ବେଲଘର ହାତୀ ମୃତ୍ୟୁ ମାମଲାର ନୂଆମୋଡ଼ ; ବନ ବିଭାଗ ଓ ବିଦ୍ୟୁତ ବିଭାଗ ଦୋଷ ଲଦାଲଦି

Advertisment

କୃତରେ ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲା କି ନାହିଁ, ତାଙ୍କୁ ନେଇ ସନ୍ଦେହ ଉପୁଜିଛି । ଏପଟେ ଫେରାର୍ ଡେପୁଟି ରେଞ୍ଜର ଧରାପଡ଼ିବା ଆଗରୁ ତାଙ୍କ ଦୋଷ ଛଡ଼ାଇବାକୁ ଉପରିସ୍ଥ ଅଧିକାରୀ ଆଗକୁ ଆସିବା, ଘଟଣାର ରହସ୍ୟକୁ ଆହୁରି ଘନୀଭୂତ କରିଛି ।

କୃତରେ ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲା କି ନାହିଁ, ତାଙ୍କୁ ନେଇ ସନ୍ଦେହ ଉପୁଜିଛି । ଏପଟେ ଫେରାର୍ ଡେପୁଟି ରେଞ୍ଜର ଧରାପଡ଼ିବା ଆଗରୁ ତାଙ୍କ ଦୋଷ ଛଡ଼ାଇବାକୁ ଉପରିସ୍ଥ ଅଧିକାରୀ ଆଗକୁ ଆସିବା, ଘଟଣାର ରହସ୍ୟକୁ ଆହୁରି ଘନୀଭୂତ କରିଛି ।

Elephant Death issue

Elephant Death issue Photograph: (kanak news)

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ବେଲଘର ହାତୀ ମୃତ୍ୟୁ ଷଡ଼ଯନ୍ତ୍ର ମାମଲାରେ ଚାଞ୍ଚଲ୍ୟକର ମୋଡ଼ । ବନ ବିଭାଗର ସଫେଇକୁ ସନ୍ଦେହ ଘେରକୁ ଠେଲି ଦେଇଛି ବିଦ୍ୟୁତ ବିଭାଗର ଖୁଲାସା । ପ୍ରକୃତରେ ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲା କି ନାହିଁ, ତାଙ୍କୁ ନେଇ ସନ୍ଦେହ ଉପୁଜିଛି । ଏପଟେ ଫେରାର୍ ଡେପୁଟି ରେଞ୍ଜର ଧରାପଡ଼ିବା ଆଗରୁ ତାଙ୍କ ଦୋଷ ଛଡ଼ାଇବାକୁ ଉପରିସ୍ଥ ଅଧିକାରୀ ଆଗକୁ ଆସିବା, ଘଟଣାର ରହସ୍ୟକୁ ଆହୁରି ଘନୀଭୂତ କରିଛି ।
   
ହାତୀକୁ ୩୨ ଖଣ୍ଡ କରିବା ଘଟଣାରେ ବନ ବିଭାଗର ମିଛ ଧରା ପକାଇଦେଲା କି ବିଦ୍ୟୁତ୍‌ ବିଭାଗ ? ଦିନକ ତଳେ ବ୍ରହ୍ମପୁର ଆର୍‌ସିସିଏଫ୍ କହିଥିଲେ ଯେ, ଗତ ୫ ତାରିଖରେ ମୁଣ୍ଡୁଟି ଜଙ୍ଗଲରେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା । ହେଲେ ଫୁଲବାଣୀ ବିଦ୍ୟୁତ ବିଭାଗ ସହ-ନିର୍ବାହୀ ଯନ୍ତ୍ରୀ କନକ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି, ‘ଜାନୁଆରି ୫ରେ ଝିରିପାଣି ଅଞ୍ଚଳରେ ହାତୀ ଚଳପ୍ରଚଳକୁ ନଜରରେ ରଖି ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିଲା’ । ନିର୍ବାହୀ ଯନ୍ତ୍ରୀ ବି କହିଛନ୍ତି- ‘ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ନେଇ ବନ ବିଭାଗ କୌଣସି ସୂଚନା ଦେଇନାହିଁ । ଜଙ୍ଗଲରେ ବନ୍ୟପ୍ରାଣୀର ମୃତ୍ୟୁ ହେଲେ ବିଦ୍ୟୁତ୍ ବିଭାଗକୁ ଚିଠି କରିଥାଏ ବନ ବିଭାଗ । କିନ୍ତୁ ବାଲିଗୁଡ଼ା ବନବିଭାଗ କୌଣସି ଚିଠି କରି ନାହିଁ କି ତଦନ୍ତ ପାଇଁ ଡାକି ନାହିଁ ।’

ଅଧିକ ପଢ଼ନ୍ତୁ---ସରକାରଙ୍କୁ ହାଇକୋର୍ଟଙ୍କ ଝଟକା ; PUCC ନଥିଲେ ପେଟ୍ରୋଲ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ

ହାତୀ ମୃତ୍ୟୁକୁ ୨୦ ଦିନ ବିତିଥିବା ବେଳେ, ଏବେ ବି ଧରାପଡ଼ିନାହାନ୍ତି ରେଞ୍ଜର୍ ବିନୟ ବିଶି । ଭୟରେ ସେ ଏଭଳି କଲେ ବୋଲି ବଡ଼ବାବୁମାନେ ଆଗୁଆ ସଫେଇ ରଖିବା ଷଡ଼୍‌ଯନ୍ତ୍ରର ଗଭୀରତାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ରେଞ୍ଜର ଫେରାର୍ ଥିବା ବେଳେ ଆରସିସିଏଫ୍‌ ଓ ଡିଏଫ୍ଓ ଏକଥା ଜାଣିଲେ କେମିତି ? ସେମାନେ ନିଜେ ଏହି ଘଟଣା ପାଇଁ ଉତ୍ତରଦାୟୀ ନୁହେଁ କି? ଏଯାଏଁ ପିସିସିଏଫ୍‌ ଘଟଣାସ୍ଥଳକୁ ଯାଉନାହାନ୍ତି କାହିଁକି ? ଏହା ପଛରେ ହାତୀ ଅଙ୍ଗ ତସ୍କରୀ ରାକେଟ୍ କାମ କରୁନି ତ ? ଜଙ୍ଗଲ ମନ୍ତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ କଥା କହୁଥିଲେ ବି, ପ୍ରଶ୍ନ ଉଠୁଛି- ମାମଲାର ତଦନ୍ତ କରିବ କିଏ? ନିଜ ଦୋଷ ନିଜେ ଧରିବ କି ବନ ବିଭାଗ ? ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ଦାୟିତ୍ୱ ଦିଆଯାଉନି କାହିଁକି ? ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଜଙ୍ଗଲ ବିଭାଗର ସମ୍ବେଦନହୀନତା ଉଦବେଗ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe