କାଲି ଭାରତ-ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ଦିନିିକିଆ, ରାଜକୋଟରେ କିଏ କରିବ ରାଜ?

Advertisment

ପ୍ରଥମ ମ୍ୟାଚ୍‌ରେ ୱାସିଂଟନ୍‌ ସୁନ୍ଦର ଆହତ ହେବା ପରେ ତାଙ୍କ ବଦଳରେ ଆୟୂଷ‌ ବଦୋନୀକୁ ସାମିଲ କରାଯାଇଛି । ବୁଧବାର ସୁନ୍ଦରଙ୍କ ବଦଳରେ ବଦୋନୀ କି ନୀତୀଶ ରେଡ୍ଡୀ ଖେଳିବେ ସ୍ପଷ୍ଟ କରାଯାଇନାହିଁ । ପ୍ରସିଦ୍ଧ କୃଷ୍ଣଙ୍କ ବଦଳରେ ଅର୍ଶଦୀପ ସିଂହ ଖେଳିବା ସମ୍ଭାବନା ରହିଛି । ନ୍ୟୁଜିଲାଣ୍ଡ୍‌ ମଧ୍ୟ ଭାରତୀୟ ବଂଶୋଦ୍ଭବ ଆଦିତ୍ୟ ଅଶୋକଙ୍କୁ ପୁଣି ଏକ ସୁଯୋଗ ଦେବା ସମ୍ଭାବନା ରହିଛି ।

ପ୍ରଥମ ମ୍ୟାଚ୍‌ରେ ୱାସିଂଟନ୍‌ ସୁନ୍ଦର ଆହତ ହେବା ପରେ ତାଙ୍କ ବଦଳରେ ଆୟୂଷ‌ ବଦୋନୀକୁ ସାମିଲ କରାଯାଇଛି । ବୁଧବାର ସୁନ୍ଦରଙ୍କ ବଦଳରେ ବଦୋନୀ କି ନୀତୀଶ ରେଡ୍ଡୀ ଖେଳିବେ ସ୍ପଷ୍ଟ କରାଯାଇନାହିଁ । ପ୍ରସିଦ୍ଧ କୃଷ୍ଣଙ୍କ ବଦଳରେ ଅର୍ଶଦୀପ ସିଂହ ଖେଳିବା ସମ୍ଭାବନା ରହିଛି । ନ୍ୟୁଜିଲାଣ୍ଡ୍‌ ମଧ୍ୟ ଭାରତୀୟ ବଂଶୋଦ୍ଭବ ଆଦିତ୍ୟ ଅଶୋକଙ୍କୁ ପୁଣି ଏକ ସୁଯୋଗ ଦେବା ସମ୍ଭାବନା ରହିଛି ।

Ind vs Nz

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ବୁଧବାର ଖେଳାଯିବ ରାଜକୋଟରେ । ରବିବାର ଭାରତୀୟ ଦଳ ବିରାଟ କୋହଲିଙ୍କ ୯୩ ରନ୍‌ ପାଳି ବଳରେ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି । ଅନ୍ୟପକ୍ଷରେ ବିଜୟଧାରାରେ ଥିବା ନ୍ୟୁଜିଲାଣ୍ଡ୍‌ ଦଳକୁ ଭାରତ ରୋକିବାରେ ସକ୍ଷମ ହୋଇଥିଲେ ମଧ୍ୟ ପ୍ରଥମ ଦିନିକିଆରେ ସେଭଳି ପ୍ରଭାବୀ ଖେଳିପାରିନଥିବାରୁ ବୁଧବାର ସିରିଜ୍‌ ପୋଛିପାରିବ କି ? ‌‌ବୋଲି ପ୍ରଶ୍ନ କରିଛନ୍ତି ପ୍ରଶଂସକ । ‘କୋହଲି ହୈ ତୋ ମୁମ୍‌କିନ ହୈ ’ ଭଳି କଥା‌ରେ ପ୍ରଶଂସକମାନେ ତ ଆତ୍ମବିଶ୍ବାସରେ ଅଛନ୍ତି । ଭାରତୀୟ ଦଳ କିନ୍ତୁ ଭଦୋଦରାରେ ୯୮ତମ ଓଭର ପର୍ଯ୍ୟନ୍ତ ବାନ୍ଧି ହୋଇ ରହିଥିବାରୁ ସାମାନ୍ୟ ଚାପରେ ରହିଛି । ଶୁବମନ ଗିଲ୍‌ଙ୍କ ଦଳ ପୁଣି ଥରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ଏବେ ବି ନିର୍ଭରଶୀଳ କି ନୁହେଁ ପରୀକ୍ଷା ଦେଇ ଚାଲିଛି । ପ୍ରଥମ ମ୍ୟାଚ୍‌ରେ ୱାସିଂଟନ୍‌ ସୁନ୍ଦର ଆହତ ହେବା ପରେ ତାଙ୍କ ବଦଳରେ ଆୟୂଷ‌ ବଦୋନୀକୁ ସାମିଲ କରାଯାଇଛି । ବୁଧବାର ସୁନ୍ଦରଙ୍କ ବଦଳରେ ବଦୋନୀ କି ନୀତୀଶ ରେଡ୍ଡୀ ଖେଳିବେ ସ୍ପଷ୍ଟ କରାଯାଇନାହିଁ । 

