ନୂଆବର୍ଷରେ ନୂଆ ନିୟମ ଆଣିଲେ ଗାଁ ମହିଳା; ମଦ ବିକିଲେ ୧୦ ହଜାର ଓ ପିଇଲେ ୨ ହଜାର ଟଙ୍କା ଜରିମାନା

Advertisment

ମହିଳାମାନେ ନିୟମ କରିଛନ୍ତି ଗାଁରେ ମଦ ବିକ୍ରି କଲେ ୧୦ ହଜାର ଟଙ୍କା ଓ ମଦ ପିଇଲେ ୨ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ । ସେହିଭଳି ଏହି ନିୟମକୁ ନମାନିଲେ ନିସ୍ତୁକ ମାଡ଼ର ଚେତାବନୀ ବି ଦେଇଛନ୍ତି । ମଦ ପିଇ ଜୀବନ ହରାଉଛନ୍ତି ଲୋକ ।

ମହିଳାମାନେ ନିୟମ କରିଛନ୍ତି ଗାଁରେ ମଦ ବିକ୍ରି କଲେ ୧୦ ହଜାର ଟଙ୍କା ଓ ମଦ ପିଇଲେ ୨ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ । ସେହିଭଳି ଏହି ନିୟମକୁ ନମାନିଲେ ନିସ୍ତୁକ ମାଡ଼ର ଚେତାବନୀ ବି ଦେଇଛନ୍ତି । ମଦ ପିଇ ଜୀବନ ହରାଉଛନ୍ତି ଲୋକ ।

Wine Fine

Wine Fine Photograph: (Kanak News)

କନକ ବ୍ୟୁରୋ : ନୂଆ ବର୍ଷରେ ନୂଆ ନିୟମ । ମଦକୁ କଡ଼ା ବିରୋଧ କରି ଗାଁ ମହିଳା ଆଣିଲେ ନୂଆବର୍ଷରେ ନୂଆ ନିୟମ । ମଦ ବିକିଲେ ୧୦ ହଜାର ଓ ମଦ ପିଇଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ହେବ । ମଦ ବନ୍ଦ କରିବାକୁ ନୂଆବର୍ଷରେ ନୂଆ ନିୟମ ଆଣିଛନ୍ତି ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ ଘୋଘର ଗାଁର ମହିଳା । ଏପରିକି ଗାଁ ସାରା ବୁଲି ଓ ହାତରେ ଠେଙ୍ଗା ଧରି ଲୋକଙ୍କୁ ଏନେଇ ସଚେତନ କରାଇ ଦେଇଛନ୍ତି ।

ମହିଳାମାନେ ନିୟମ କରିଛନ୍ତି ଗାଁରେ ମଦ ବିକ୍ରି କଲେ ୧୦ ହଜାର ଟଙ୍କା ଓ ମଦ ପିଇଲେ ୨ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ । ସେହିଭଳି ଏହି ନିୟମକୁ ନମାନିଲେ ନିସ୍ତୁକ ମାଡ଼ର ଚେତାବନୀ ବି ଦେଇଛନ୍ତି । ମଦ ପିଇ ଜୀବନ ହରାଉଛନ୍ତି ଲୋକ । ଏହାକୁ ନେଇ ଘରେ ଘରେ ବିବାଦ ବଢ଼ୁଛି । ଘରୁ ଧାନ ଚାଉଳ ଚୋରି କରିକି ନେଇ ମଦ ପିଇ ନିଜ ଭବିଷ୍ୟତକୁ ଅନ୍ଧାରରେ ଠେଲି ଦେଉଥିବାରୁ ଏନେଇ ତାତିଛନ୍ତି ଗାଁ ମହିଳା ।

ଅଧିକ ପଢ଼ନ୍ତୁ : ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା : ନୂଆ ବର୍ଷରେ ବି ଚାଷୀ ଅସନ୍ତୋଷ

ମଦକୁ କଡ଼ା ବିରୋଧ କରି ବୈଠକରେ ମଦୁଆଙ୍କୁ ନିଦ ହଜାଇଦେଲା ଭଳି ନିଷ୍ପଭି ନେଇଛନ୍ତି ଗ୍ରାମବାସୀ । ଘୋଘର ମଝାପଡ଼ାରେ ଅନେକ ଛୋଟପିଲା ଭାଟିରୁ ମଦ ଆଣି ପିଉଛନ୍ତି । ଯାହାଦ୍ୱାରା ଅନେକ ଯୁବକଙ୍କ ପ୍ରାଣ ଚାଲିଯାଉଥିବା ବେଳେ ଛୋଟ ପିଲାମାନେ ମଧ୍ୟ ଚୋରି, ଡକାୟତି ଭଳି ଅପରାଧୂକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଗ୍ରାମର ଏଭଳି ସ୍ଥିତି ଦେଖି ଗ୍ରାମବାସୀ ଏକ ବୈଠକ କରିଛନ୍ତି । ଯିଏ ମଦ ବିକ୍ରି କରିବ ତାକୁ ୧୦ ହଜାର ଟଙ୍କା ଓ ଯିଏ ମଦ ପିଇବ ତାକୁ ୨ ହଜାର ଟଙ୍କା ଜରିମାନା ଦେବାକୁ ନିଷ୍ପତ୍ତି ହୋଇଛି । ଯିଏ ଏହାକୁ ବିରୋଧ କରିବ ବା ଅବମାନନା କରିବ ତାକୁ ଗାଁରୁ ବାସନ୍ଦ କରାଯିବ । ଏଭଳି ଭଳି କଡ଼ା ନିଷ୍ପଭି ନେଇଛନ୍ତି ଗ୍ରାମବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe