କନକ ବ୍ୟୁରୋ : ଆସନ୍ତା ୨୦ ବର୍ଷ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ତୀବ୍ର ଗତିରେ ଆଗକୁ ବଢୁଛି । ଏନର୍ଜି କ୍ଷେତ୍ରରେ ଭାରତର ଅନେକ ସମ୍ଭାବନା ରହିଛି । ଇଣ୍ଡିଆ ଅନର୍ଜି ୱିକ୍ ସମ୍ମିଳନୀରେ ସମ୍ବୋଧନ ଦେଇ କିଛି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ କେବଳ ନିଜର ଅଭିବୃଦ୍ଧିକୁ ନୁହେଁ ବରଂ ବିଶ୍ୱର ଅଭିବୃଦ୍ଧିକୁ ମଧ୍ୟ ଆଗେଇ ନେଉଛି । ଏଥିରେ ଆମର ଶକ୍ତି କ୍ଷେତ୍ରର ଏକ ବଡ଼ ଭୂମିକା ରହିଛି । ଭାରତର ଶକ୍ତି ମହତ୍ୱାକାଂକ୍ଷା ୫ଟି ସ୍ତମ୍ଭ ଉପରେ ଠିଆ ହୋଇଛି । ପ୍ରଥମ, ଆମ ପାଖରେ ସମ୍ବଳ ଅଛି, ଯାହାକୁ ଆମେ ବ୍ୟବହାର କରୁଛୁ । ଦ୍ୱିତୀୟତଃ- ଆମେ ଆମର ବ୍ରିଲିଆଣ୍ଟ ମାଇଣ୍ଟକୁ ଇନୋଭେଟ୍ କରିବା ପାଇଁ ପ୍ରତ୍ସାହିତ କରୁଛୁ । ତୃତୀୟ- ଆମର ଆର୍ଥିକ ଏବଂ ରାଜନୈତିକ ସ୍ଥିରତା ଅଛି । ଚତୁର୍ଥ- ଭାରତ ପାଖରେ ଏକ ରଣନୈତିକ ଭୌଗୋଳିକ ସ୍ଥିତି ଅଛି, ଯାହା ଶକ୍ତି ବାଣିଜ୍ୟକୁ ଅଧିକ ଆକର୍ଷଣୀୟ ଏବଂ ସହଜ କରିଥାଏ । ପଞ୍ଚମ- ଭାରତ ବିଶ୍ୱସ୍ତରୀୟ ସ୍ଥିରତା ପ୍ରତି ପ୍ରତିବଦ୍ଧ, ଯାହା ଭାରତର ଶକ୍ତି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରୁଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି କି, ଗତ ୧୦ ବର୍ଷ ମଧ୍ୟରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଆମେ ଆମର ସୌର ଉତ୍ପାଦନ କ୍ଷମତା କୁ ଦ୍ୱିଗୁଣିତ କରିଛୁ । ଆଜି ଭାରତ ହେଉଛି ତୃତୀୟ ବୃହତ୍ତମ ସୌର ଶକ୍ତି ଉତ୍ପାଦନକାରୀ ରାଷ୍ଟ୍ର। ଆମର ଅଣଜୀବାଶ୍ମ ଇନ୍ଧନ ଶକ୍ତି ତିନି ଗୁଣ ବୃଦ୍ଧି ପାଇଛି । ପ୍ୟାରିସ୍ ଜି-୨୦ ଚୁକ୍ତିର ଲକ୍ଷ୍ୟ ପୂରଣ କରିବାରେ ଭାରତ ହେଉଛି ପ୍ରଥମ ଦେଶ।