କନକ ବ୍ୟୁରୋ : ଆଖିକୁ ଦିଶୁନଥିଲେ ବି ବାଣର ଶବ୍ଦ ଆନନ୍ଦ ଦେଉଛି ମନକୁ । ନିଜେ ଦେଖି ନପାରିଲେ ବି ଅନୁଭବ କରିପାରୁଛନ୍ତି ଖୁସିର ମୁହୂର୍ତ୍ତକୁ । ଏ ହେଉଛି ବ୍ରହ୍ମପୁର ଅନ୍ଧପସରା ରାସ୍ତାରେ ଥିବା ଏକ ଦୃଷ୍ଟିହୀନ ବିଦ୍ୟାଳୟର ଦୃଶ୍ୟ । ଏଠାରେ ଥିବା ଦିବ୍ୟାଙ୍ଗ ଛାତ୍ରୀମାନେ ନିଆରା ଢଙ୍ଗରେ ପାଳିଛନ୍ତି ଦୀପାବଳି । ନୂଆ ଜାମା ପିନ୍ଧି, ପିଠା ମିଠା ଖାଇ ବାଣ ଫୁଟାଇ ଆଲୋକର ପର୍ବ ପାଳନ କରିଛନ୍ତି । ଏଥିଲାଗି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା ।
ଦୀପାବଳିରେ ନିଆରା ପରମ୍ପରା, ପିତୃପୁରୁଷଙ୍କୁ ପିଣ୍ଡଦାନ ସହ ବଡ଼ବଡ଼ୁଆ ଡକା: ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ସେହିଭଳି ବ୍ରହ୍ମପୁର ଉପକଣ୍ଠରେ ଥିବା ଓଁ ଜରାଶ୍ରମରେ ଅନ୍ତେବାସୀ ପାଳିଛନ୍ତି ଦୀପାବଳି । ସ୍ବେଚ୍ଛାସେବୀ ସଂଗଠନ ସବୁଜ ବାହିନୀର କର୍ମକର୍ତ୍ତାମାନେ ଅନ୍ତେବାସୀଙ୍କ ସହ ମିଶି ଆଲୋକର ପର୍ବ ପାଳନ କରିଛନ୍ତି । ଆଗକୁ ଏ କାର୍ଯ୍ୟକ୍ରମ ଜାରି ରଖିବା ସହ ପ୍ରଦୂଷଣ ମୁକ୍ତ ଦୀପାବଳିର ଲକ୍ଷ୍ୟ ରଖିଛି ସବୁଜ ବାହିନୀ । ଆସହାୟଙ୍କ ମୁହଁରେ ହସ ଫୁଟାଇବାକୁ ଯୁବ ସଂଗଠନର ଏ ପ୍ରୟାସ ସ୍ବାଗତଯୋଗ୍ୟ । ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ଏହା ସାଜିବ ପ୍ରେରଣାର ଉତ୍ସ ।