ଚୀନ୍-ବାଂଲାଦେଶର ମୁକାବିଲା ପାଇଁ ନୂଆ ରଣନୀତି, ସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ

Advertisment

ହଲଦିଆ ଘାଟି ପ୍ରଥମେ ନୌସେନାର ପ୍ରାଥମିକ ରଣନୀତି ପାଇଁ କାର୍ଯ୍ୟ କରିବ ଏବଂ ପରବର୍ତ୍ତୀ ସମୟରେ ଏହା ପରିବହନ ଓ ଯୁଦ୍ଧନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରାରମ୍ଭିକ କାର୍ଯ୍ୟ ହଲଦିଆ ଡକ୍ କମ୍ପ୍ଲେକ୍ସରୁ ଆରମ୍ଭ ହୋଇଛି। ଏହି ସ୍ଥାନ କୋଲକାତାଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ହୁଗଳି ନଦୀ କୂଳରେ ଅବସ୍ଥିତ, ଯାହା ଗଭୀର ସମୁଦ୍ର ପର୍ଯ୍ୟନ୍ତ ସିଧାସଳଖ ପ୍ରବେଶ ଦେଇଥାଏ। ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ଅଧିକାରୀ ଓ ନାବିକ ନିୟୋଜିତ ହେବେ। ଏଠାରେ   ଯୁଦ୍ଧଜାହାଜ, ଫାଷ୍ଟ ଇଣ୍ଟରସେପ୍ଟର କ୍ରାଫ୍ଟ (ଏଫ୍‌ଆଇସି) ଏବଂ ଅତ୍ୟାଧୁନିକ ‘ଫାଷ୍ଟ ଆଟାକ୍ କ୍ରାଫ୍ଟ’ ରହିବ ।

neval

କନକ ବ୍ୟୁରୋ : ଭାରତୀୟ ନୌସେନା ପଶ୍ଚିମବଙ୍ଗର ହଳଦିଆରେ ନୂତନ ନୌସେନା ଘାଟି ସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ କରିଛି। ଏହି ବିଶାଳ ଘାଟି ବଙ୍ଗୋପସାଗରର ଉତ୍ତର ଅଞ୍ଚଳରେ ଭାରତର ସାମୁଦ୍ରିକ ଉପସ୍ଥିତିକୁ ଅଧିକ ମଜବୁତ କରିବ। ଚୀନ୍‌ର ବଢ଼ି ଚାଲିଥିବା ନୌସେନା କାର୍ଯ୍ୟକଳାପ ଏବଂ ବାଂଲାଦେଶ ସହିତ ଆଂଚଳିକ ସୁରକ୍ଷା ପରିବର୍ତ୍ତନର ପ୍ରତିକ୍ରିୟା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି ।

 ଅଧିକ ପଢ଼ନ୍ତୁ :ଭାରତୀୟ ନୌସେନାରେ ବଡ଼ ଉପଲବ୍ଧି; ପ୍ରସ୍ତୁତ କଲା ପ୍ରଥମ ସ୍ୱଦେଶୀ ୩ଡି ଏୟାର୍ ସର୍ଭେଲାନ୍ସ ରାଡାର୍

ହଲଦିଆ ଘାଟି ପ୍ରଥମେ ନୌସେନାର ପ୍ରାଥମିକ ରଣନୀତି ପାଇଁ କାର୍ଯ୍ୟ କରିବ ଏବଂ ପରବର୍ତ୍ତୀ ସମୟରେ ଏହା ପରିବହନ ଓ ଯୁଦ୍ଧନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରାରମ୍ଭିକ କାର୍ଯ୍ୟ ହଲଦିଆ ଡକ୍ କମ୍ପ୍ଲେକ୍ସରୁ ଆରମ୍ଭ ହୋଇଛି। ଏହି ସ୍ଥାନ କୋଲକାତାଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ହୁଗଳି ନଦୀ କୂଳରେ ଅବସ୍ଥିତ, ଯାହା ଗଭୀର ସମୁଦ୍ର ପର୍ଯ୍ୟନ୍ତ ସିଧାସଳଖ ପ୍ରବେଶ ଦେଇଥାଏ। ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ଅଧିକାରୀ ଓ ନାବିକ ନିୟୋଜିତ ହେବେ। ଏଠାରେ   ଯୁଦ୍ଧଜାହାଜ, ଫାଷ୍ଟ ଇଣ୍ଟରସେପ୍ଟର କ୍ରାଫ୍ଟ (ଏଫ୍‌ଆଇସି) ଏବଂ ଅତ୍ୟାଧୁନିକ ‘ଫାଷ୍ଟ ଆଟାକ୍ କ୍ରାଫ୍ଟ’ ରହିବ ।

 ଅଧିକ ପଢ଼ନ୍ତୁ :ସବୁ ବିପଦର ମୁକାବିଲା କରିବାକୁ ନୌସେନା ପ୍ରସ୍ତୁତ ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏହି ନୌସେନା ଘାଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର ଅଞ୍ଚଳରେ ଅନଧିକୃତ ପ୍ରବେଶ ରୋକିବା, ଉପକୂଳ ସୁରକ୍ଷା ମଜବୁତ କରିବା, ସମୁଦ୍ର ନିରୀକ୍ଷଣ ବଢ଼ାଇବା, ସମୁଦ୍ର ଡକାୟତି ରୋକିବା ଏବଂ ବିପଦ ସମୟରେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା। ଏହି ନୂତନ ଘାଟି ପୂର୍ବ ନୌସେନା କମାଣ୍ଡ୍ (କୋଲକାତାର ଆଇଏନ୍‌ଏସ୍ ନେତାଜୀ ସୁଭାଷ) ସହିତ କାର୍ଯ୍ୟ କରିବ। ହଳଦିଆ ବଙ୍ଗୋପସାଗରର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ମାର୍ଗ ନିକଟରେ ରହିଛି ଏବଂ ମଲକ୍କା ଷ୍ଟ୍ରେଟ୍ ପର୍ଯ୍ୟନ୍ତ ଯାତ୍ରାରେ ଥିବା ଜାହାଜଗୁଡ଼ିକୁ ନିରୀକ୍ଷଣ କରିବାରେ ଏହା ପ୍ରମୁଖ ଭୂମିକା ନେବ।  ଚୀନ୍ ବାଂଲାଦେଶର ଚଟ୍‌ଗାଓଁ ଓ ମୋଂଗଲା ବନ୍ଦରରେ ବଡ଼ ନିବେଶ କରିଛି ଏବଂ ବାଂଲାଦେଶ ନୌସେନାକୁ ଦୁଇଟି ବୁଡ଼ାଜାହାଜ ପ୍ରଦାନ କରିଛି। ହଳଦିଆ ଘାଟି ଚୀନ୍ ଓ ବାଂଲାଦେଶର ସାମୁଦ୍ରିକ କାର୍ଯ୍ୟକଳାପ ଉପରେ  ନଜର ରଖିବା ସହ ଆଂଚଳିକ ଚ୍ୟାଲେଞ୍ଜର ମୁକାବିଲା କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe