ନିରବ ନବୀନଙ୍କ ଛାୟା କ୍ୟାବିନେଟ୍‌ ; ଶାସକ ଦଳକୁ ସୁହାଉଛି ବିରୋଧୀ ବିଜେଡିର ଆଭିମୁଖ୍ୟ

Advertisment

କ୍ୟାବିନେଟ ଷ୍ଟାଇଲରେ ବିଧାୟକଙ୍କୁ ବଣ୍ଟା ଯାଇଥିଲା ବିଭାଗ। ପାଖାପାଖି ଦେଢ ବର୍ଷ ବିତିଗଲାଣି । ହେଲେ ନବୀନଙ୍କ ଛାୟା କ୍ୟାବିନେଟ କେମିତି କାମ କରୁଛି ତାହା କାହାକୁ ଜଣାନାହିଁ ।

କ୍ୟାବିନେଟ ଷ୍ଟାଇଲରେ ବିଧାୟକଙ୍କୁ ବଣ୍ଟା ଯାଇଥିଲା ବିଭାଗ। ପାଖାପାଖି ଦେଢ ବର୍ଷ ବିତିଗଲାଣି । ହେଲେ ନବୀନଙ୍କ ଛାୟା କ୍ୟାବିନେଟ କେମିତି କାମ କରୁଛି ତାହା କାହାକୁ ଜଣାନାହିଁ ।

Naveen

Naveen Photograph: (kanak news)

କନକ ବ୍ୟୁରୋ : ମୋହନଙ୍କ ମନ୍ତ୍ରୀଙ୍କୁ ଜଗିବା ସହ ବିଭାଗରେ ହେଉଥିବା ଦୁର୍ନୀତି ଓ ଦୋଷ ଦୁର୍ବଳତାକୁ ଧରିବାକୁ ବିଜେଡି ବିଧାୟକଙ୍କୁ  ବଡ ଦାୟିତ୍ବ ଦେଇଥିଲେ ନବୀନ । କ୍ୟାବିନେଟ ଷ୍ଟାଇଲରେ ବିଧାୟକଙ୍କୁ ବଣ୍ଟା ଯାଇଥିଲା ବିଭାଗ। ପାଖାପାଖି ଦେଢ ବର୍ଷ ବିତିଗଲାଣି । ହେଲେ ନବୀନଙ୍କ ଛାୟା କ୍ୟାବିନେଟ କେମିତି କାମ କରୁଛି ତାହା କାହାକୁ ଜଣାନାହିଁ । ଏଭଳିସ୍ଥଳେ ଆଗକୁ ବିଧାନସଭା ଅଧିବେଶନ । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ କେତେ ପାଳନ କରିଛନ୍ତି ଦଳୀୟ ବିଧାୟକ ତାହା ଗୃହରେ ଜଣାପଡିବ । 

ଶାସନ କ୍ଷମତାରୁ ଯିବା ପରେ  ବିଭାଗୀୟ ତ୍ରୁଟି ବିଚ୍ୟୁତିକୁ ଧରିବାକୁ ଛାୟା କ୍ୟାବିନେଟ ଗଢିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୋହନଙ୍କ ମନ୍ତ୍ରୀଙ୍କୁ ଜଗିଥାନ୍ତେ ନବୀନଙ୍କ ବିଧାୟକ । ବିଧାନସଭାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ, ସବୁଠି ସରକାରଙ୍କ ଭୁଲକୁ ନେଇ କରିଥାନ୍ତେ ଗଠନମୂଳକ ସମାଲୋଚନା। ହେଲେ ଛାୟା କ୍ୟାବିନେଟ ଗଠନ କରିବା ପରେ ଯେମିତି ଭୁଲି ଯାଇଛନ୍ତି ନବୀନ। ପରବର୍ତ୍ତୀ ସମୟରେ ବିଧାୟକଙ୍କୁ ମାଗିନାହାନ୍ତି ବିଭାଗୀୟ ରିପୋର୍ଟକାର୍ଡ। ଅନ୍ୟପଟେ ଅନ୍ତଃକନ୍ଦଳରେ ଜର୍ଜରିତ ବିଜେଡି ଦଳରେ ବିଧାୟକ ନିଜକୁ କେବଳ ନିର୍ବାଚନମଣ୍ଡଳୀରେ ସୀମିତ ରଖିଛନ୍ତି। ତେବେ ପ୍ରଶ୍ନ ଉଠୁଛି, କେବଳ ମାଇଲେଜ୍‌ ନେବାକୁ ହୋଇଥିଲା କି ଛାୟା କ୍ୟାବିନେଟ୍‌ର ଗଠନ? 

ଅଧିକ ପଢ଼ନ୍ତୁ---ପିଲାଙ୍କୁ ପୋଷାକ ଦେବାକୁ ଟଙ୍କା ଦେଇଥିଲେ ମୁଖ୍ୟମନ୍ତ୍ରୀ ; ପୋଷାକ ବାଣ୍ଟିପାରିଲାନି ଗଣଶିକ୍ଷା ବିଭାଗ

ଛାୟା କ୍ୟାବିନେଟରେ ଦାୟିତ୍ବ ପାଇଥିବା ବିଜେଡିର ନାମମାତ୍ର କିଛି ବିଧାୟକଙ୍କୁ ଛାଡିଦେଲେ ଅନ୍ୟ ବିଧାୟକଙ୍କ ପ୍ରଦର୍ଶନ ବିଧାନସଭାରେ ସେତେଟା ପ୍ରଭାବୀ ନୁହେଁ। ସରକାରଙ୍କୁ ଘେରିବାକୁ ମାଳମାଳ ପ୍ରସଙ୍ଗ ଥିଲେ ମଧ୍ୟ ଅନେକ ବିଜେଡି ବିଧାୟକଙ୍କ ନିରବ ଅବତାର ଛାୟା କ୍ୟାବିନେଟର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି, ନବୀନଙ୍କ ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି କି ଦଳୀୟ ବିଧାୟକ? ବିଭାଗୀୟ ତର୍ଜମା କରିବାକୁ ବିଜେଡି ବିଧାୟକଙ୍କର ଆଗ୍ରହ ନାହିଁ କି? ଅନ୍ୟପଟେ ଛାୟା କ୍ୟାବିନେଟକୁ ପ୍ରଭାବଶୂନ୍ୟ କହି କଟାକ୍ଷ କରିଛି ଶାସକ ବିଜେପି। ଜଣେ ଦଳୀୟ ବିଧାୟକଙ୍କ ଦେହାନ୍ତ ଭିତରେ ୨ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ନବୀନ। ହେଲେ ସେମାନଙ୍କୁ ମିଳିଥିବା ବିଭାଗୀୟ ଦାୟିତ୍ବ ଅନ୍ୟ କାହାକୁ ବାଣ୍ଟିନାହାନ୍ତି ନବୀନ। ଏଥିରୁ ଅନୁମେୟ, କିଭଳି ପରିଚାଳିତ ହେଉଛି ଛାୟା କ୍ୟାବିନେଟ୍‌ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe