ନିଟ୍‌ ପିଜି: ଖାଲି ପଡ଼ିଛି ଦେଶରେ ୧୮,୦୦୦ରୁ ଅଧିକ ପିଜି ମେଡିକାଲ ସିଟ୍‌

Advertisment

ଚଳିତ ବର୍ଷ ଦ୍ବିତୀୟ ରାଉଣ୍ଡ କାଉନସେଲିଂ ପରେ ସାରା ଦେଶର ମେଡିକାଲ କଲେଜରେ ୧୮,୦୦୦ ପିଜି ସିଟ୍ ଖାଲି ପଡ଼ିଛି । ଏହାପରେ ଏସ୍‌ସି/ଏସ୍‌ଟି/ଓବିସି ପରି ସଂରକ୍ଷିତ ବର୍ଗର ଛାତ୍ରଙ୍କ ନିଟ୍‌ ପିଜି -୨୦୨୫ ପରୀକ୍ଷା କଟ୍‌-ଅଫ୍‌ ଜିରୋ ପର୍ସେଣ୍ଟାଇଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷ ଦ୍ବିତୀୟ ରାଉଣ୍ଡ କାଉନସେଲିଂ ପରେ ସାରା ଦେଶର ମେଡିକାଲ କଲେଜରେ ୧୮,୦୦୦ ପିଜି ସିଟ୍ ଖାଲି ପଡ଼ିଛି । ଏହାପରେ ଏସ୍‌ସି/ଏସ୍‌ଟି/ଓବିସି ପରି ସଂରକ୍ଷିତ ବର୍ଗର ଛାତ୍ରଙ୍କ ନିଟ୍‌ ପିଜି -୨୦୨୫ ପରୀକ୍ଷା କଟ୍‌-ଅଫ୍‌ ଜିରୋ ପର୍ସେଣ୍ଟାଇଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Neet PG

Neet PG Photograph: (KANAK NEWS)

କନକ ବ୍ୟୁରୋ : ଡାକ୍ତରଙ୍କ ସ୍ନାତକୋତ୍ତର ପ୍ରବେଶ ପାଇଁ ଏନ୍‌ଇଇଟି ପିଜି ପରୀକ୍ଷାକୁ ନେଇ ବିବାଦ ଦେଖାଯାଇଛି । ଚଳିତ ବର୍ଷ ଦ୍ବିତୀୟ ରାଉଣ୍ଡ କାଉନସେଲିଂ ପରେ ସାରା ଦେଶର ମେଡିକାଲ କଲେଜରେ ୧୮,୦୦୦ ପିଜି ସିଟ୍ ଖାଲି ପଡ଼ିଛି । ଏହାପରେ ଏସ୍‌ସି/ଏସ୍‌ଟି/ଓବିସି ପରି ସଂରକ୍ଷିତ ବର୍ଗର ଛାତ୍ରଙ୍କ ନିଟ୍‌ ପିଜି -୨୦୨୫ ପରୀକ୍ଷା କଟ୍‌-ଅଫ୍‌ ଜିରୋ ପର୍ସେଣ୍ଟାଇଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା ନେଗେଟିଭ ୪୦ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆଡମିସନ ମିଳିପାରିବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନ୍ତର୍ଗତ ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ଼ (ଏନ୍‌ବିଇ) ୧୩ ଜାନୁଆରିରେ ଏକ ନୋଟିଫିକେସନ ଜାରି କରିଥିଲା, ଯେଉଁଥିରେ ପିଜି (ଏମ୍‌ଡି/ଏମ୍‌ଏସ୍‌) ରେ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଖାଲି ଆସନରେ ପ୍ରବେଶ ପାଇଁ ଯୋଗ୍ୟତାକୁ ସହଜ କରାଯାଇଛି । 
ନୂଆ କଟ୍‌-ଅଫ୍‌ ଅପଡେଟ୍‌ରେ ସାଧାରଣ ଓ ଆର୍ଥିକ ଦୁର୍ବଳ ବର୍ଗ ପାଇଁ ଯୋଗ୍ୟତା ୭ ପର୍ସେଣ୍ଟାଇଲ ପର୍ଯ୍ୟନ୍ତ କରିଦିଆଯାଇଛି । ଦିବ୍ୟାଙ୍ଗ ବର୍ଗ (ପିଡବ୍ଲ୍ୟୁଡି) ୫ ପର୍ସେଣ୍ଟାଇଲ ଓ ଏସ୍‌ସି/ଏସ୍‌ଟି/ଓବିସି ପରି ସଂରକ୍ଷିତ ବର୍ଗର ଛାତ୍ରଙ୍କ କଟ୍‌-ଅଫ୍‌ ଜିରୋ ପର୍ସେଣ୍ଟାଇଲ ପର୍ଯ୍ୟନ୍ତ କରିଦିଆଯାଇଛି । ଏହାପୂର୍ବରୁ ସାଧାରଣବର୍ଗ ପାଇଁ ପାଇଁ କଟ୍‌ଅଫ୍‌- ୫୦ ପର୍ସେଣ୍ଟାଇଲ, ପିଡବ୍ଲ୍ୟୁଡି ବର୍ଗ ପାଇଁ ୪୫ ପର୍ସେଣ୍ଟାଇଲ ଓ ସଂରକ୍ଷିତ ବର୍ଗ ପାଇଁ ୪୦ ପର୍ସେଣ୍ଟାଇଲ ରହିଥିଲା । ଏହାଦ୍ବାରା ଦେଶରେ ସରକାରୀ ତଥା ଘରୋଇ ମେଡିକାଲ କଲେଜରେ ୧୮,୦୦୦ ଅଧିକ ସିଟ୍‌ ଖାଲି ପଡ଼ିଛି । ଏତେ ସିଟ୍‌ ଖାଲି ଛାଡ଼ିବା ଦ୍ବାରା ଦେଶରେ ସଂଶାଧନ ନଷ୍ଟ ହେବା ସହିତ ଡାକ୍ତରଙ୍କ ଅଭାବ ଦେଖାଯିବ ବୋଳି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ---ଆମେରିକାକୁ ଇରାନର ଚେତାବନୀ, କଣ କହିଲେ ଟ୍ରମ୍ପ?

ତେବେ ଡାକ୍ତରମାନେ ଅଭିଯୋଗ କରିଛନ୍ତି ଯେ ଘରୋଇ କଲେଜରେ ସିଟ୍ ପୂରଣ ପାଇଁ ଏହା କରାଯାଇଛି । ଏହି ନିଷ୍ପତ୍ତି ବିରୋଧରେ ସଞ୍ଚିତ ସେଠଙ୍କ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଜାନୁଆରି ୨୧ ତାରିଖରେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ । କୋର୍ଟ କହିଥିଲେ ଯେ, ଏହି ପରୀକ୍ଷା ଡାକ୍ତରଙ୍କ ଗୁଣବତ୍ତା ଯାଞ୍ଚ କରିବା ପାଇଁ ନୁହେଁ ବରଂ ସେମାନଙ୍କୁ ପିଜି ପାଠ୍ୟକ୍ରମରେ ପ୍ରବେଶ ଦେବା ପାଇଁ ଉଦ୍ଦିଷ୍ଟ । ସୁପ୍ରିମକୋର୍ଟରେ ଏନେଇ ମଧ୍ୟ ଏକ ଆବେଦନ ଦାଖଲ କରାଯାଇଛି। ସୂଚନାଯୋଗ୍ୟ, ଦେଶରେ ବିଭିନ୍ନ ମେଡିକାଲ କଲେଜରେ ଏମ୍‌ଡି/ଏମ୍‌ଏସ୍‌ ପାଇଁ ପାଖାପାଖି ୫୦,୦୦୦ ସିଟ୍‌ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe