କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହ କୁଖ୍ୟାତ ନକ୍ସଲ ହିଡମାକୁ ନିପାତ କରିବାକୁ ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ସମୟ ଦେଇଥିଲେ, ହେଲେ ଟାର୍ଗେଟ୍ ସମୟର ୧୨ ଦିନ ପୂର୍ବରୁ ହିଡମାକୁ ନିପାତ କରିଛନ୍ତି ଭାରତର ସୁରକ୍ଷା ବଳ । ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ସୁରକ୍ଷା ବାହିନୀର ଗୁଳିରେ ହିଡମା ଆଖି ବୁଜିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଗୃହମନ୍ତ୍ରୀ ଅମିତ ଶାହ ୨୦୨୬ ମସିହା ମାର୍ଚ୍ଚ ୩୧ ସୁଦ୍ଧା ପୂରା ଦେଶରୁ ନକ୍ସଲଙ୍କୁ ଶେଷ କରିବାକୁ ଚାହୁଁଛନ୍ତି । ଆଉ ଏହାର ଯଥେଷ୍ଟ ପୂର୍ବରୁ ସେ ହିଡମାକୁ ନିପାତ କରିବାକୁ ଟାର୍ଗେଟ୍ ଦେଇଥିଲେ । ଯାହାକୁ ସୁରକ୍ଷା ଏଜେନ୍ସିମାନେ କାମରେ ଦେଖାଇଛନ୍ତି । ଖାଲି ସେତିକି ନୁହେଁ ଆଜି ହିଡମାକୁ ମାରିବା ପରେ ଗୃହମନ୍ତ୍ରୀ ଅମିତ ଶାହ ସୁରକ୍ଷାବଳର ଶୀର୍ଷ ଅଧିକାରୀଙ୍କୁ ଭେଟିଛନ୍ତି ।

ଆହୁରି ପଢ଼ନ୍ତୁ : ଚିରାଗ ହେବେ କି ଡେପୁଟି ସିଏମ୍? ବଡ଼ ଦାୟିତ୍ୱ ଦେଇପାରେ ବିଜେପି!

ତେବେ ସୁରକ୍ଷା ସମୀକ୍ଷାର ଏକ ବୈଠକରେ ଶାହ ନକ୍ସଲ ବିରୋଧୀ ଅଭିଯୋଗ ସମ୍ପର୍କରେ କହୁଥିବାବେଳେ ନଭେମ୍ବର ୩୦ ସୁଦ୍ଧା ହିଡମାକୁ ନିପାତ କରିବାକୁ କହିଥିଲେ । ଆଉ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଏବେ ସୁରକ୍ଷାବଳ ଗୃହମନ୍ତ୍ରୀ ଦେଇଥିବା ସମୟର ୧୨ ଦିନ ପୂର୍ବରୁ ହିଡମାର ଖେଳ ଶେଷ କରିଛି । ୧୯୮୧ରେ ଜନ୍ମିତ ହିଡମା ପିପୁଲ୍ସ ଲିବରେସନ୍ ଗରିଲା ଆର୍ମିର ଏକ ବାଟାଲିୟନର କମାଣ୍ଡର ଥିଲା । ତା ସହିତ ସେ ମାଓବାଦୀ କେନ୍ଦ୍ରୀୟ ସମିତିର ମଧ୍ୟ ସଦସ୍ୟ ଥିଲା । କୁହାଯାଏ ତା ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ଥିଲା ଆଉ ତାକୁ ମାରି ସୁରକ୍ଷା ବଳ ଏକ ବଡ଼ ସଫଳତା ପାଇଛି ।