କନକ ବ୍ୟୁରୋ: ରାଜକୋଟ୍ରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆରେ ଭାରତୀୟ ୱିକେଟ୍ ରକ୍ଷକ ବ୍ୟାଟର୍ କେଏଲ୍ ରାହୁଲ ବିସ୍ଫୋରକ ଶତକ ଅର୍ଜନ କରିଛନ୍ତି । ତାଙ୍କ ୯୨ ବଲ୍ରୁ ୧୧୨ ରନ୍ର ଅପରାଜିତ ପାଳି ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୪ ରନ୍ର ସମ୍ମାନଜନକ ସ୍କୋର୍ କରି ନେଇଛି । ମଙ୍ଗଳବାର ଟସ୍ ବେଳେ ଭାଗ୍ୟ ଭାରତୀୟ ଦଳର ସାଥ୍ ଦେଇ ନଥିଲା । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦୁଇ ଓପନର୍ ରୋହିତ ଶର୍ମା ଓ ଶୁବମନ୍ ଗିଲ୍ କେତେକ ଦର୍ଶନୀୟ ସଟ୍ ଖେଳି ପ୍ରଥମ ୱିକେଟ୍ରେ ୭୦ ରନ୍ର ଭାଗୀଦାର ଗଢ଼ିଥିଲେ । ହେଲେ ପ୍ରଥମ ଭଳି ଦ୍ବିତୀୟ ମୁକାବିଲାରେ ମଧ୍ୟ ରୋହିତ ଭଲ ଆରମ୍ଭକୁ ବଡ଼ ସ୍କୋର୍ରେ ରୂପାନ୍ତର କରି ପାରି ନଥିଲେ । ସ୍ବଭାବ ବିପରୀତ ମନ୍ଥର ବ୍ୟାଟିଂ କରିବା ମଧ୍ୟ ତାଙ୍କୁ ବିଶେଷ ସହାୟ ହୋଇ ନଥିଲେ । ବ୍ୟକ୍ତିଗତ ଭାବେ ୨୪ ରନ୍ କରିଥିଲା ବେଳେ ଆତୁର ହୋଇ ରନ୍ ଗତି ବଢ଼ାଇବା ଲୋଭରେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ ସେ ।
ଏହା ବି ପଢ଼ନ୍ତୁ: ରାଜକୋଟ ଦିନିକିଆ : ଆରମ୍ଭରୁ ରୋହିତ, ଶୁବମନଙ୍କ ଲଢୁଆ ବ୍ୟାଟିଂ
ଅଧିନାୟକ ଶୁବମନ୍ ଶୃଙ୍ଖଳାରେ ଲଗାତାର ଦ୍ବିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ । ହେଲେ ତାଙ୍କ ସହ ଗତ ମ୍ୟାଚ୍ର ନାୟକ ବିରାଟ କୋହଲି (୨୩) ଓ ଶ୍ରେୟସ୍ ଆୟର (୮)ଙ୍କୁ ୧୯ ରନ୍ ଭିତରେ ଆଉଟ୍ କରି ନ୍ୟୁଜିଲାଣ୍ଡ ଘରୋଇ ଭାରତ କାନ୍ଧକୁ ଚାପ ଫେରାଇ ଦେଇଥିଲା । ଭାରତ ହଠାତ୍ ୧୧୮ ରନ୍ରେ ୪ ୱିକେଟ୍ ହରାଇ ସଂଘର୍ଷ କରିଥିଲା । ଏଭଳି ସ୍ଥିତିରେ ରାହୁଲ ଦଳର ତ୍ରାଣକର୍ତ୍ତା ସାଜିଥିଲେ । ଆକ୍ରମଣ ସହ ରକ୍ଷଣାତ୍ମକ ଖେଳର ଅପୂର୍ବ ନମୁନା ଦେଖାଇ ଛୋଟଛୋଟ ଭାଗୀଦାରରେ ଭାରତ ସ୍କୋର୍କୁ ୨୮୦ ରନ୍ ପାର କରାଇ ଦେଇଥିଲେ । ରବୀନ୍ଦ୍ର ଜାଡ଼େଜା ଓ ନୀତୀଶ କୁମାର ରେଡ୍ଡୀ ତାଙ୍କୁ ଏଥିରେ ଭଲ ସହଯୋଗ କରିଥିଲେ । କାଇଲ୍ ଜାମିସନ୍ଙ୍କୁ ଛକା ମାରି ନିଜ ଅଷ୍ଟମ ଦିନିକିଆ ଶତକ ଅର୍ଜନ କରି ଭାରତୀୟ ବୋଲର୍ଙ୍କୁ ସୁରକ୍ଷିତ ରଖିବା ଲାଗି ଏକ ଭଲ ସ୍କୋର୍ ଭେଟି ଦେଇଥିଲେ ରାହୁଲ । ଏହି ଶତକ ସେ ମାତ୍ର ୮୭ ବଲ୍ରୁ ହାସଲ କରିଥିଲେ ।
ସଂକ୍ଷିପ୍ତ ସ୍କୋର୍: ଭାରତ ୫୦ ଓଭରରେ-୨୮୪/୭ (କେଏଲ୍ ରାହୁଲ ୧୧୨*, ଶୁବମନ ଗିଲ୍ ୫୬, ରବୀନ୍ଦ୍ର ଜାଡ଼େଜା ୨୭, ରୋହିତ ଶର୍ମା ୨୪, ବିରାଟ କୋହଲି ୨୩, କ୍ରିଷ୍ଟିନ କ୍ଲାର୍କ ୩/୫୬, ମାଇକେଲ୍ ବ୍ରାସୱେଲ୍ ୧/୩୪, କାଇଲ୍ ଜାମିସନ୍ ୧/୭୦) ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/14/kl-rahul-2026-01-14-17-52-17.jpg)