କନକ ବ୍ୟୁରୋ : ଆମେରିକାକୁ ଇରାନର ଚେତାବନୀ । ମଧ୍ୟପ୍ରାଚ୍ୟରେ ଆମେରିକାର ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାବେଳେ, ଇରାନ ଆମେରିକାକୁ ଏକ କଡ଼ା ଚେତାବନୀ ଦେଇଛି । ଜଣେ ବରିଷ୍ଠ ଇରାନୀ ଅଧିକାରୀ କହିଛନ୍ତି, ଇରାନ ଉପରେ ଯେକୌଣସି ବି ଆକ୍ରମଣକୁ ଯୁଦ୍ଧ ଭାବରେ ଦେଖାଯିବ ଏବଂ ଏହାର କଡ଼ା ଜବାବ ଦିଆଯିବ । ଜଣେ ଇରାନୀ ଅଧିକାରୀ ତାଙ୍କ ପରିଚୟ ଗୋପନ ରଖି କହିଛନ୍ତି, ଆମେରିକା ତାର ସୈନ୍ୟ ଠୁଳ କରିବା ବା ସାମରିକ ଗଠନକୁ ଇରାନ ଗମ୍ଭୀରତାର ସହ ନେଉଛି । ଇରାନ ଆଶା କରୁଛି ଯେ ଏହି ପ୍ରସ୍ତୁତି ବାସ୍ତବ ସଂଘର୍ଷକୁ ଜନ୍ମଦେବନି, କିନ୍ତୁ ଦେଶର ସାମରିକ ବାହିନୀ ଯେକୌଣସି ସମ୍ଭାବ୍ୟ ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି ।
ରିପୋର୍ଟ ଅନୁଯାୟୀ, ଇରାନୀ ଅଧିକାରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏଥର, ଯେକୌଣସି ପ୍ରକାରର ଆକ୍ରମଣ, ହେଉ ନା କାହିଁକି ଇରାନ ଏହାକୁ ନିଜ ବିରୁଦ୍ଧରେ ଏକ ପୂର୍ଣ୍ଣ ଯୁଦ୍ଧ ବୋଲି ମାନିନେବ । ଏପରି ପରିସ୍ଥିତିରେ ଇରାନ ଯଥାସମ୍ଭବ କଡ଼ା ଜବାବ ଦେବ, ଆଉ ଏହା ନିଶ୍ଚିତ କରିବ ଯେ ଭବିଷ୍ୟତରେ କେହି ଇରାନ ଉପରେ ଆକ୍ରମଣ କରିବାକୁ ସାହସ କରିବେ ନାହିଁ ।
ଅଧିକ ପଢ଼ନ୍ତୁ---ଏଣିକି ‘ବନ୍ଦେ ମାତରମ୍’ ସଙ୍ଗୀତ ଗାନ ବେଳେ ବି ଛିଡ଼ାହେବାକୁ ପଡ଼ିବ
ଟ୍ରମ୍ପଙ୍କ ଚେତାବନୀ, ଇରାନର ପ୍ରତିକ୍ରିୟା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ କହିଥିଲେ, ଏକ ଆମେରିକୀୟ ଯୁଦ୍ଧ ଜାହାଜ ଇରାନ ଆଡକୁ ଯାଉଛି, କିନ୍ତୁ ସେ ଏହାକୁ ବ୍ୟବହାର କରିବେ ନାହିଁ ବୋଲି କହିଥିଲେ । ଟ୍ରମ୍ପ ଇରାନକୁ ପ୍ରତିବାଦକାରୀଙ୍କୁ କ୍ଷତି ପହଞ୍ଚାଇବା କିମ୍ବା ଇରାନ ତାର ପରମାଣୁ କାର୍ଯ୍ୟକ୍ରମ ପୁନଃଆରମ୍ଭ ନକରିବାକୁ ଚେତାବନୀ ଦେଇଥିଲେ ।
ଏହାର ଜବାବରେ ଜଣେ ଇରାନୀ ଅଧିକାରୀ କହିଛନ୍ତି ଯେ ଯଦି ଆମେରିକା ଇରାନର ସାର୍ବଭୌମତ୍ୱ କିମ୍ବା କ୍ଷେତ୍ରୀୟ ଅଖଣ୍ଡତା ଉଲ୍ଲଂଘନ କରେ ତେବେ ଇରାନ ଚୁପ ରହିବ ନାହିଁ । ଦୀର୍ଘ ସମୟ ଧରି ଆମେରିକାର ସାମରିକ ଚାପ ଏବଂ ଧମକର ସମ୍ମୁଖୀନ ହେଉଥିବା ଦେଶ ପାଖରେ ଏହାର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ଇରାନ ନିଜକୁ ରକ୍ଷା କରିବା ଏବଂ ଦେଶରେ ସନ୍ତୁଳନ ବଜାୟ ରଖିବା ପାଇଁ ତାର ସମସ୍ତ ସମ୍ବଳ ନିୟୋଜିତ କରିଦେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/24/america-iran-2026-01-24-15-18-54.jpg)