କନକ ବ୍ୟୁରୋ : ଯଦି ଆପଣ ଡାଏବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ, ତାହାଲେ ଆପଣ ଆମେରିକା ଯାଇ ପାରିବେନି । ଏମିତି କିଛି ନିୟମ ଆଣିବାକୁ ଯାଉଛି ଟ୍ରମ୍ପ ପ୍ରଶାସନ । ଆମେରିକାର ଏଭଳି ଅଜବ ନୀତିକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ବୃତ୍ତି ପାଇଁ ହେଉ କି ଉଚ୍ଚଶିକ୍ଷା ପାଇଁ ଆମେରିକା ଯିବାକୁ ପ୍ରାୟ ସବୁ ଦେଶର ଲୋକ ଚାହିଁଥାନ୍ତି । ହେଲେ ଆମେରିକାକୁ ଆସୁଥିବା ଅନ୍ୟଦେଶର ଲୋକଙ୍କ ପାଇଁ ଏବେ ଭିସାରେ ଆଉ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ଆମେରିକା। ଡାଏବେଟିସ୍, ହୃଦ୍‌ରୋଗ, କ୍ୟାନସର୍‌, ସ୍ନାୟୁଗତ ରୋଗ, ଶ୍ବାସକ୍ରିୟ ଜନିତ ରୋଗ ଅବା ମାନସିକ ରୋଗ ଥିଲେ ଏଣିକି ମିଳିବନି ଆମେରିକାର ଭିସା । ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏଭଳି ନିୟମ ଲାଗୁ ହେବାକୁ ଯାଉଛି। ଏଭଳ ରୋଗୀଙ୍କୁ ଗ୍ରୀନ୍ କାର୍ଡ ବା ଆମେରିକାର ନାଗରିକତ୍ବ ମଧ୍ୟ ପ୍ରଦାନ କରାଯିବନାହିଁ ବୋଲି ହ୍ବାଇଟ୍‌ ହାଉସ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । 

Advertisment

ଆଜି ବ୍ରିସବେନରେ ଭାରତ-ଅଷ୍ଟ୍ରେଲିଆ ଶେଷ ଟି-୨୦: ସିରିଜ କବ୍‌ଜା କରିବାକୁ ପ୍ରାଣପଣେ ଚେଷ୍ଟା କରିବେ ସୂର୍ଯ୍ୟକୁମାରଙ୍କ ଟିମ୍

  • ଡାଏବେଟିସ୍ ରୋଗୀଙ୍କୁ ଆମେରିକା ମନା !
  • ଟ୍ରମ୍ପ ପ୍ରଶାସନର ଅଜବ ନୀତି 
  • ମଧୁମେହ ରୋଗୀଙ୍କ ଉପରେ ଲାଗିବ କଟକଣା
  • ମଧୁମେହ, ହୃହ୍‌ରୋଗ, କର୍କଟ ରୋଗୀଙ୍କୁ ଆମେରିକା ମନା
  • ସ୍ନାୟୁଗତ ରୋଗ, ଶ୍ବାସକ୍ରିୟ ଜନିତ ରୋଗ ଏବଂ ମାନସିକ ରୋଗୀଙ୍କୁ ମିଳିବନି ଭିସା 
  • ଜଟିଳ ରୋଗୀଙ୍କୁ ମଧ୍ୟ ମିଳିବନି ଗ୍ରୀନ୍ କାର୍ଡ 
  • କିଛି ଦିନରେ ନିୟମ ଲାଗୁ କରିବାକୁ ହ୍ବାଇଟ୍‌ ହାଉସ୍‌ର ଯୋଜନା
  • ଛାତ୍ର ଓ ଯାତ୍ରୀଙ୍କ ପାଇଁ ଏବେ ଲାଗିବନି ଏହି ନିୟମ