କନକବ୍ୟୁରୋ  : ଘନ କୁହୁଡ଼ିରୁ କୋରାପୁଟ ଲମତାପୁଟରେ ଦୁର୍ଘଟଣା। ଲମତାପୁଟ ବ୍ଲକ ମାଳିପେଟା ଗାଁ ନିକଟରେ କୁକୁଡ଼ା ବୋଝେଇ ଟ୍ରକ୍ ଓ କାର ମୁହାଁ ମୁହିଁ ଧକ୍କା । କାରରେ ଥିବା ୫ଜଣ ଗୁରୁତର ଥିବା ବେଳେ ଡ୍ରାଇଭର ଙ୍କ ଅବସ୍ତା ସଙ୍କଟାପୁର୍ଣ ରହିଛି ।  ସ୍ଥାନୀୟ ଲୋକଙ୍କ ସହାୟତରେ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି ବୈପାରୀଗୁଡା ମେଡିକାଲକୁ ପଠା ଯାଇଛି । 

Advertisment

୫୦୦ ଟଙ୍କା ଧରି ଆସିଥିଲେ ମୁମ୍ୱାଇ, ପ୍ରଥମେ ଆରମ୍ଭ କରିଥିଲେ ମସଲା ବ୍ୟବସାୟ

କୁନ୍ଦୁରା ଗ୍ରାମରୁ ତିନି ପରିବାର ତିନୋଟି ଗାଡ଼ିରେ ଆନ୍ଧ୍ର ପ୍ରଦେଶର ପର୍ଯ୍ୟଟନ ସ୍ଥଳୀ ଅରକୁ ବୁଲିବାକୁ ଯାଉଥିବା ବେଳେ ମାଳିପେଟା ଘାଟିରେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।  ଅରକୁ ଯାଉଥିବା ବେଳେ ପେଟା ମାଳିଗୁଡା ଘାଟିରେ ବିତରିତ ଦିଗରୁ ଏକ କୁକୁଡ଼ା ବୋଝେଇ ଟ୍ରକ ଜୟପୁର ଅଭିମୁଖେ ଯାଉଥିବା ବେଳେ କୁହୁଡ଼ି ଯୋଗୁଁ ଇକୋ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା  ।

ଫଳରେ କାରରେ ବସିଥିବା ୫ ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର ଏବଂ ଭାଗ୍ୟ ଲକ୍ଷ୍ମୀ ସାହୁ ନାମକ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ରାଣୀତୋଟା ପୁଲିସ ଏବଂ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଆହତଙ୍କୁ ବୈପାରିଗୁଡା ଡାକ୍ତରଖାନାକୁ ଚିକିତ୍ସା ପଠେଇ ଥିଲା ।  ବୈପାରିଗୁଡାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଡ୍ରାଇଭର ଏବଂ ବୃଦ୍ଧାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରିଥିଲେ। ଗୁରୁତର ଆହତ ବୃଦ୍ଧା ଭାଗ୍ୟ ଲକ୍ଷ୍ମୀ ସାହୁଙ୍କ ଡାହାଣ ଗୋଡ ଭାଙ୍ଗିଯାଇଥିବା ବେଳେ ଡ଼୍ରାଇଭରଙ୍କ ବାମ ହାତ ଭାଙ୍ଗିବା ସହ କାନରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । 

ସେପଟେ ଭୁବନେଶ୍ବର-କଟକ ରାସ୍ତା ପାହାଳ ନିକଟରେ ଦୁର୍ଘଟଣା। ରାସ୍ତାକଡ଼ରେ ଥିବା କାର୍‌କୁ ଧକ୍କାଦେଲା ଟ୍ରକ୍। କାର୍ ଭିତରେ କାର୍ ଚାଳକ ଶୋଇଥିବା ବେଳେ ଆଜି ଭୋର ପ୍ରାୟ ସାଢ଼େ ୪ଟାରେ ଏ ଦୁର୍ଘଟଣା ଘଟିଛି। କାର୍‌ଟିକୁ କିଛି ଦୂରକୁ ଘୋଷାରି ନେଇଥିଲା ଟ୍ରକ୍‌ଟି। ସୌଭାଗ୍ୟ ବଶତଃ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି କାର୍ ଚାଳକ ଜଣକ। ଦୁର୍ଘଟଣାଗ୍ରସ୍ତ କାର୍‌ ଭିତରୁ କାର୍‌ ଚାଳକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ମଧ୍ୟ କିଛି ଦୂରରେ ଠାବ କରାଯାଇଛି।