କନକ ବ୍ୟୁରୋ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ କଳାକୃତିରେ ବୋଳିଦେଲେ ମଇଳା । ବିକୃତ କରିଦେଲେ ୫୫ ଦେବଦେବୀଙ୍କ ମୁହଁ । ୭୦ କୋଟିରୁ ଅଧିକ ଟଙ୍କାରେ ତୀର୍ଥ ପୁଷ୍କରିଣୀର ସୌନ୍ଦର୍ଯ୍ୟୀକରଣ ଚାଲିଛି । ମାତ୍ର ସୁନ୍ଦର କଳାକୃତିକୁ କିଏ ବିକୃତ କଲା ସେନେଇ ଉଠିଛି ପ୍ରଶ୍ନ । ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ପାଚେରୀରେ ଅଛି  ଦେବଦେବୀ ମୂର୍ତ୍ତି । ଏସବୁ ମୂର୍ତ୍ତିରେ କେହୁ ଦୁର୍ବୃତ୍ତ ମଇଳା ବୋଳି ଦେଇଥିବା ଦେଖିବାକୁ ମିଳିଛି । ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ, ଦେବୀ ସୀତା ଓ ହନୁମାନଙ୍କ ଶ୍ରୀମୁଖକୁ ବିଗାଡ଼ି ଦିଆଯାଇଛି । ପଥର ଗୁଣ୍ଡ ସହ କେମିକାଲ ମିଶାଇ ମୁଖମଣ୍ଡଳରେ ଲେପନ କରାଯାଇଛି । ଗୋଟେ କି ଦୁଇଟି ନୁହେଁ, ପାଚେରିରେ ୧୪ଟି ସ୍ଥାନରେ ଦେବଦେବୀଙ୍କ କଳାକୃତିକୁ ଏଭଳି ବିକୃତ କରାଯାଇଛି ।

Advertisment

ଆଶ୍ଚର୍ଯ୍ୟର ବିଷୟ, ଦେବଦେବୀଙ୍କ ପ୍ରତିକୃତିରେ ଶରୀରକୁ ସାମାନ୍ୟତମ ହାନୀ ପହଞ୍ଚାଯାଇନାହିଁ । କେବଳ ମୁଖମଣ୍ଡଳକୁ ବିକୃତ କରାଯାଇଛି  । ତେଣୁ ଏହା ଯେ ନିଶାଖୋରଙ୍କ କାର୍ଯ୍ୟ ନୁହେଁ, ତାହା ସ୍ପଷ୍ଟ। ଗୁରୁତ୍ବପୂର୍ଣ୍ଣ କଥା, ପଥର କାରୁକାର୍ଯ୍ୟ ଉପରେ ଏପରି କେମିକାଲ ମିଶ୍ରିତ ପଥର ଗୁଣ୍ଡ ପ୍ରୟୋଗ କରାଯାଇଛି, ତାହା ସହଜରେ ଛଡ଼ାଇବା ସମ୍ଭବ ନୁହେଁ । ସମ୍ଭବତଃ କେହି ପଥର କାରିଗରୀ ବାବଦରେ ଅଭିଜ୍ଞ ବ୍ୟକ୍ତି ଏଭଳି ହୀନ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ସଞ୍ଜ ନଇଁଲେ ଅନ୍ଧାରର ସାହାରା ନେଇ ଏଠାରେ ଆଡ୍ଡା ଜମାଉଛନ୍ତି ନିଶାଖୋର । ନରେନ୍ଦ୍ର କୋଣ ଏବଂ ଏହା ଚାରିପଟେ ସିସିଟିଭି ଲଗାଇବାକୁ ଦାବି ହୋଇଛି । 

ଅଧିକ ପଢ଼ନ୍ତୁ---କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇଁ ପୂଜାର୍ଚ୍ଚନା ; କୁମ୍ଭୀର ପ୍ରତିମୂର୍ତ୍ତି ପୂଜା ସହ ସମୂହ ପ୍ରାର୍ଥନା