ନୂଆବର୍ଷରେ ନୂଆ ମନ୍ତ୍ରିମଣ୍ଡଳ! ବାଦ୍‌ ପଡ଼ିପାରନ୍ତି ବିବାଦରେ ଥିବା ମନ୍ତ୍ରୀ

Advertisment

 ନୂଆବର୍ଷରେ ନୂଆ କ୍ୟାବିନେଟ ସହଯୋଗୀଙ୍କୁ ନେଇ ଶାସନ ଚଳାଇବେ ମୋହନ ସରକାର । ହଁ, ଆମେ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କଥା ହିଁ କହୁଛୁ । ଅନେକ ମନ୍ତ୍ରୀଙ୍କ ବିଭାଗ ବଦଳିବ, ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କିଛି ନବାଗତ, ଆଉ ଅଭିଜ୍ଞ । ଦିଲ୍ଲୀର ସଙ୍କେତ ପରେ ପ୍ରସ୍ତୁତି ଆରମ୍ଭ କଲେଣି ମୋହନ-ମନମୋହନ ଯୋଡ଼ି ।  

 ନୂଆବର୍ଷରେ ନୂଆ କ୍ୟାବିନେଟ ସହଯୋଗୀଙ୍କୁ ନେଇ ଶାସନ ଚଳାଇବେ ମୋହନ ସରକାର । ହଁ, ଆମେ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କଥା ହିଁ କହୁଛୁ । ଅନେକ ମନ୍ତ୍ରୀଙ୍କ ବିଭାଗ ବଦଳିବ, ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କିଛି ନବାଗତ, ଆଉ ଅଭିଜ୍ଞ । ଦିଲ୍ଲୀର ସଙ୍କେତ ପରେ ପ୍ରସ୍ତୁତି ଆରମ୍ଭ କଲେଣି ମୋହନ-ମନମୋହନ ଯୋଡ଼ି ।  

state politics

state politics Photograph: (kanak news)

କନକ ବ୍ୟୁରୋ : କିଛି ଦିନ ଅନ୍ତରରେ ପୁଣି ଫେରିଛି ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ।  ନୂଆବର୍ଷରେ ନୂଆ କ୍ୟାବିନେଟ ସହଯୋଗୀଙ୍କୁ ନେଇ ଶାସନ ଚଳାଇବେ ମୋହନ ସରକାର । ହଁ, ଆମେ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କଥା ହିଁ କହୁଛୁ । ଅନେକ ମନ୍ତ୍ରୀଙ୍କ ବିଭାଗ ବଦଳିବ, ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ କିଛି ନବାଗତ, ଆଉ ଅଭିଜ୍ଞ । ଦିଲ୍ଲୀର ସଙ୍କେତ ପରେ ପ୍ରସ୍ତୁତି ଆରମ୍ଭ କଲେଣି ମୋହନ-ମନମୋହନ ଯୋଡ଼ି ।  

ଇସାରା ମିଳିଛି,ସରକାରକୁ କ୍ରିୟାଶୀଳ କରାଅ । ତୁରନ୍ତ ପୂରଣ କର, ଖାଲିପଡ଼ିଥିବା ମନ୍ତ୍ରୀ ପଦ । ଯେଉଁମାନେ ଭଲ ପ୍ରଦର୍ଶନ କରୁନାହାନ୍ତି, ସେମାନଙ୍କୁ ବି ବଦଳାଇଯାଇପାରେ । ଦିଲ୍ଲୀରେ ଶୀର୍ଷ ନେତୃତ୍ୱର ଏଭଳି ଅନୁମତି ପାଇ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଯେ ଏ ସଂକ୍ରାନ୍ତରେ ପ୍ରାରମ୍ଭିକ ଆଲୋଚନା ସରିଛି । ଆଉ ଏଥିସହିତ ପ୍ରସଙ୍ଗଟି ବିଜେପି ରାଜ୍ୟ କାର୍ଯ୍ୟାଳୟ ପାଚେରି ଡେଇଁ ରାସ୍ତାକୁ ଓହ୍ଲାଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ପୂରଣ ହେବ ଖାଲି ପଡ଼ିଥିବା ୬ ମନ୍ତ୍ରୀ ପଦ । ଗୁରୁତ୍ୱପୂର୍ଣ୍ଣ ବିଭାଗ ହାତଛଡ଼ା କରିବେ ଏକାଧିକ ମନ୍ତ୍ରୀ । ବିବାଦରେ ଥିବା ମନ୍ତ୍ରୀଙ୍କ ପଦକୁ ରହିଛି ବିପଦ ଏବଂ ଦକ୍ଷତା ପ୍ରଦର୍ଶନରେ ବିଫଳ ମନ୍ତ୍ରୀଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା । ସାମିଲ ହେବେ ନିର୍ବିବାଦୀୟ ନବାଗତ, ଅଳ୍ପ ଅଭିଜ୍ଞ । ଜାନୁଆରି ନୁହେଁ, ଫେବ୍ରୁଆରି ପ୍ରଥମ ସପ୍ତାହ ଉପରେ ଆଖି । 

ଅଧିକ ପଢ଼ନ୍ତୁ---ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ବଢ଼ିଲା ଚର୍ଚ୍ଚା, ମୋକିମ୍ ଓ ବିଜୟଙ୍କ ଭେଟଘାଟ ପରେ ସରଗରମ ରାଜନୀତି

ନିକଟରେ ବିଜେପିର କେନ୍ଦ୍ରୀୟ ନେତା ବିଏଲ ସନ୍ତୋଷ ଓଡ଼ିଶା ସଂଗଠନକୁ ନେଇ ଚିନ୍ତାପ୍ରକଟ କରିଥିଲେ । ମନ୍ତ୍ରିମଣ୍ଡଳ, ନିଗମ ପଦ ଖାଲି ନେଇ ଝାଡ଼ିଥିଲେ ଅସନ୍ତୋଷ । ପଚାରିଥିଲେ କାହିଁକି ପୂରଣ ହୋଇନି ଏସବୁ ପଦ । ଏହା ପରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଗସ୍ତରେ ଯାଇ ଶୀର୍ଷ ନେତୃତ୍ବଙ୍କୁ ଭେଟି ଆଲୋଚନା କରିଥିଲେ । ନିଜ ଟିମ ସହଯୋଗୀଙ୍କ ବର୍ଷକର ପ୍ରଦର୍ଶନ କାର୍ଡ ଧରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଅଦଳବଦଳ ଚର୍ଚ୍ଚା ପରେ ଅନେକ ମନ୍ତ୍ରୀଙ୍କ ଛାତିରେ ଛନକା ପଶିଛି । ନୂଆ ସରକାରରେ କଳଙ୍କ ବୋଳିଥିବା ମନ୍ତ୍ରୀ ପଦ ବଞ୍ଚାଇବାକୁ ଆରମ୍ଭ କରିଛନ୍ତି ଲବି ହେଲେ ନବାଗତ କିନ୍ତୁ ଖୁସି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe