କନକ ବ୍ୟୁରୋ: ଆଜି ସଂସଦରେ ଖୋଲିବ ରାଜସ୍ବ ପେଡ଼ି, କେନ୍ଦ୍ରୀୟ ବଜେଟ୍ ଆଗତ କରିବେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଭାବେ ସଂସଦରେ ଏହା ତାଙ୍କର ନବମ ବଜେଟ୍ ହେବ । ତେବେ ବଜେଟରେ କେଉଁ ବିଭାଗ ପାଇଁ କେତେ ଅର୍ଥ ବରାଦ କରାଯିବ, କେଉଁ କେଉଁ ସୌଖୀନ ସାମଗ୍ରୀର ମୂଲ୍ୟ ବଢିବ, କେଉଁ ଅତ୍ୟାବଶ୍ୟକ ଦ୍ରବ୍ୟରେ ଦର ଖସିବ। ଆୟକର ବ୍ୟବସ୍ଥାରେ ରିହାତି ମିଳିବ କି ନାହିଁ, ସୁନା ଓ ରୂପାର ଦର ଉପରମୁହାଁ ନା ତଳମୁହାଁ ହେବ ତା ଉପରେ ରହିଛି ସାରା ଦେଶବାସୀଙ୍କ ନଜର। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପ୍ରତିରକ୍ଷା ସହ ବିଭିନ୍ନ ବିଭାଗ ଫୋକସରେ ରହିଥିବା ବେଳେ ଚଳିତ ବଜେଟ୍ ସଂସ୍କାରଭିମୁଖୀ ହେବ ବୋଲି ଆକଳନ କରିଛନ୍ତି ଅର୍ଥନୈତିକ ଓ ବାଣିଜ୍ୟିକ ବିଶାରଦ। ବଜେଟରେ ବିଶେଷ କରି କିଷାନ ସମ୍ମାନ ନିଧି ବା କୃଷକ ସମ୍ମାନ ପାଣ୍ଠିର ବିସ୍ତାର କରାଯାଇପାରେ ।
ଅଧିକ ପଢନ୍ତୁ: ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ, ଏଥର AI କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇପାରେ
ବିଭିନ୍ନ ରାଜ୍ୟ ପାଇଁ ଅଧିକ ସଂଖ୍ୟାରେ ଅମୃତ ଭାରତ ଏବଂ ବନ୍ଦେ ଭାରତ ଟ୍ରେନ ଘୋଷଣା ହୋଇପାରେ । ସେହିପରି ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ସହ ନୂତନ ଆୟକର ବ୍ୟବସ୍ଥା ଅନୁଯାୟୀ ମାନକ ରିହାତି ମଧ୍ୟ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ। ରାଜସ୍ୱ ବୃଦ୍ଧି ପାଇଁ ପଦକ୍ଷେପଗୁଡ଼ିକରେ କର୍ପୋରେଟ୍ ଟିକସ ହାରରେ ସାମାନ୍ୟ ବୃଦ୍ଧି କିମ୍ବା ସ୍ଲାବରେ ପରିବର୍ତ୍ତନ ଅନ୍ତର୍ଭୁକ୍ତ ହୋଇପାରେ। ସ୍ପେକ୍ଟ୍ରମ୍ ନିଲାମ, ଖଣି ଅଧିକାର କିମ୍ବା ଅନ୍ୟାନ୍ୟ ଲାଇସେନ୍ସରୁ ରାଜସ୍ୱ ସୃଷ୍ଟି କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇପାରେ ।
ଆର୍ଥିକ ନିଅଣ୍ଟ ହ୍ରାସ କରିବା ପାଇଁ, ସରକାର ବଜେଟରେ ସମ୍ଭାବ୍ୟ ରାଜସ୍ୱ ବୃଦ୍ଧି ସହିତ କ୍ଷେତ୍ରଗୁଡ଼ିକରେ ଟିକସ ଏବଂ ଶୁଳ୍କ ବୃଦ୍ଧି କରିପାରନ୍ତି। ଏହା ପୂର୍ବରୁ ସଂସଦର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ। ଆର୍ଥିକ ବର୍ଷ ୨୦୨୬-୨୭ରେ ପ୍ରକୃତ ଜିଡିପି ଅଭିବୃଦ୍ଧି ୬.୮ରୁ ୭.୨ ପ୍ରତିଶତ ମଧ୍ୟରେ ରହିବ। ଅନ୍ୟପକ୍ଷରେ ଭାରତର ସମ୍ଭାବ୍ୟ ଅଭିବୃଦ୍ଧି ପ୍ରାୟ ୭ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ପ୍ରମୁଖ ବଜେଟ୍, ଏବଂ ଏହା ଦେଶର ଅର୍ଥନୀତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଥର ବଜେଟ୍ ସାଧାରଣତଃ କାର୍ଯ୍ୟ ଦିବସରେ ଅର୍ଥାତ ସୋମବାରରୁ ଶୁକ୍ରବାର ଉପସ୍ଥାପିତ ହୋଇଥାଏ । ତେବେ ଚଳିତଥର ଫେବୃଆରୀ ୧ ତାରିଖ ରବିବାର ହେବା ସତ୍ତ୍ୱେ ଏହି ଦିନରେ ବଜେଟ ଉପସ୍ଥାପନ କରାଯିବ। ଗତ ବର୍ଷ ମଧ୍ୟ ସମାନ ପରିସ୍ଥିତିରେ ଶନିବାର ବଜେଟ ଉପସ୍ଥାପନ କରିଥିଲେ ନିର୍ମଳା ସୀତାରମଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/02/01/nirmala-sitharaman-budget-2026-02-01-10-11-35.jpg)