ଠକେଇ ମାମଲାରେ ଅଲ୍‌-ଫଲାହ ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷ ଗିରଫ, ୟୁଜିସିର ଅଭିଯୋଗକ୍ରମେ କ୍ରାଇମ୍‌ ବ୍ରାଞ୍ଚ ସିଦ୍ଦିକିଙ୍କ ବିରୋଧରେ ଠକେଇ ଓ ଅନ୍ୟ ଅଭିଯୋଗରେ ଦୁଇଟି ପୃଥକ୍‌ ଏତଲା ରୁଜୁ କଲା

Advertisment

ୟୁଜିସିର ଅଭିଯୋଗକ୍ରମେ କ୍ରାଇମ୍‌ ବ୍ରାଞ୍ଚ ସିଦ୍ଦିକିଙ୍କ ବିରୋଧରେ ଠକେଇ ଓ ଅନ୍ୟ ଅଭିଯୋଗରେ ଦୁଇଟି ପୃଥକ୍‌ ଏତଲା ରୁଜୁ କଲା  । ଅନିୟମିତତା ଓ ଠକେଇ ମାମଲାରେ ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକିଙ୍କୁ ଗିରଫ କରିଛି ।

ୟୁଜିସିର ଅଭିଯୋଗକ୍ରମେ କ୍ରାଇମ୍‌ ବ୍ରାଞ୍ଚ ସିଦ୍ଦିକିଙ୍କ ବିରୋଧରେ ଠକେଇ ଓ ଅନ୍ୟ ଅଭିଯୋଗରେ ଦୁଇଟି ପୃଥକ୍‌ ଏତଲା ରୁଜୁ କଲା  । ଅନିୟମିତତା ଓ ଠକେଇ ମାମଲାରେ ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକିଙ୍କୁ ଗିରଫ କରିଛି ।

Jawad Ahmed Siddiqui

Jawad Ahmed Siddiqui Photograph: (Google)

କନକ ବ୍ୟୁରୋ: ଅନିୟମିତତା ଓ ଠକେଇ ମାମଲାରେ ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକିଙ୍କୁ ଗିରଫ କରିଛି । ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ଅଭିଯୋଗ ଦାଖଲ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁ‌ଷ୍ଠାନ ପରେ ଏହି ଗିରଫଦାରୀ ହୋଇଛି । ୟୁଜିସିର ଅଭିଯୋଗକ୍ରମେ କ୍ରାଇମ୍‌ ବ୍ରାଞ୍ଚ ସିଦ୍ଦିକିଙ୍କ ବିରୋଧରେ ଠକେଇ ଓ ଅନ୍ୟ ଅଭିଯୋଗରେ ଦୁଇଟି ପୃଥକ୍‌ ଏତଲା ରୁଜୁ କରିଥିଲା ।

ଅଧିକ ପଢନ୍ତୁ:  ଅନଲାଇନ୍ ଗେମିଂ ଆପ୍ ମାଧ୍ୟମରେ ସାଇବର ଠକେଇ : ୱିଙ୍ଗୋ ଆପ୍ ଉପରେ ରୋକ ​​ଲଗାଇଲେ ସରକାର

ବୁଧବାର ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ସିଦ୍ଦିକିଙ୍କୁ ହେପାଜତକୁ ନିଆଯିବା ସହିତ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସିଦ୍ଦିକିଙ୍କୁ ୪ ଦିନିଆ ପୁଲିସ ହେପାଜତକୁ ପଠାଇ ଦେଇଛି। ଦିଲ୍ଲୀର ଲାଲକିଲ୍ଲାଠାରେ ବିସ୍ଫୋରଣରେ ୧୩ ଜଣ ଲୋକଙ୍କ ମୃତ୍ୟୁ ପରେ ଅଲ୍-ଫଲାହ ବିଶ୍ବବିଦ୍ୟାଳୟ ଚର୍ଚ୍ଚାକୁ ଆସିଥିଲା । ବିସ୍ଫୋରଣରେ ଆତଙ୍କବାଦୀ ଡାକ୍ତର ଉମର ନବି, ମୁଜ୍ଜାମିଲ ସକିଲ ଓ ଶାହିନ୍‌ ଶାହିଦଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଥିଲା । 

ଏମାନେ ସମସ୍ତେ ଅଲ୍‌- ଫଲାହ ବିଶ୍ବବିଦ୍ୟାଳୟ ସହିତ ଜଡ଼ିତ ଥିଲେ। ବିଶ୍ବବିଦ୍ୟାଳୟ ପକ୍ଷରୁ ଜାଲ୍‌ ନାକ୍‌ ମାନ୍ୟତା ଦାବିକୁ ନେଇ ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (ନାକ୍‌) ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ମିଥ୍ୟା ନାକ୍‌ ମାନ୍ୟତା ଦାବି କରି ବିଶ୍ବବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କଠାରୁ ଅଧିକ ଫି ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା । ବିଶ୍ବବିଦ୍ୟାଳୟକୁ ମିଳୁଥିବା ପାଣ୍ଠି ତଥା ଆର୍ଥିକ କାରବାର ସମ୍ପର୍କରେ ଇଡି ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe