କନକ ବ୍ୟୁରୋ : ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ ଜମାଲପୁର ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ୱର ରୁ ପୁରୀ ଅଭିମୁଖେ ଯାଉଥିବା ଏକ ଲାଲ ରଙ୍ଗର ସ୍କୁଟି ଆକ୍ଟିଭା କୁ ପଛପଟୁ ଧକ୍କା ଦେଲା ସାରଳା ବସ୍ ।  ଦୁର୍ଘଟଣା ଘଟଣା ସ୍ଥଳରେ ସ୍କୁଟି ରେ ଯାଉଥିବା ଦୁଇ ଜଣ ମହିଳା ଙ୍କ  ଦୁର୍ଘଟଣା ସ୍ଥଳ ହିଁ ମୃତ୍ୟୁ ହୋଇଥିଲା ବେଳେ ପିପିଲି ପୁଲିସ୍  ପହଂଚି ମୃତଦେହ କୁ ଜବତ କରିବା ସହ ଯାତାୟାତ ସ୍ୱାଭାବିକ କରିଛି ।  

Advertisment

ମାଆ ମୃତଦେହ କୋଳରେ ଧରି କାନ୍ଦୁଥିଲା ପୁଅ ; ହୃଦ୍‌ଘାତରେ ଚାଲିଗଲା ପୁଅର ଜୀବନ

ସେପଟେ ମୃତ ଦୁଇ ମହିଳା ଙ୍କ ମଧ୍ୟରୁ ଜଣେ ଘରୋଇ ଚ୍ୟାନଲର  ରିପୋର୍ଟର ସିଲା ପଟ୍ଟନାୟକ ବୋଲି ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି ।  କାହିଁକି ନା ଦୁର୍ଘଟଣା ସ୍ଥଳରୁ ହିଁ ତାଙ୍କର ID CARD ଟି ପୁଲିସ୍  କୁ ମିଳିଥିବା ବେଳେ ଅନ୍ୟ ମୃତ ମହିଳା ଙ୍କ ପରିଚୟ ମିଳିପାରିନାହିଁ ।  ତେବେ ରାସ୍ତା ମଝିରେ ବାଲି ଗଦା ହୋଇ ରହିଥିବା ଯୋଗୁଁ ଆକ୍ଟିଭା ସ୍କୁଟି ଭାରସାମ୍ୟ ହରାଇବା ବେଳେ ପଛରୁ ଆସୁଥିବା ସାରଳା ବସ ତାଙ୍କ ଉପରେ ଚଢ଼ି ଘଟଣା ସ୍ଥଳରେ ଉଭୟ ଙ୍କ ମୃତ୍ୟ ହୋଇଥିଲା ।  ଏପଟେ ଦୁର୍ଘଟଣା ଘଟାଇ ଥିବା ଵସ ସମେତ ଡ୍ରାଇଭର ଓ ହେଲ୍ପର ଙ୍କୁ ଅଟକ ରଖିଛି ସାକ୍ଷୀଗୋପାଳ ପୁଲିସ୍ ।