ବଜେଟ୍-୨୦୨୬ ଉପସ୍ଥାପନ କଲେ ନିର୍ମଳା ; ୫୩.୫୪ ଲକ୍ଷ କୋଟିର ବ୍ୟୟବରାଦ

Advertisment

ପରମ୍ପରା ଓ ବିଧି ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜଭବନରେ ଭେଟିବା ପରେ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୬-୨୭ ଆର୍ଥିକବର୍ଷ ପାଇଁ ମୋଟ୍ ୫୩ ଲକ୍ଷ ୪୭ ହଜାର ୩୧୫ କୋଟି ଟଙ୍କାର ହୋଇଛି ବ୍ୟୟବରାଦ ।

ପରମ୍ପରା ଓ ବିଧି ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜଭବନରେ ଭେଟିବା ପରେ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୬-୨୭ ଆର୍ଥିକବର୍ଷ ପାଇଁ ମୋଟ୍ ୫୩ ଲକ୍ଷ ୪୭ ହଜାର ୩୧୫ କୋଟି ଟଙ୍କାର ହୋଇଛି ବ୍ୟୟବରାଦ ।

Budget

Budget Photograph: (Kanak news)

କନକ ବ୍ୟୁରୋ : ସାରାଦେଶ ପାଇଁ ବର୍ଷକର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶକୁ ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତି କରିବା ଲକ୍ଷ୍ୟ ନେଇ ବଜେଟରେ ଭିତ୍ତିଭୂମିର ବିକାଶକୁ ଦିଆଯାଇଛି ବିଶେଷ ଗୁରୁତ୍ବ । ସେହିପରି ଚାଷୀ, ମହିଳା, ମତ୍ସ୍ୟଜୀବୀ, ବୁଣାକାର, ଯୁବ ବର୍ଗ, ଛୋଟ ବ୍ୟବସାୟୀଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟୟବରାଦ । ବଜେଟକୁ ପ୍ରଶଂସାକୁ ନରେନ୍ଦ୍ର ମୋଦୀ । 

ପରମ୍ପରା ଓ ବିଧି ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜଭବନରେ ଭେଟିବା ପରେ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୬-୨୭ ଆର୍ଥିକବର୍ଷ ପାଇଁ ମୋଟ୍ ୫୩ ଲକ୍ଷ ୪୭ ହଜାର ୩୧୫ କୋଟି ଟଙ୍କାର ହୋଇଛି ବ୍ୟୟବରାଦ । ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଦିଆଯାଇଛି ବିଶେଷ ଗୁରୁତ୍ବ । କେନ୍ଦ୍ର ଫୋକସ୍‌ ରେ ଦେଶର ଗାଁ, ଗରିବ, ମହିଳା ଓ ଚାଷୀ ଅଛନ୍ତି ବୋଲି ବାର୍ତ୍ତା ଦେବାକୁ ଭରପୂର ପ୍ରୟାସ କରିଛନ୍ତି । କହିଛନ୍ତି, ଲୋକଙ୍କ ଆଶା ପୂରଣ କରିବା ଏବଂ ସେମାନଙ୍କୁ ଦେଶର ବିକାଶରେ ଅଂଶଗ୍ରହଣ କରିବା, ସଶକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି । 

ଅଧିକ ପଢ଼ନ୍ତୁ---ପୁଣି ଭକ୍ତଙ୍କ ଭାବନା ସହ ଖେଳ ; ଦେବଦେବୀଙ୍କ ମୂର୍ତ୍ତିରେ ବୋଳିଲେ ମଇଳା

ମହିଳାଙ୍କ ବିକାଶ ପାଇଁ ବଜେଟରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା । ଦେଶର ଅଧା ଭାଗ ଲୋକ ମହିଳା ହୋଇଥିବାରୁ ସେମାନଙ୍କୁ ଖୁସୀ କରିବା ଲାଗି ଭରପୂର ଉଦ୍ୟମ କରିଛନ୍ତି ଅର୍ଥମନ୍ତ୍ରୀ । ମହିଳାଙ୍କୁ ଉଦ୍ୟୋଗୀ ଏବଂ ଆତ୍ମନିର୍ଭରଶୀଳ କରିବା ପାଇଁ SHE Marts ଯୋଜନା କରିଛନ୍ତି । ଏହା ସେମାନଙ୍କୁ ଷ୍ଟୋରରୁମ୍ ଏବଂ ସୁପରଷ୍ଟୋର ଭଳି ବ୍ୟବସାୟ ଖୋଲିବାରେ ସାହାଯ୍ୟ କରିବ । ଏଥିସହ ପ୍ରତ୍ୟେକ ଜିଲ୍ଲାରେ ଛାତ୍ରୀ ନିବାସ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । 

କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବ୍ୟବହାର ପାଇଁ, ଆରମ୍ଭ ହେବ ଭାରତ ବିସ୍ତାର । ଯାହା ଏକ ବହୁଭାଷୀ ଏଆଇ ଆଧାରିତ ଉପକରଣ। ଏହା ଚାଷୀଙ୍କୁ ଉତ୍ପାଦନ  ବୃଦ୍ଧିରେ, ଉପଯୁକ୍ତ ନିଷ୍ପତ୍ତି ନେବାରେ ଓ କଷ୍ଟମାଇଜ୍ଡ ପରାମର୍ଶଦାତା ଭାବେ ସହାୟତା ଯୋଗାଇବ। ସେହିପରି ମତ୍ସ୍ୟପାଳନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ୫ ଶହ ଅମୃତ ସରୋବରର ସମନ୍ବିତ ବିକାଶ ପ୍ରସ୍ତାବ ରହିଛି । ଗ୍ରାମାଞ୍ଚଳରେ ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରିବା ପାଇଁ ସରକାର ପଶୁ ପାଳନ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ନଡ଼ିଆ ଓ କାଜୁ ଚାଷକୁ ପ୍ରୋତ୍ସାହିତ କରିବାକୁ ବଜେଟରେ ସ୍ବତନ୍ତ୍ର ବ୍ୟୟବରାଦ କରିଛନ୍ତି । ବୁଣାକାରଙ୍କ ପାଇଁ ଆରମ୍ଭ ହେବ ମହାତ୍ମା ଗାନ୍ଧୀ ସ୍ବରାଜ ଯୋଜନା । ଏହି ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ। ଖଦି ଓ ହ୍ୟାଣ୍ଡଲୁମକୁ ଅଧିକ ସଶକ୍ତ କରାଯିବ । ବଜେଟ ଉପସ୍ଥାପନ ପରେ ମୋଦୀ କହିଛନ୍ତି ବିଶ୍ବର ତୃତୀୟ ଅର୍ଥବ୍ୟବସ୍ଥା କରିବା ଆମର ଲକ୍ଷ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe