କନକ ବ୍ୟୁରୋ:   ବଜେଟ୍‌ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ ।  ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍‌ ।   ସଂସଦରେ ବଜେଟ୍‌ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା ।  ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ ନିର୍ମଳା । 

Advertisment

 ଅଧିକ ପଢନ୍ତୁ : କେନ୍ଦ୍ର ବଜେଟ୍‌ରେ କ’ଣ ହେବ ଶସ୍ତା, କ’ଣ ହେବ ମହଙ୍ଗା, କିଛି ସମୟ ପରେ ବଜେଟ୍ ଭାଷଣ ରଖିବେ ଅର୍ଥମନ୍ତ୍ରୀ

ଚଳିତ ବଜେଟ୍‌ ଯୁବଶକ୍ତି ବଜେଟ୍‌ ହେବାକୁ ଯାଉଛି  । କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ୍‌ ।  ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍‌କା ସାଥ୍‌ ସବ୍‌କା ବିକାଶ । ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ବ ଦେଉଛି । ଓଡ଼ିଶାରେ ହେବ  ଖଣିଜ କରିଡର ।  କେରଳ ଓ ତାମିଲନାଡୁରେ ହେବ କଣିଜ କରିଡ଼ର ।