ଏହା ବି ପଢ଼ନ୍ତୁ: ‘ଦିନିକିଆକୁ କୋହଲି ଦିଲ୍ଲୀ ଲିଗ୍‌ ଭଳି ଖେଳୁଛନ୍ତି’ କୋହଲିଙ୍କୁ ପ୍ରଶଂସାରେ ପୋତିଲେ‌‌ କୈଫ୍‌

ପ୍ରସିଦ୍ଧ କୃଷ୍ଣଙ୍କ ବଦଳରେ ଅର୍ଶଦୀପ ସିଂହ ଖେଳିବା ସମ୍ଭାବନା ରହିଛି । ନ୍ୟୁଜିଲାଣ୍ଡ୍‌ ମଧ୍ୟ ଭାରତୀୟ ବଂଶୋଦ୍ଭବ ଆଦିତ୍ୟ ଅଶୋକଙ୍କୁ ପୁଣି ଏକ ସୁଯୋଗ ଦେବା ସମ୍ଭାବନା ରହିଛି । ତଥାପି ଅନ୍ୟତମ ସ୍ପିନର ତଥା ବାମହାତୀ ଜୟଦେବ ଲେନକ୍ସଙ୍କୁ ବିକଳ୍ପ ଭାବେ ଦେଖୁଛି । ରାଜକୋଟରେ ଖେଳାଯାଇଥିବା ୪ଟି ଦିନିକିଆ ମ୍ୟାଚ୍‌ରୁ ପଛରେ ବ୍ୟାଟିଂ କରିଥିବା ଦଳ କେବେ ଜିତିନାହିଁ । ଏଠାକାର ପିଚ୍‌ରେ ପ୍ରଥମେ ବ୍ୟାଟିଂ କଲେ ଦଳ ବି ଭଲ ସ୍କୋର୍‌ କରି ଫାଇଦାରେ ରହିପାରେ । କାରଣ କାକର ସମସ୍ୟାକୁ ଏବେ ଦଳ ଭଲ ମୁକାବିଲା କରିବା ଶିଖିଗଲେଣି । ଭଦୋଦରାରେ ଭାରତୀୟ ପେସ୍‌ ବୋଲର ୧୩ ମ୍ୟାଚ୍‌ ପରେ ପ୍ରଥମ ଥର ପାୱାର ‌ପ୍ଲେ ଭିତରେ ୱିକେଟଶୂନ୍ୟ ରହିଥିଲେ। ଭାରତ ମାଟିରେ ଅନ୍ୟୁନ ୨୦ ଦିନିକିଆ ଖେଳିଥିବା ଦେଶ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ ସବୁଠାରୁ ଖରାପ ବିଜୟ-ପରାଜୟ ଅନୁପାତ ରଖିଛି। ୮ ଜିତି ହାରିଛି ୩୨।ଭାରତୀୟ ସମ୍ଭାବ୍ୟ ଏକାଦଶ: ଶୁବମନ ଗିଲ୍‌ (ଅଧିନାୟକ),‌ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ୍ (ୱିକେଟରକ୍ଷକ), ନୀତୀଶ କୁମାର ରେଡ୍ଡୀ/ଆୟୁଷ ବଦୋନୀ, ରବୀନ୍ଦ୍ର ଜା‌ଡ଼େଜା, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ୍‌ ସମ୍ଭାବ୍ୟ ଏକାଦଶ: ଡେଭନ୍‌ କନ୍‌ୱେ, ହେନରି ନିକୋଲ୍ସ, ୱିଲ୍‌ ୟଙ୍ଗ୍‌, ଡାରିଲ୍‌ ମିଚେଲ୍‌, ମିଚେଲ୍‌ ହେ (ୱିକେଟରକ୍ଷକ), ଗ୍ଲେନ୍‌ ଫିଲିପ୍ସ, ମାଇକେଲ୍‌ ବ୍ରେସ୍‌ୱେଲ୍ (ଅଧିନାୟକ), କ୍ରିଷ୍ଟିଆନ୍‌ କ୍ଲାର୍କ, କାଏଲ ଜାମିସନ୍‌, ଜ୍ୟାକ ଫକ୍ସ, ଆଦିତ୍ୟ ଅଶୋକ/ଜୟଦେନ ଲେନକ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe