ନୂଆ ଶିକ୍ଷାନୀତି, ଶିଶୁ ବାଟିକାରୁ ଝୁଣ୍ଟିଲାଣି ବ୍ୟବସ୍ତା, ବଜେଟ୍ ଦେଇଛନ୍ତି ସରକାର, ହେଲେ ଖର୍ଚ୍ଚର ଗତି ଧିମା

Advertisment

କେବଳ ସ୍କୁଲ ନୁହେଁ କଲେଜରେ ମଧ୍ୟ ସମାନ ସ୍ଥିତି। କୁଳପତି ନିଯୁକ୍ତି ପାଇଁ ସାକ୍ଷାତକାର ଚାଲିଥିବା ବେଳେ ନିଯୁକ୍ତି ପ୍ରକ୍ରିୟା ତୁରନ୍ତ ସାରିବାକୁ ପ୍ରୟାସ କରିବ ଉଚ୍ଚଶିକ୍ଷା ବିଭାଗ। ଏହା ପରେ ହିଁ ଖାଲି ପଡିଥିବା ୧୪ଶହରୁ ଅଧିକ ଅଧ୍ୟାପକ ପଦ ପୂରଣ କରାଯିବ।

କେବଳ ସ୍କୁଲ ନୁହେଁ କଲେଜରେ ମଧ୍ୟ ସମାନ ସ୍ଥିତି। କୁଳପତି ନିଯୁକ୍ତି ପାଇଁ ସାକ୍ଷାତକାର ଚାଲିଥିବା ବେଳେ ନିଯୁକ୍ତି ପ୍ରକ୍ରିୟା ତୁରନ୍ତ ସାରିବାକୁ ପ୍ରୟାସ କରିବ ଉଚ୍ଚଶିକ୍ଷା ବିଭାଗ। ଏହା ପରେ ହିଁ ଖାଲି ପଡିଥିବା ୧୪ଶହରୁ ଅଧିକ ଅଧ୍ୟାପକ ପଦ ପୂରଣ କରାଯିବ।

ed

କନକ ବ୍ୟୁରୋ : ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଚ୍ୟାଲେଞ୍ଜ ଆଣିବ ବର୍ଷ ୨୦୨୬ । ଶିଶୁବାଟିକାରେ ଶିଶୁ ସେବିକା ନିଯୁକ୍ତି ଠାରୁ ଆରମ୍ଭ କରି ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ଯାଏଁ, ଖାଲି ଥିବା ପଦ ପୂରଣ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ । ନୂଆ ସିଲାବସ ଅନୁଯାୟୀ ପାଠ ପଢା ସହ ଜାତୀୟ ଶିକ୍ଷା ନୀତି ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ପାଇଁ ଲକ୍ଷ୍ୟ ରଖାଯାଇଛି। 

ନୂଆ ସରକାର ଆସିବା ପରେ ଲାଗୁ ହେଲା ଜାତୀୟ ଶିକ୍ଷା ନୀତି । ୪୫ ହଜାର ସ୍କୁଲରେ ଖୋଲିଲା ଶିଶୁବାଟିକା । ହେଲେ ନିଯୁକ୍ତି ହୋଇନାହାନ୍ତି ଶିଶୁସେବିକା । ତେଣୁ ଚଳିତ ବର୍ଷ ଏହାକୁ ପୂରଣ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ। ସେହିପରି ଶିକ୍ଷକ ନିଯୁକ୍ତି, ନୂଆ ସିଲାବସ୍ ଅନୁଯାୟୀ ପାଠପଢ଼ା, ଡିଜିଟାଲ ଶ୍ରେଣୀଗୃହ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ବି ବଢ଼ାଇବ ଚିନ୍ତା। 

ଅଧିକ ପଢ଼ନ୍ତୁ :  ନୂଆ ଶିକ୍ଷାବର୍ଷରେ ବାଲ ବାଟିକାକୁ ପ୍ରବେଶ ଓ ଖଡିଛୁଆଁ କରାଇଲେ ସରକାର; ସେପଟେ ଜାତୀୟ ଶିକ୍ଷା ନୀତିକୁ ନେଇ ମୁହାଁମୁହିଁ ସୋନିଆ ଓ ଧର୍ମେନ୍ଦ୍ର

 କେବଳ ସ୍କୁଲ ନୁହେଁ କଲେଜରେ ମଧ୍ୟ ସମାନ ସ୍ଥିତି। କୁଳପତି ନିଯୁକ୍ତି ପାଇଁ ସାକ୍ଷାତକାର ଚାଲିଥିବା ବେଳେ ନିଯୁକ୍ତି ପ୍ରକ୍ରିୟା ତୁରନ୍ତ ସାରିବାକୁ ପ୍ରୟାସ କରିବ ଉଚ୍ଚଶିକ୍ଷା ବିଭାଗ। ଏହା ପରେ ହିଁ ଖାଲି ପଡିଥିବା ୧୪ଶହରୁ ଅଧିକ ଅଧ୍ୟାପକ ପଦ ପୂରଣ କରାଯିବ। ଗୁଣାତ୍ମକ ଶିକ୍ଷା ପାଇଁ ଭିତ୍ତିଭୂମି ଓ ମାନବସମ୍ବଳର ବିକାଶ ଜରୁରୀ ବୋଲି କହିଛନ୍ତି ଶିକ୍ଷାବିତ୍।  ନୂଆବର୍ଷରେ ନୂଆ ସଂକଳ୍ପ। ହେଲେ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଏହା କେତେ କାର୍ଯ୍ୟକାରୀ  ହେଉଛି, ତାହା  ସମୟ ହିଁ ପ୍ରମାଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe