କନକ ବ୍ୟୁରୋ : ଡିଜିଟାଲ ଇଣ୍ଡିଆ ଟ୍ୟାଗ୍ ଲଗାଇ ଆଗକୁ ବଢୁଛି ଦେଶ । ଏମିତି ଯେ ଇଣ୍ଟରନେଟ୍‌ ବିନା ସରକାରୀ ଯୋଜନାର ଲାଭ ପାଇପାରିବେନି ହିତାଧିକାରୀ । କୋର୍ଟ କଚେରୀ ଠାରୁ ଜମିବାଡି, ମଣ୍ଡିରେ ଚାଷୀଙ୍କୁ ଟୋକନ ପାଇବାକୁ ହେଲେ ଓଟିପିର ଆବଶ୍ୟକତା ପଡୁଛି । ରାଜ୍ୟ ସରକାର ବି କେନ୍ଦ୍ରକୁ ଦେଖାଦେଖି ସବୁ ଯୋଜନାର ଡିଜିଟାଇଜେସନ୍ କଲେଣି । ହେଲେ ବାସ୍ତବତା ହେଲା, ଓଡ଼ିଶାରେ ଆଣ୍ଠେଇ ପଡିଛି ଡିଜିଟାଲ ଇଣ୍ଡିଆ । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଲେଖିଥିବା ଏ ଚିଠି ବୟାନ କରୁଛି, କେତେ ବିକଳ ଅବସ୍ଥାରେ ରହିଛି ଓଡ଼ିଶାରେ ମୋବାଇଲ ସେବା । 
ଓଡ଼ିଶାର ୪୯ ପ୍ରତିଶତ ଅଞ୍ଚଳରେ ମୋବାଇଲ ନେଟୱର୍କ ସମସ୍ୟା ରହିଛି
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପହଞ୍ଚିପାରୁନି ମୋବାଇଲ ସେବା 
ଗଞ୍ଜାମ, କେନ୍ଦୁଝର ଓ କନ୍ଧମାଳ ଉପରେ ସ୍ବତନ୍ତ୍ର ଫୋକସ ଦେବାକୁ ପରାମର୍ଶ

Advertisment

ଦିବ୍ୟାଙ୍ଗ ଛାତ୍ରୀ ପାଳିଲେ ଦୀପାବଳି, ଅସହାୟଙ୍କ ମୁହଁରେ ଫୁଟିଲା ହସ

କେନ୍ଦ୍ର ଚିଠିରେ କେତେ ସତ ଅଛି, ତାହା ଗ୍ରାଉଣ୍ଡ ଜିରୋରେ ପରଖିଛି କନକ ନ୍ୟୁଜ୍‌ । କେଉଁଠି ନେଟୱର୍କ ସମସ୍ୟା ପାଇଁ ଲୋକେ ସରକାରୀ ଯୋଜନାରୁ ବଞ୍ଚିତ, ଆଉ କେଉଁଠି ପାଠ ପଢିବାକୁ ପାହାଡ ଚଢୁଛନ୍ତି ଛାତ୍ରଛାତ୍ରୀ ।  

ଓଡ଼ିଶାରେ ମୋବାଇଲ ନେଟୱର୍କ ସମସ୍ୟା ନେଇ ରାଜ୍ୟସଭାରେ କେନ୍ଦ୍ର ରଖିଥିବା ଉତ୍ତର ମଧ୍ୟ ଚିନ୍ତାଜନକ । ଓଡ଼ିଶାର ୧୯୨୧ ଗାଁରେ ଆଜି ବି ନାହିଁ ମୋବାଇଲ ନେଟୱର୍କ ସୁବିଧା । କନ୍ଧମାଳରେ ସର୍ବାଧିକ ୩୭୫ ଗାଁକୁ ଆସୁନି ନେଟ୍‌ୱର୍କ । ଅନୁଗୁଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରିରେ ନେଟୱର୍କ ସମସ୍ୟା ନାକେଦମ କରୁଛି । ୫ଜି ସେବା ତ ସାତ ସପନ, ରାଜ୍ୟର ୯୦ ପ୍ରତିଶତରୁ ଅଧିକ ଗାଁ ୪ଜି ସେବା ସାହାରାରେ ଚାଲୁଛି । ପ୍ରଶ୍ନ ଉଠୁଛି, ପ୍ରତି ଅଞ୍ଚଚଳରେ ମୋବାଇଲ ନେଟୱର୍କ ନଥାଇ ସବୁ ଯୋଜନାର ଡିଜିଟାଇଜେସନର କେମିତି? ସରକାରୀ ଯୋଜନାରେ ଦୁର୍ନୀତି ପାଇଁ ଏହା ପ୍ରୋତ୍ସାହିତ କରୁନି କି?