ଆସିଲା ନୂଆ ଲେବର କୋଡ୍‌ : ବଢ଼ିବ ଇପିଏଫ୍ ଓ ଗ୍ରାଚ୍ୟୁଇଟି

କେନ୍ଦ୍ର ସରକାର ଦେଶର ଶ୍ରମ କ୍ଷେତ୍ରରେ ସବୁଠୁ ବଡ଼ ସଂଶୋଧନ କରିଛନ୍ତି । ନୂଆ ଲେବର କୋଡ଼ ଅନୁସାରେ ୨୯ଟି ଶ୍ରମ ଆଇନକୁ ଏକାଠି କରି ସରକାର ୪ଟି ନୂଆ ଆଇନ ଘୋଷଣା କରିଛନ୍ତି

14

Photograph: (kanaknews)

କନକବ୍ୟୁରୋ : କେନ୍ଦ୍ର ସରକାର ଦେଶର ଶ୍ରମ କ୍ଷେତ୍ରରେ ସବୁଠୁ ବଡ଼ ସଂଶୋଧନ କରିଛନ୍ତି । ନୂଆ ଲେବର କୋଡ଼ ଅନୁସାରେ ୨୯ଟି ଶ୍ରମ ଆଇନକୁ ଏକାଠି କରି ସରକାର ୪ଟି ନୂଆ ଆଇନ ଘୋଷଣା କରିଛନ୍ତି । ଏଥିରେ ସଂଗଠିତ, ଅଣସଂଗଠିତ କ୍ଷେତ୍ର ସମେତ ସବୁ କର୍ମଚାରୀଙ୍କୁ ସାମିଲ କରାଯାଇଛି । ଫଳରେ ଦରମା, ଗ୍ରାଚ୍ୟୁଟି ଓ ସାମାଜିକ ସୁରକ୍ଷା ସଂପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । 
    
ଦେଶର ଶ୍ରମ ନିୟମରେ ଐତିହାସିକ ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର । ୨୯ଟି ଶ୍ରମ ଆଇନକୁ ସୀମିତ କରି ୪ ନୂଆ ଶ୍ରମ ଆଇନ ଲାଗୁ କରାଯାଇଛି । ଏହି ନିମୟରେ ସଂଗଠିତ, ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ସାମିଲ କରାଯାଇଛି ।  ୪ ନୂଆ ଶ୍ରମ ଆଇନ ଜରିଆରେ ଦରମା, ଗ୍ରାଚ୍ୟୁଟି, ସାମାଜିକ ସୁରକ୍ଷା, ମହିଳା ଅଧିକାର, ନିଶ୍ଚିତ ନିଯୁକ୍ତି ଆଦି ସୁବିଧା କରିଛନ୍ତି ସରକାର। ବିଶେଷ କରି ଗ୍ରାଚ୍ୟୁଟିରେ ବଡ଼ ପରିବର୍ତ୍ତନ କରାଯାଇଛି  । 

ଅଧିକ ପଢନ୍ତୁ.... ମହିଳାଙ୍କ ଭାଗ୍ୟ ବଦାଳାଇଦେଲା ପାମ୍ପଡ ବ୍ୟବସାୟ : ଏବେ ଖୁସିରେ ଚଳୁଛି ପରିବାର

ଆସିଲା ଗ୍ରାଚ୍ୟୁଇଟିର ନୂଆ ଗଣିତ 
ପ୍ରଥମେ ୫ ବର୍ଷ ଚାକିରି କଲେ ଗ୍ରାଚ୍ୟୁଇଟି ଟଙ୍କା ମିଳୁଥିଲା 
ଏଣିକି ବର୍ଷେ ଚାକିରି କରିବା ପରେ ଗ୍ରାଚ୍ୟୁଇଟି ଲାଭ ମିଳିବ 
କେବଳ ନିୟମିତ ନୁହେଁ ଠିକା କର୍ମଚାରୀଙ୍କୁ ମଧ୍ୟ ମିଳିବ 
ବର୍ଷେ କାମ କରି ଚାକିରି ଛାଡ଼ିଲେ ମଧ୍ୟ ମିଳିବ ଗ୍ରାଚ୍ୟୁଇଟି 

