ରାହୁଲଙ୍କ ଶତକକୁ ଫିକା କଲେ ମିଚେଲ, ୭ ୱିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

Advertisment

ବୁଧବାର ଭାରତୀୟ କ୍ରିକେଟ୍‌ ଦଳ ରାହୁଲଙ୍କ ଲଢ଼ୁଆ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୪ ରନ୍‌ କରିଥିଲା । ଜବାବରେ ମାତ୍ର ୪୬ ରନ୍‌ରେ ଉଭୟ ଓପନର୍‌ଙ୍କୁ ହରାଇ ନ୍ୟୁଜିଲାଣ୍ଡ ସଂଘର୍ଷ କରିଥିଲା । ହେଲେ ନିର୍ଭରଯୋଗ୍ୟ ମିଚେଲ (୧୩୧*) ଓ ୱିଲ ୟଙ୍ଗ (୮୭) ତୃତୀୟ ୱିକେଟ୍‌ରେ ୧୬୨ ରନ୍‌ର ଭାଗୀଦାର ଗଢ଼ି ଭାରତ ହାତରୁ ଏକପ୍ରକାର ମ୍ୟାଚ୍‌ ଛାଡ଼ାଇ ନେଇଥିଲେ ।

Daryl Mitchell

କନକ ବ୍ୟୁରୋ: ରାଜ‌କୋଟ ଦିନିକିଆକୁ ନ୍ୟୁଜିଲାଣ୍ଡ ୭ ୱିକେଟ୍‌ରେ ଜିତି ନେଇଛି । ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ତରକୁ ଚାଲି ଆସିଛି । ସେଥିପାଇଁ ମଧ୍ୟ ଇନ୍ଦୋରରେ ୧୮ ତାରିଖ ଦିନ ଖେଳଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଶୃଙ୍ଖଳା ନିର୍ଣ୍ଣାୟକ ପାଲଟି ଯାଇଛି । ସେହିଭଳି କେଏଲ୍‌ ରାହୁଲଙ୍କ ପ୍ରତୀକ୍ଷିତ ଶତକକୁ କିୱି ବ୍ୟାଟର୍‌ ଡାରିଲ ମିଚେଲ ଫିକା କରି ଦେଇଛନ୍ତି । ବୁଧବାର ଭାରତୀୟ କ୍ରିକେଟ୍‌ ଦଳ ରାହୁଲଙ୍କ ଲଢ଼ୁଆ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୪ ରନ୍‌ କରିଥିଲା । ଜବାବରେ ମାତ୍ର ୪୬ ରନ୍‌ରେ ଉଭୟ ଓପନର୍‌ଙ୍କୁ ହରାଇ ନ୍ୟୁଜିଲାଣ୍ଡ ସଂଘର୍ଷ କରିଥିଲା । ହେଲେ ନିର୍ଭରଯୋଗ୍ୟ ମିଚେଲ (୧୩୧*) ଓ ୱିଲ ୟଙ୍ଗ (୮୭) ତୃତୀୟ ୱିକେଟ୍‌ରେ ୧୬୨ ରନ୍‌ର ଭାଗୀଦାର ଗଢ଼ି ଭାରତ ହାତରୁ ଏକପ୍ରକାର ମ୍ୟାଚ୍‌ ଛାଡ଼ାଇ ନେଇଥିଲେ । ୟଙ୍ଗଙ୍କୁ ୩୮ତମ ଓଭରରେ ଆଉଟ୍‌ କରି ସ୍ପିନର୍‌ କୁଲଦୀପ ଯାଦବ ସେମାନଙ୍କୁ ଅଲଗା କରିଥିଲେ । ତେବେ ମିଚେଲ ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ଗ୍ଲେନ୍‌ ଫିଲିପ୍ସ (୩୨*)ଙ୍କ ସହ ମିଶି ୭୮ ରନ୍‌ ସଂଗ୍ରହ କରି ନିଜ ଦଳକୁ ୧୫ ବଲ୍‌ ପୂର୍ବରୁ ମହତ୍ତ୍ବପୂର୍ଣ୍ଣ ବିଜୟ ଉପହାର ଦେବା ସହ ଶୃଙ୍ଖଳାକୁ ଜୀବନ୍ତ ରଖିଥିଲେ । 

ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ୪୭.୩ ଓଭରରେ-୨୮୬/୩ (ଡାରିଲ ମିଚେଲ ୧୩୧*, ୱିଲ ୟଙ୍ଗ୍‌ ୮୭, ଗ୍ଲେନ୍‌ ଫିଲିପ୍ସ ୩୨*, ପ୍ରସିଦ୍ଧ କ୍ରିଷ୍ଣା ୧/୪୯, ହର୍ଷିତ ରାଣା ୧/୫୨, କୁଲଦୀପ ଯାଦବ ୧/୮୨) ।

ଏହା ବି ପଢ଼ନ୍ତୁ: ରାଜକୋଟ୍‌ରେ ରାହୁଲଙ୍କ ବିସ୍ଫୋରକ ଶତକ, କିୱି ଟିମ୍‌କୁ ୨୮୫ ରନ୍‌ ଟାର୍ଗେଟ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe