ଶାହ ଦେଇଥିଲେ ‘ନଭେମ୍ବର ୩୦’ ଟାର୍ଗେଟ୍; ୧୨ ଦିନ ଆଗରୁ ହିଡମାର ଖେଳ ଶେଷ

Advertisment

ଗୃହମନ୍ତ୍ରୀ ଅମିତ ଶାହ କୁଖ୍ୟାତ ନକ୍ସଲ ହିଡମାକୁ ନିପାତ କରିବାକୁ ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ସମୟ ଦେଇଥିଲେ, ହେଲେ ଟାର୍ଗେଟ୍ ସମୟର ୧୨ ଦିନ ପୂର୍ବରୁ ହିଡମାକୁ ନିପାତ କରିଛନ୍ତି ଭାରତର ସୁରକ୍ଷା ବଳ । ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ସୁରକ୍ଷା ବାହିନୀର ଗୁଳିରେ ହିଡମା ଆଖି ବୁଜିଛି ।

ଗୃହମନ୍ତ୍ରୀ ଅମିତ ଶାହ କୁଖ୍ୟାତ ନକ୍ସଲ ହିଡମାକୁ ନିପାତ କରିବାକୁ ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ସମୟ ଦେଇଥିଲେ, ହେଲେ ଟାର୍ଗେଟ୍ ସମୟର ୧୨ ଦିନ ପୂର୍ବରୁ ହିଡମାକୁ ନିପାତ କରିଛନ୍ତି ଭାରତର ସୁରକ୍ଷା ବଳ । ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ସୁରକ୍ଷା ବାହିନୀର ଗୁଳିରେ ହିଡମା ଆଖି ବୁଜିଛି ।

BIHAR POLITICS

BIHAR POLITICS Photograph: (KANAK NEWS)

କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହ କୁଖ୍ୟାତ ନକ୍ସଲ ହିଡମାକୁ ନିପାତ କରିବାକୁ ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ସମୟ ଦେଇଥିଲେ, ହେଲେ ଟାର୍ଗେଟ୍ ସମୟର ୧୨ ଦିନ ପୂର୍ବରୁ ହିଡମାକୁ ନିପାତ କରିଛନ୍ତି ଭାରତର ସୁରକ୍ଷା ବଳ । ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ସୁରକ୍ଷା ବାହିନୀର ଗୁଳିରେ ହିଡମା ଆଖି ବୁଜିଛି ।

ମିଳିଥିବା ସୂଚନା ଅନୁସାରେ, ଗୃହମନ୍ତ୍ରୀ ଅମିତ ଶାହ ୨୦୨୬ ମସିହା ମାର୍ଚ୍ଚ ୩୧ ସୁଦ୍ଧା ପୂରା ଦେଶରୁ ନକ୍ସଲଙ୍କୁ ଶେଷ କରିବାକୁ ଚାହୁଁଛନ୍ତି । ଆଉ ଏହାର ଯଥେଷ୍ଟ ପୂର୍ବରୁ ସେ ହିଡମାକୁ ନିପାତ କରିବାକୁ ଟାର୍ଗେଟ୍ ଦେଇଥିଲେ । ଯାହାକୁ ସୁରକ୍ଷା ଏଜେନ୍ସିମାନେ କାମରେ ଦେଖାଇଛନ୍ତି । ଖାଲି ସେତିକି ନୁହେଁ ଆଜି ହିଡମାକୁ ମାରିବା ପରେ ଗୃହମନ୍ତ୍ରୀ ଅମିତ ଶାହ ସୁରକ୍ଷାବଳର ଶୀର୍ଷ ଅଧିକାରୀଙ୍କୁ ଭେଟିଛନ୍ତି ।

ଆହୁରି ପଢ଼ନ୍ତୁ : ଚିରାଗ ହେବେ କି ଡେପୁଟି ସିଏମ୍? ବଡ଼ ଦାୟିତ୍ୱ ଦେଇପାରେ ବିଜେପି!

ତେବେ ସୁରକ୍ଷା ସମୀକ୍ଷାର ଏକ ବୈଠକରେ ଶାହ ନକ୍ସଲ ବିରୋଧୀ ଅଭିଯୋଗ ସମ୍ପର୍କରେ କହୁଥିବାବେଳେ ନଭେମ୍ବର ୩୦ ସୁଦ୍ଧା ହିଡମାକୁ ନିପାତ କରିବାକୁ କହିଥିଲେ । ଆଉ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଏବେ ସୁରକ୍ଷାବଳ ଗୃହମନ୍ତ୍ରୀ ଦେଇଥିବା ସମୟର ୧୨ ଦିନ ପୂର୍ବରୁ ହିଡମାର ଖେଳ ଶେଷ କରିଛି । ୧୯୮୧ରେ ଜନ୍ମିତ ହିଡମା ପିପୁଲ୍ସ ଲିବରେସନ୍ ଗରିଲା ଆର୍ମିର ଏକ ବାଟାଲିୟନର କମାଣ୍ଡର ଥିଲା । ତା ସହିତ ସେ ମାଓବାଦୀ କେନ୍ଦ୍ରୀୟ ସମିତିର ମଧ୍ୟ ସଦସ୍ୟ ଥିଲା । କୁହାଯାଏ ତା ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ଥିଲା ଆଉ ତାକୁ ମାରି ସୁରକ୍ଷା ବଳ ଏକ ବଡ଼ ସଫଳତା ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe