Photograph: (kanaknews)
କନକ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣକୁ ନେଇ ବଡ଼ ଖବର । ଦିଲ୍ଲୀ ଆତଙ୍କୀ ଆକ୍ରମଣ ଘଟଣାରେ ନୂଆ ଖୁଲାସା । ମାଷ୍ଟରମାଇଣ୍ଡ ଡାକ୍ତର ମୁଜମ୍ମିଲ୍ ଗିରଫ ହେବା ପରେ ଡାକ୍ତର ଉମର ଓ ବିଲାଲ୍ ଏକ ଟାବଲେଟ୍ ଭାଙ୍ଗି ନଷ୍ଟ କରି ଦେଇଥିଲେ ବୋଲି ଏନଆଇଏ ତଦନ୍ତରୁ ଜଣାପଡ଼ିଛି । ଫରିଦାବାଦର ଆଲ୍-ଫଲାହ୍ ବିଶ୍ୱବିଦ୍ୟାଳୟରେ ଡିସେମ୍ବର ୨୩ ତାରିଖ ସନ୍ଧ୍ୟାରେ ଏନଆଇଏ ତଦନ୍ତ କରି ଡାକ୍ତର ଉମରଙ୍କ ରୁମରୁ ଭଙ୍ଗା ଟାବଲେଟର କିଛି ଯନ୍ତ୍ରାଂଶ ଜବତ କରିଛି । ଏହି ଟାବଲେଟରେ ମୋଡିଫାଇଡ୍ ଡ୍ରୋନ୍, ରକେଟର ସ୍କେଚ୍ ଏବଂ ଆତଙ୍କବାଦୀ ମଡ୍ୟୁଲ୍ ସମ୍ପର୍କୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିଲା ।
ଘନ କୁହୁଡ଼ିରୁ କୋରାପୁଟ ଲମତାପୁଟରେ ଦୁର୍ଘଟଣା : ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ
ଗିରଫ ଜସିର୍ ବିଲାଲ୍ ୱାନି -ଡାନିଶର ସୂଚନା ପରେ ଏହି ଛାନବିନ୍ ହୋଇଥିଲା । ଦିଲ୍ଲୀ ବିସ୍ଫୋରଣରେ ମୃତ ଡାକ୍ତର ଉମରଙ୍କୁ ଜସିର୍ ଟେକ୍ନିକାଲ୍ ସହାୟତା ଦେଇଥିଲା । ଏହି ବିଶ୍ୱବିଦ୍ୟାଳୟରେ ୨୦୧୯ରୁ ଡାକ୍ତରମାନଙ୍କର ରାଡିକାଲାଇଜେସନ୍ ସୋସିଆଲ୍ ମିଡିଆ ମାଧ୍ୟମରେ ପାକିସ୍ତାନ ଆଧାରିତ ହ୍ୟାଣ୍ଡଲରମାନଙ୍କ ଦ୍ୱାରା ହେଉଥିଲା। ଏହା ଏକ ହ୍ୱାଇଟ୍-କଲର୍ ଆତଙ୍କବାଦୀ ମଡ୍ୟୁଲ୍ । ଘଟଣାର ଏନଆଇଏର ତଦନ୍ତ ଜାରି ରହିଛି ।
ଦିଲ୍ଲୀ ବିସ୍ଫୋରଣ ମାମଲା
ପାକ୍ ଲିଙ୍କ୍: ଆତଙ୍କୀ ରଚୁଥିଲେ ଷଡ଼ଯନ୍ତ୍ର
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ନୂଆ ଖୁଲାସା
ଡାକ୍ତର ମୁଜମ୍ମିଲ୍ ଗିରଫ ପରେ ଉମର ଓ ବିଲାଲ୍ ଟାବଲେଟ୍ ଭାଙ୍ଗିଥିଲେ
ଏନଆଇଏ ଆଲ୍-ଫଲାହ୍ ବିଶ୍ୱବିଦ୍ୟାଳୟରୁ ଭଙ୍ଗା ଟାବଲେଟ୍ ଉଦ୍ଧାର କରିଛି
ଟାବଲେଟରେ ମୋଡିଫାଇଡ୍ ଡ୍ରୋନ୍ ଓ ରକେଟର ସ୍କେଚ୍ ଥିଲା
ଜସିର୍ ବିଲାଲ୍ ୱାନି ଏହା ତିଆରି କରିଥିଲା
ଡାକ୍ତର ଉମରକୁ ଜସିର୍ ଟେକ୍ନିକାଲ୍ ସହାୟତା ଦେଇଥିଲା
୨୦୧୯ରୁ ସୋସିଆଲ୍ ମିଡିଆ ମାଧ୍ୟମରେ ରାଡିକାଲାଇଜେସନ୍ ଚାଲିଥିଲା
ପାକିସ୍ତାନ ଆଧାରିତ ହ୍ୟାଣ୍ଡଲରମାନଙ୍କ ଯୋଗାଯୋଗ ଥିଲା
ହ୍ୱାଇଟ୍-କଲର୍ ଆତଙ୍କବାଦୀ ମଡ୍ୟୁଲର ଏକ ବଡ଼ ଅଂଶ ବୋଲି ସ୍ପଷ୍ଟ
Follow Us