ରାଜଧାନୀରେ ଗଣଦୁଷ୍କର୍ମ ମାମଲାରେ ନୂଆ ଟ୍ୱିଷ୍ଟ, ଝାଡ଼ଖଣ୍ଡରୁ ଝିଅ ଆଣି ଲକ୍ଷ୍ମୀସାଗରରେ ଚାଲିଥିଲା ସେକ୍ସ ରାକେଟ

ସେପଟେ ଏହି ରଙ୍ଗମହଲକୁ ନିଇତି ଆସୁଥିଲେ ବଡ ବଡ ଗରାଖ । ଆଉ ଲାଗୁଥିଲା ଲମ୍ବା ଲମ୍ବା ଗାଡି । ଯାହାର ଭିଜୁଆଲ ଏବେ ଭାଇରଲ ହେବାରେ ଲାଗିଛି । କୁହାଯାଉଛି ଝାଡ଼ଖଣ୍ଡ  ନାବାଳିକାଙ୍କୁ ଦୁଷ୍କର୍ମ ଦିନ ଏହି ଘରକୁ ବି ଏକାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଆଉ ପ୍ରବଳ ରକ୍ତଶ୍ରାବ ପରେ, ମହିଳା ଦଲାଲ ଜୋର ଜବରଦସ୍ତ ତାଙ୍କୁ ଅଟୋରେ ହସ୍ପିଟାଲ ନେଉଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ହେବ ଏହି ଅଞ୍ଚଳକୁ ଅଶାନ୍ତ କରିବା ପଛରେ ସେକ୍ସ ରାକେଟ୍ ଥିବା ଅଭିଯୋଗ କରିଛନ୍ତି ମହିଳା। 

7PM6

କନକ ବ୍ୟୁରୋ : କ୍ରାଇମସିନରେ ହାଇଡ୍ରାମା। ସ୍କୁଟି ନେଇ ଫେରାର ହେଉଛନ୍ତି ମହିଳା। ମହିଳାଙ୍କୁ ଅଟକାଇବାକୁ ଯାଇ ନାକେଦମ ସ୍ଥାନୀୟ ବାସିନ୍ଦା । ପାଟିତୁଣ୍ଡ ହୋ ହଲ୍ଲା ପରେ, ସ୍କୁଟି ଛାଡି ଫେରାର ହୋଇଗଲେ ସନ୍ଦିଗ୍ଧ ମହିଳା। ନାବାଳିକା ଦୁଷ୍କର୍ମ ହୋଇଥିବା ଲକ୍ଷ୍ମୀସାଗର ଅଞ୍ଚଳର ସେହି କ୍ରାଇମସିନ୍। ଯେଉଁଠି ଗତକାଲି ପୁଲିସ ଛାପା ମାରି ଘର ଭିତରୁ ସେକ୍ସ ରାକେଟର ଦଲାଲ ସମେତ, ଯୁବତୀଙ୍କୁ ଉଦ୍ଧାର କରିଥିଲା। କଡା ନଜର ସତ୍ବେ ପୁଲିସକୁ ଚକମା ଦେଇ ଚମ୍ପଟ ମାରିଛନ୍ତି ସ୍କୁଟି ମାଡମ । ଦୁଷ୍କର୍ମ ଘଟଣାର ଛାନଭିନ ପାଇଁ ସାଇଣ୍ଟିଫକ ଟିମ ସହ ଖୋଳତାଡ କରି, ବହୁ ତଥ୍ୟ ଓ ତଥ୍ୟ ଭିତିକ ପ୍ରମାଣ ପାଇଛି ପୁଲିସ । ଘରକୁ ସିଲ କରିବା ସହ ଘର ଭିତରୁ ଏଟିଏମ ସ୍ଲିପ୍ ଜବତ କରିଛି, ଯେଉଁଥିରେ ଜଣେ କୋଲକାତାର ଦଲାଲର ସୁରାକ ପାଇଥିବା ଜଣା ପଡିଛି । 

ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲା, ସେକ୍ସ ରାକେଟ ଘଟଣାରେ ସାମ୍ନାକୁ ଆସିଲେ ଆଉଜଣେ ମହିଳା, ସ୍କୁଟି ନେଇ ଖସିଯିବାକୁ ଉଦ୍ୟମ

ସେପଟେ ଏହି ରଙ୍ଗମହଲକୁ ନିଇତି ଆସୁଥିଲେ ବଡ ବଡ ଗରାଖ । ଆଉ ଲାଗୁଥିଲା ଲମ୍ବା ଲମ୍ବା ଗାଡି । ଯାହାର ଭିଜୁଆଲ ଏବେ ଭାଇରଲ ହେବାରେ ଲାଗିଛି । କୁହାଯାଉଛି ଝାଡ଼ଖଣ୍ଡ  ନାବାଳିକାଙ୍କୁ ଦୁଷ୍କର୍ମ ଦିନ ଏହି ଘରକୁ ବି ଏକାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଆଉ ପ୍ରବଳ ରକ୍ତଶ୍ରାବ ପରେ, ମହିଳା ଦଲାଲ ଜୋର ଜବରଦସ୍ତ ତାଙ୍କୁ ଅଟୋରେ ହସ୍ପିଟାଲ ନେଉଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ହେବ ଏହି ଅଞ୍ଚଳକୁ ଅଶାନ୍ତ କରିବା ପଛରେ ସେକ୍ସ ରାକେଟ୍ ଥିବା ଅଭିଯୋଗ କରିଛନ୍ତି ମହିଳା। 

ଏହି ଘଟଣାରେ  ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦଲାଲଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା ପାଇଁ ପ୍ରସ୍ତୁତ ହେଉଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe