ପୁରୀରେ ପ୍ରସ୍ତୁତ ୩୦୦ ଶଯ୍ୟା ବିଶିଷ୍ଟ ନୂଆ ମେଡିକାଲ ବିଲ୍‌ଡିଂ, ରହିବ ୩୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ଆଇସିୟୁ

Advertisment

ରହିବ ୩୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ଆଇସିୟୁ । ଗୋଟିଏ ସ୍ଥାନରେ ଏକ୍ସ-ରେ, ବ୍ଲଡ୍‌ ବ୍ୟାଙ୍କ, ପାଥୋଲୋଜି ସୁବିଧା । ରହିବ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍‌ ।

ରହିବ ୩୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ଆଇସିୟୁ । ଗୋଟିଏ ସ୍ଥାନରେ ଏକ୍ସ-ରେ, ବ୍ଲଡ୍‌ ବ୍ୟାଙ୍କ, ପାଥୋଲୋଜି ସୁବିଧା । ରହିବ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍‌ ।

puri odish

puri odish Photograph: (KanakNews)

କନକ ବ୍ୟୁରୋ:  ୧୦ ଏକର ଜମିରେ ହେବ ତଟୀୟ ସାମୁଦ୍ରିକ ପର୍ଯ୍ୟବେକ୍ଷଣ କେନ୍ଦ୍ର । ଉପକୂଳ କ୍ଷୟ, ସମୁଦ୍ରପତ୍ତନ ବୃଦ୍ଧି, ଜୈବ ବିବିଧତା ଏବଂ ପ୍ରଦୂଷଣ ଅଧ୍ୟୟନ ପାଇଁ ଏହା କାର୍ଯ୍ୟ କରିବ । ସହରବାସୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏହା ହେବ ପଥ ପ୍ରଦର୍ଶକ । ଏଥିପାଇଁ ମିଳିସାରିଛି ସରକାରୀ ମଞ୍ଜୁରି । 
 
କେନ୍ଦ୍ର ଆର୍ଥ ସାଇନ୍ସ ଅଧୀନରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ ଟେକ୍ନୋଲୋଜି ଏହି କେନ୍ଦ୍ର ପ୍ରତିଷ୍ଠା କରିବ। ଏନେଇ ସରକାରୀ ମଞ୍ଜୁରି ମିଳିଥିବା ବେଳେ ଡିପିଆର ପ୍ରସ୍ତୁତ କରିବାକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ସମୁଦ୍ର ଆଚରଣର ମିଳିବ ଆଗୁଆ ସୂଚନା । ପୁରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ନିକଟରେ ଏନେଇ ୧୦ ଏକର ଜମି ଚିହ୍ନଟ ହୋଇଛି। କୂଳ ଲଂଘୁଥିବା ସମୁଦ୍ର, ସାମୁଦ୍ରିକ ବିବିଧତା, ଜଳବାୟୁ ବିବିଧତା, ଜଳଚର ପ୍ରାଣୀଙ୍କ ବିଷୟରେ ଆଗୁଆ ଆକଳନ ଫଳରେ କ୍ଷୟକ୍ଷତି ରୋକିବା ପାଇଁ ସହାୟକ ହେବ ।

ଅଧିକ ପଢନ୍ତୁ:  ରାଜ୍ୟର ସମସ୍ତ ସରକାରୀ ଅଫିସରେ କାର୍ଯ୍ୟକାରୀ ହେବ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା : ପ୍ରସ୍ତାବକୁ ମଞ୍ଜୁରି ଦେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା

ପୁରୀରେ ପର୍ଯ୍ୟଟକ ବଢୁଥିବା ବେଳେ ସମୁଦ୍ର ସ୍ନାନ ହୋଇଛି ଅନ୍ୟତମ ପସନ୍ଦ। ତେବେ ସମୁଦ୍ର ଆଚରଣ ସହ ଅଭ୍ୟସ୍ତ ନଥିବାରୁ ଘଟିଥାଏ ଅଘଟଣ । ସେହିଭଳି ଅନେକ ସମୟରେ ଜଳବାୟୁ ବିବିଧତା ବା ହଠାତ ପାଣିପାଗ ପରିବର୍ତ୍ତନ ଯୋଗୁଁ ମତ୍ସ୍ୟଜୀବୀ ଅକଳରେ ପଡ଼ିଥାନ୍ତି। ଆଗୁଆ ଆକଳନ ଓ ସର୍ବେକ୍ଷଣ ଯୋଗୁଁ ବେଆଇନ୍ ଟ୍ରଲର ଚଳପ୍ରଚଳ ଉପରେ ମଧ୍ୟ ରୋକ୍ ଲାଗିପାରିବ। ଫଳରେ ସାମୁଦ୍ରିକ ଜୀବଙ୍କ ଜୀବନ ରକ୍ଷା ହୋଇପାରିବ।   
ପୂର୍ବରୁ ଏନେଇ ଜମି ଚିହ୍ନଟ କରିବାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe