କନକ ବ୍ୟୁରୋ :  ଝାଡ଼ଖଣ୍ଡ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଉ ଜଣେ ମହିଳାଙ୍କ ଚେହେରା ସାମ୍ନାକୁ ଆସିଛି । ଲକ୍ଷ୍ମୀସାଗର ଅଞ୍ଚଳର ଯେଇଁ ଘରେ ସେକ୍ସ ରାକେଟ ଚାଲିଥିଲା । ସେହି ଘରୁ ହଠାତ୍ ଜଣେ ଫେରାର ହେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ସକାଳୁ ସକାଳୁ ଜଣେ ମହିଳା ସେକ୍ସ ରାକେଟ ଚାଲୁଥିଲା ଘରକୁ ଆସି, ସ୍କୁଟି କାଢି ଫେରାର ହେବାକୁ ଉଦ୍ୟମ କରୁଥିଲେ । ସେହି ସମୟରେ  ସ୍ଥାନୀୟ ଲୋକେ ତାଙ୍କୁ ଘେରିଯାଇ ଧରିବାକୁ ଚେଷ୍ଟା କରିଥିଲେ । ଧରାପଡ଼ି ଯିବା ଭୟରେ ମହିଳା ଜଣକ ଘଟଣାସ୍ଥଳରେ ସ୍କୁଟିକୁ ଛାଡ଼ି ଦୌଡ଼ିଦୌଡ଼ି ପଳାଇଥିଲେ । ସେହି ସମୟର ଏକ୍ସକ୍ଲୁସିଭ ସିସିଟିଭି ଫୁଟେଜ କନକ ନ୍ୟୁଜ ହାତରେ ଲାଗିଛି । ତେବେ କିଏ ସେହି ସନ୍ଦିଗ୍ଧ ସ୍କୁଟି ମ୍ୟାଡ଼ମ? କାହିଁକି ଲୋକଙ୍କୁ ଦେଖି ଦୌଡ଼ି ଦୌଡ଼ି ପଳାଇଲେ । ଯାହାକୁ ନେଇ ଏବେ  ଅନେକ ପ୍ରଶ୍ନ ଉଠିଛି । 

Advertisment

କିଙ୍ଗପିନ ସାଙ୍ଗରେ ଝାଡ଼ଖଣ୍ଡ ନାବାଳିକା । କନକ ନ୍ୟୁଜ ହାତରେ ଲାଗିଲା ଏକ୍ସକ୍ଲୁସିଭ ତଥ୍ୟ । ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ ଓ ଦଲାଲ ମହିଳା ନାବାଳିକାକୁ ଅଟୋରେ ନେଉଥିବାର ଭିଜୁଆଲ ଦେଖିବାକୁ ମିଳିଛି । ତରବରିଆ ଭାବରେ ଅଟୋରେ ବସାଇ ନେଉଥିବା ବେଳେ, ନାବାଳିକା ଚାଲି ପାରୁ ନାହାନ୍ତି ଓ ତାଙ୍କ ହାତକୁ ଧରି ଧରି ଦଲାଲ ନେଉଥିବା ଦେଖିବାକୁ ମିଳିଛି ଓ ଅଟୋରେ ନାବାଳିକାଙ୍କୁ ଧରି ବସିଥିବା ଦେଖିବାକୁ ମିଳିଛି । ରାଜଧାନୀରେ ଝାଡଖଣ୍ଡର ନାବାଳିକା ଦୁଷ୍କର୍ମ ମାମଲାରେ ପୂର୍ବରୁ ୪ ଜଣଙ୍କୁ ଗିରଫ କରିସାରଛି କମିସନରେଟ ପୁଲିସ । ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ ଦଲାଲ  ଓ ଘର ମାଲିକଙ୍କୁ ଗିରଫ କରିଛି ପୁଲିସ।  ଜଣେ ୧୬ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ଅଶୋକନଗରରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ନାବାଳିକା ଜଣକ । କିଛି ଲୋକ ଜନପଥ କଡ଼ରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେବା ସହ ପୁଲିସକୁ ଖବର ଦେଇଥିଲେ । ପ୍ରାଥମିକ ଭାବେ ନାବାଳିକାଙ୍କ ସହ ଯୌନ ଉତ୍ପୀଡ଼ନ ସ୍ପଷ୍ଟ ହୋଇଥିବା ବେଳେ, କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା । ପୀଡ଼ିତାଜଣକ ମାନସିକ ବିକାରଗ୍ରସ୍ତ ଏବଂ ତାଙ୍କ ଘର ଝାଡ଼ଖଣ୍ଡ ବୋଲି  ଜଣାପଡ଼ିଛି । ସେପଟେ ଏହି ମାମଲାରେ ସାଇଣ୍ଟିଫିକ ଟିମ୍‌ ସହ ସେକ୍ସ ରାକେଟ ଚାଲି ଥିବା ସ୍ଥାନରେ ଖୋଳତାଡ଼ କରାଯାଉଛି ।