କନକ ବ୍ୟୁରୋ :ସାଇବର ଅପରାଧିଙ୍କ ନୂଆ ଫଣ୍ଡା , ସାଜୁଛନ୍ତି ନକଲି ଟ୍ରାଫିକ ପୁଲିସ୍ । ଅନଲାଇନରେ ପଠାଉଛନ୍ତି ନକଲି ଇ-ଚାଲାଣ । ଆଉ ଆପଣ ସେ ଚାଲାଣ ଉପରେ କ୍ଲିକ୍ କଲେ କଥା ସରିଲା । ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ। କିଭଳି ହେଉଛି ଏ ଠକେଇ, କେମିତି ବର୍ତ୍ତିବେ, ଜାଣନ୍ତୁ...
ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ନରହରି ପଣ୍ଡା ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ରେଡ୍ ସିଗନାଲ ଅବମାନନା କରିବା ଅଭିଯୋଗରେ ତାଙ୍କ ପାଖକୁ ହ୍ବାଟ୍ସଆପ୍ରେ ଆସିଥିଲା ଏକ ଇ-ଚାଲାଣ । ଯାହାର ଜରିମାନା ରାଶି ଥିଲା ୨୨ ଶହ ଟଙ୍କା । ମାତ୍ର ସେ କୌଣସି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିନଥିଲେ । ଏକ ଏପିକେ ଫାଇଲ ଦ୍ବାରା ହ୍ବାଟ୍ସଆପ୍ରେ ଏଭଳି ମେସେଜ୍ ଆସିଥିବାରୁ ତାଙ୍କର ସନ୍ଦେହ ବଢ଼ିଥିଲା । ପରେ ସେ ଟ୍ରାଫିକ ଡିସିପିଙ୍କୁ ଜଣାଇବା ସହ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସାଇବର ଠକ ଏଭଳି ଟ୍ରିକ୍ ଦ୍ବାରା ଠକେଇ କରିବାକୁ ଉଦ୍ୟମ କରୁଥିଲେ ବୋଲି ଜଣାପଡିଛି । ଏ ନେଇ ଛାନଭିନ୍ ଜାରି ରହିଛି ।
ଅଧିକ ପଢ଼ନ୍ତୁ-ରାସନ୍କାର୍ଡଧାରୀଙ୍କ ପାଇଁ ଖୁସି ଖବର ; ବଢ଼ିଲା ଇ-କେୱାଇସି ଅପଡେଟ୍ ଅବଧି
ଖାଲି ହ୍ବାଟ୍ସଆପ୍ରେ ନକଲି ଇ-ଚାଲାଣ ଦେଇଦେଇ ବସୁନାହାନ୍ତି ସାଇବର ଠକ । ଏପରିକି ଟଙ୍କା ପଇଠ ନକଲେ କାର୍ଯ୍ୟାନୁଷ୍ଠାନ ସହ ଗାଡ଼ିର ପଞ୍ଜୀକରଣ ରଦ୍ଦ ହେବ ବୋଲି ବି ମେସେଜ୍ ଦେଉଛନ୍ତି । ଫଳରେ ସହଜରେ ଭୟଭୀତ ହୋଇଯାଉଛନ୍ତି ଚାଳକ । ଏଭଳି ହ୍ବାଟ୍ସଆପ୍ ମେସେଜ୍ ଆସିଲେ ଭୟଭୀତ ନହୋଇ ତୁରନ୍ତ ଟ୍ରାଫିକ ପୁଲିସ ଥାନା କିମ୍ବା ସାଇବର ଥାନାର ସହଯୋଗ ନେବା ଜରୁରୀ ବୋଲି ଟ୍ରାଫିକ ଡିସିପି କହିଛନ୍ତି ।
ତେବେ ଜାଣି ରଖନ୍ତୁ ହ୍ବାଟ୍ସଆପ୍ରେ ନୁହେଁ, ଏସ୍ଏମ୍ଏସ୍ରେ ଯାଏ ଚାଲାଣ ତଥ୍ୟ । ଅନ୍ଲାଇନରେ ନୁହେଁ, ଅଫ୍ଲାଇନରେ ଜରିମାନା ଆଦାୟ ହୁଏ । ଯଦି କିଛି ମେସେଜ୍ ହ୍ୱାଟ୍ସଆପ୍ରେ ଆସୁଛି ତେବେ ଭୟଭୀତ ନହୋଇ ଟ୍ରାଫିକ୍ ପୁଲିସ ଥାନାରେ ଜଣାନ୍ତୁ, ସନ୍ଦେହ ହେଲେ ସାଇବର ଥାନାର ସାହାଯ୍ୟ ନିଅନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/02/cyber-crime-2025-11-02-18-51-30.png)