Union-Budget-2026 Photograph: (Google)
କନକ ବ୍ୟୁରୋ: ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍ । ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ ନିର୍ମଳା ।
ଅଧିକ ପଢନ୍ତୁ : କେନ୍ଦ୍ର ବଜେଟ୍ରେ କ’ଣ ହେବ ଶସ୍ତା, କ’ଣ ହେବ ମହଙ୍ଗା, କିଛି ସମୟ ପରେ ବଜେଟ୍ ଭାଷଣ ରଖିବେ ଅର୍ଥମନ୍ତ୍ରୀ
ଚଳିତ ବଜେଟ୍ ଯୁବଶକ୍ତି ବଜେଟ୍ ହେବାକୁ ଯାଉଛି । କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ୍ । ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍କା ସାଥ୍ ସବ୍କା ବିକାଶ । ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଉଛି । ଓଡ଼ିଶାରେ ହେବ ଖଣିଜ କରିଡର । କେରଳ ଓ ତାମିଲନାଡୁରେ ହେବ କଣିଜ କରିଡ଼ର ।
Follow Us