କନକ ବ୍ୟୁରୋ : ଆଜି ଗ୍ରୁପ୍-୮ରେ ବଡ଼ ମୁକାବିଲା । ପଥମ ମ୍ୟାଚରେ ପରସ୍ପରକୁ ଭେଟିବେ ଭାରତ-ସାଉଥ ଆଫ୍ରିକା । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଡାଡିୟମରେ ଖେଳାଯିବ ମ୍ୟାଚ । ଗ୍ରୁପ୍ ବିରେ ଅପରାଜୟ ଅଛନ୍ତି ଦୁଇ ଟିମ । ଗତ ସଂସ୍କରଣ ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ଭାରତ ରୋମାଞ୍ଚକ ଭାବେ ହରାଇଥିଲା । ଦକ୍ଷିଣ ଆଫ୍ରିକା ଏବେ ସେହି ପରାଜୟର ପ୍ରତିଶୋଧ କଡ଼ଗେଣ୍ଡାରେ ନେବାକୁ ଲକ୍ଷ୍ୟ ରଖିଛି । ଭାରତ ପାଇଁ ମୁଖ୍ୟ ଚିନ୍ତା ବ୍ୟାଟିଂ ବିଭାଗ ରହିବ ।
କାରଣ ଗ୍ରୁପ୍ ପର୍ଯ୍ୟାୟରେ ନିଜର ସବୁ ମ୍ୟାଚ୍ ଜିତିଥିଲେ ବି ଭାରତୀୟ ବ୍ୟାଟିଂର ଦୁର୍ବଳତା ପଦାରେ ପଡ଼ିଯାଇଥିଲା । ଅଫ୍-ସ୍ପିନ୍ ବିପକ୍ଷରେ ଭାରତୀୟ ବ୍ୟାଟର୍ମାନେ ସଂଘର୍ଷ କରୁଥିବା ଦେଖାଯାଇଥିଲା । ବିଶେଷକରି ବିସ୍ଫୋରକ ଓପନର୍ ଅଭିଷେକ ଶର୍ମାଙ୍କ ଖରାପ ଫର୍ମ ଦଳପାଇଁ ଚିନ୍ତାର କାରଣ ପାଲଟିଛି । ଚଳିତ ବିଶ୍ବକପ୍ରେ ସେ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହାନ୍ତି । ଭାରତୀୟ ବ୍ୟାଟିର ଅସଲ ପରୀକ୍ଷା ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂ ବିପକ୍ଷରେ ଦେଖିବାକୁ ମିଳିବ । ଦକ୍ଷିଣ ଆଫ୍ରିକା ବୋଲିଂ ବିଭାଗରେ କାସିଗୋ ରାବାଡ଼ା, ଲୁଙ୍ଗି ଏନଗିଡି, ମାର୍କୋ ୟାନ୍ସେନ୍, କେଶବ ମହାରାଜ ଓ ଐଦେନ୍ ମାର୍କରାମ୍ଙ୍କ ପରି ଭଲ ବୋଲର ଅଛନ୍ତି ।
ଅଧିକ ପଢନ୍ତୁ : ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ଶୃଙ୍ଖଳା ବିଜୟ
ଅନ୍ୟପକ୍ଷରେ ଭାରତର ବୋଲିଂ ବିଭାଗ ସନ୍ତୁଳିତ ଅଛି। ଯଶପ୍ରୀତ ବୁମରା ଓ ବରୁଣ ଚକ୍ରବର୍ତ୍ତିଙ୍କ ଉପରେ ଭାରତର ବୋଲିଂ ଆକ୍ରମଣ ନିର୍ଭର କରିବ । ତେବେ ଦୁଇ ଦଳ ଗତ ଦୁଇ ମାସ ମଧ୍ୟରେ ପରସ୍ପରକୁ ୬ଷ୍ଠ ଥର ପାଇଁ ଭେଟିବାକୁ ଯାଉଥିବାରୁ ଉଭୟ ନିଶ୍ଚିତଭାବେ ପରସ୍ପରର ଦୁର୍ବଳତା ଓ ଶକ୍ତି ସମ୍ପର୍କରେ ଭଲଭାବରେ ଅବଗତ ଥିବେ। ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ମୁକାବିଲା ଲାଗି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହୋଇ ସାରିଥିବା ଭାରତୀୟ କ୍ରିକେଟ୍ ଦଳର ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମୋର୍କେଲ ମଧ୍ୟ କହିଛନ୍ତି ।
Follow Us