କର୍ମଚାରୀଙ୍କ ପରିଶ୍ରମ ଓ କମ୍ପାନିକୁ ଦେଇଥିବା ଲମ୍ୱା ସେବା ପ୍ରତିବଦଳରେ ଅବସର ପରେ କିମ୍ୱା ଚାକିରି ଛାଡ଼ିବା ପରେ କମ୍ପାନି ପକ୍ଷରୁ ଦିଆଯାଉଥିବା ଆର୍ଥିକ ଉପହାର ହେଉଛି ଗ୍ରାଚ୍ୟୁଇଟି। 
କେମିତି କରାଯାଏ ଗ୍ରାଚ୍ୟୁଇଟି ଗଣନା? 
ଶେଷ ଦରମା X (୧୫/୨୬) X ଚାକିରି କରିଥିବା ବର୍ଷ ସଂଖ୍ୟା = ଗ୍ରାଚ୍ୟୁଇଟି 
ସଂଶୋଧିତ ନୂଆ ନିୟମ ଅନୁସାରେ ଦେଶର ସମସ୍ତ କଳକାରଖାନା, ଖଣି, ବନ୍ଦର, ତୈଳ କମ୍ପାନି ଓ ରେଲବାଇରେ କାମ କରୁଥିବା କର୍ମଚାରୀଙ୍କୁ ବର୍ଷେ କାମ କରିଥିଲେ ମଧ୍ୟ ଗ୍ରାଚ୍ୟୁଇଟିର ଲାଭ ମିଳିବ ।  

ଦରମା ଯେକୌଣସି କର୍ମଚାରୀଙ୍କ ସବୁଠାରୁ ବଡ଼ ଭରସା। ମାସ ଶେଷରେ କିଛି ହାତକୁ ଆସେ, ଦରମାରୁ କଟି କିଛି ସଞ୍ଚୟ ଖାତାକୁ ଯାଏ । କିନ୍ତୁ ଏବେ ନୂଆ ଲେବର କୋଡ଼ ଲାଗୁ ଯୋଗୁଁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସରକାରଙ୍କ ୱେଜ କୋଡ ଅନୁସାରେ ଏଣିକି ପ୍ରତ୍ୟେକ କମ୍ପାନିକୁ କର୍ମଚାରୀଙ୍କ ମୂଳ ଦରମା ମୋଟ ସିଟିସିର ୫୦% କରିବା ଅନିବାର୍ଯ୍ୟ। ବହୁ କମ୍ପାନି କର୍ମଚାରୀଙ୍କ ମୂଳ ଦରମାକୁ କମ ରଖି ତାଙ୍କୁ ଦେଉଥିବା ବିଭିନ୍ନ ଭତ୍ତା ବୃଦ୍ଧି କରୁଥିଲେ ।  ଯାହାଫଳରେ ଇପିଏଫ୍ ଓ ଗ୍ରାଚ୍ୟୁଟି ବାବଦରେ କମ୍ପାନିକୁ କମ ଖର୍ଚ୍ଚ କରିବାକୁ ପଡୁଥିଲା। ଏବେ ନୂଆ ନିୟମ ତା ଉପରେ ରୋକ ଲଗାଇଛି  ।  ଫଳରେ ବେସିକ ସାଲାରି ବଢ଼ିବ ସେହି ଅନୁସାରେ ଇପିଏଫ୍ ଓ ଗ୍ରାଚ୍ୟୁଟି ବାବଦକୁ ଟଙ୍କା କଟି ମାସ ଶେଷରେ ଘରକୁ ଆସୁଥିବା ଦରମା ମଧ୍ୟ କମିବ ବୋଲି କୁହାଯାଉଛି  । 

ନୂଆ ଶ୍ରମ ନିୟମ ଅନୁସାରେ ଦେଶର ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କୁ ସର୍ବନିମ୍ନ ଦରମା ସୁନିଶ୍ଚିତ କରିବା, କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେବା ବାଧ୍ୟତାମୂଳକ, ମହିଳାଙ୍କୁ ସମାନ କାମ ପାଇଁ ସମାନ ଦରମା ଓ ସମ୍ମାନ ବ୍ୟବସ୍ଥା ରହିଛି। ଦେଶର ୪୦ କୋଟି ଶ୍ରମିକ ଓ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଓ ବର୍ଷକୁ ଥରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା କରାଯାଇଛି  । ସେହିପରି ଓଭର ଟାଇମ କାମ କଲେ ଦରମା ଦୁଇଗୁଣା କରିବାକୁ ନୂଆ ଶ୍ରମ ଆଇନରେ ବ୍ୟବସ୍ଥା ରହିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe