବ । ଏହାର ସତ୍ୟତା ଜାଣିବା ପାଇଁ କନକ ନ୍ୟୁଜ ଟିମ ଭୁବନେଶ୍ୱର ଉପକଣ୍ଠରେ ଥିବା କିଛି ଚାଷ ଜମିର ସ୍ଥିତି ପରଖିଥିଲା । ଧଉଳି ନିକଟରେ ଆମେ ଭେଟିଥିଲୁ ରବୀନ୍ଦ୍ର ପ୍ରଧାନଙ୍କୁ ।
ଆଉ ରାସାୟନିକ ସାର ନୁହେଁ : ଚାଷରେ ବ୍ୟବହାର ହେବ ଜୈବିକ ସାର
ରବୀନ୍ଦ୍ର କହିଛନ୍ତି, ଅତ୍ୟଧିକ ସାର ବ୍ୟବହାର କରିବାରୁ କିଛି ବର୍ଷ ଭଲ ଚାଷ ହୋଇଥିଲା। କିନ୍ତୁ ଧିରେ ଧିରେ ଜମିର ଉର୍ବରତା ଓ ଅମଳ ବି କମିଗଲା । ସେ ଏବେ ଚାଷ ଛାଡି ଦେଶୀ ପ୍ରଣାଳୀରେ ଚାଷ କରୁଛନ୍ତି । ସମୟ ବଦଳିବା ସହ ପୁରୁଣା ଦେଶୀ ଚାଷ ପ୍ରଣାଳୀକୁ ଅନେକ ଆପଣାଇଲେଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରାକୃତିକ ଚାଷ କରିବାକୁ ବାର୍ତ୍ତା ଦେଉଛନ୍ତି। ଓଡ଼ିଶାରେ ମଧ୍ୟ ବଳଭଦ୍ର ଜୈବିକ ଚାଷ ମିସନ୍ ମାଧ୍ୟମରେ ପ୍ରାକୃତିକ କୃଷି ପାଇଁ କାମ ଆରମ୍ଭ ହୋଇଗଲାଣି ବୋଲି କୃଷି ସଚିବ କହିଛନ୍ତି । ଓଡିଶାର ବିଭିନ୍ନ ଜିଲ୍ଲାରେ ମାଟି, ଜଳବାୟୁ ଓ ପ୍ରକୃତିର ବିଭିନ୍ନତା ପ୍ରାକୃତିକ କୃଷି ପାଇଁ ଅତ୍ୟନ୍ତ ଭଲ ବୋଲି ପରୀକ୍ଷାରୁ ଜଣାପଡିଛି । ଏବେ ମିଲେଟ୍ ଓ ଓର୍ଗାନିକ୍ ଉତ୍ପାଦ ପାଇଁ ବହୁତ ବଡ଼ ମାର୍କେଟ୍ ଚାହିଦା ରହିଛି। FPO, SHG ମିଶନ୍ ଶକ୍ତି ଗୋଷ୍ଠୀ ଏଥିରେ ପ୍ରମୁଖ ଭୂମିକା ନେଇପାରନ୍ତି ବୋଲି କୃଷି ବିଭାଗ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/20/fertilizer-2025-11-20-20-21-35.jpg)