ନବନୀଙ୍କ ନିଷ୍ପତ୍ତି: ତେଜିଲା ରାଜନୀତି , କଟାକ୍ଷ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ

Advertisment

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବା  ପ୍ରସଙ୍ଗକୁ ନେଇ ରାଜନୀତି ତେଜିଛି ।  ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରିଛନ୍ତି ଉପମୁଖ୍ୟ ମନ୍ତ୍ରୀ କେଭି ସିଂହଦେଓ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବା  ପ୍ରସଙ୍ଗକୁ ନେଇ ରାଜନୀତି ତେଜିଛି ।  ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରିଛନ୍ତି ଉପମୁଖ୍ୟ ମନ୍ତ୍ରୀ କେଭି ସିଂହଦେଓ

K V SINGH DEO

Photograph: (KANAKNEWS)

କନକବ୍ୟୁରୋ :  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବା  ପ୍ରସଙ୍ଗକୁ ନେଇ ରାଜନୀତି ତେଜିଛି ।  ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରିଛନ୍ତି ଉପମୁଖ୍ୟ ମନ୍ତ୍ରୀ କେଭି ସିଂହଦେଓ  ।  ପ୍ରତିକ୍ରିୟା ଦେଇ କହିଛନ୍ତି ନବୀନଙ୍କ ବର୍ଦ୍ଧିତ ଦରମା ନ ନେବା କିଛି ନୁହେଁ ବରଂ ରାଜନୈତିକ ଗୋଟି ଚାଳନା ।  ତାଙ୍କ ପାଖରେ ବିଧାନସଭାରେ କହିବାର ସୁଯୋଗ ଥିଲା । 

ଅଧିକ ପଢନ୍ତୁ...‘ନବୀନ ବାବୁ ବହୁତ ଧନୀ, ତାଙ୍କର ଦରମା ଦରକାର ନାହିଁ’

କାହିଁକି ଆସିଲେନି କାହିଁକି ନିଜ ମତ ରଖିଲେନି ବୋଲି କହିଛନ୍ତି କେଭି ସିଂଦେଓ  ।  ସେହିପରି ନବୀନଙ୍କ ବର୍ଦ୍ଧିତ ଦରମା ନନେବା ପ୍ରସଙ୍ଗରେ ବରିଷ୍ଠ ବିଜେପି ବିଧାୟକ ଜୟନରାୟଣ ମିଶ୍ର କହିଛନ୍ତି ନବୀନ ବାବୁ ବହୁତ ଧନୀ ଲୋକ ।  ତାଙ୍କର ଦରମା ଆବଶ୍ୟକତା ନାହିଁ ।  ଏସବୁ ଡ୍ରାମା । ନବୀନ ବାବୁଙ୍କ ଡ୍ରାମା କୁ ଆଉ କେହି ଗ୍ରହଣ କରୁନାହାନ୍ତି । ଅନ୍ୟପଟେ କଂଗ୍ରେସ ନେତା ପବିତ୍ର ସାଉଁନ୍ତା କହିଛନ୍ତି ଯଦି ବିରୋଧୀ ଦଳ ନେତାଙ୍କ ଦରମା ନେବାର ନ ଥିଲା କାହିଁକି ବିଧାନସଭାରେ ବିଲକୁ ବିଜେଡି ସମର୍ଥନ କଲା ବୋଲି ପ୍ରଶ୍ନ କରିଛନ୍ତି  ।  

ବିରୋଧୀ ଦଳ ନେତା ବର୍ଦ୍ଧିତ  ଦରମା ନ ନେବା ବିଜେଡିର ଦୋମୁଁହା ନୀତି ବୋଲି ସମାଲୋଚନା କରିଛନ୍ତି ।  ଅନ୍ୟପଟେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ବିଜେଡି ସୁପ୍ରିମୋ ସୂଚନାଯୋଗ୍ୟ, ବିଧାୟକଙ୍କର ବହୁଦିନର ଦାବି ନିକଟରେ ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ପୂରଣ ହୋଇଛି। ସେମାନଙ୍କ ଦରମା‌ ଓ ଭତ୍ତା ବୃଦ୍ଧି କରାଯାଇଛି। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଛି। ପୂର୍ବତନ ବିଧାୟକଙ୍କ ପେନ୍‌ସନରେ ବି ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ତିନିଟି ପୃଥକ୍ ବିଲ୍‌ ବିଧାନସଭାରେ ପାରିତ ହୋଇଛି। ୨୦୨୪ ଜୁନ୍ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ ।

ଏଣିକି ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବ। ଆଉ ବିଧାନସଭାରେ ବିଲ୍‌ ଆଣିବାକୁ ପଡ଼ିବ ନାହିଁ । ଶେଷ ଥର ପାଇଁ ୨୦୧୭ ମସିହାରେ ବିଧାୟକଙ୍କ ଦରମା ସଂ‌ଶୋଧିତ ହୋଇଥିଲା। ୨୦୧୭ ମସିହା ସଂ‌ଶୋଧନ ପରେ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ। ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା  ।

ଏବେ ସଂଶୋଧନ କରାଯାଇ ମୂଳ ଦରମାକୁ ମାସିକ ୯୦ ହଜାର ଟଙ୍କା କରାଯାଇଛି। ଅନ୍ୟାନ୍ୟ ଭତ୍ତା ମିଶାଇଲେ ମାସିକ ମୋଟ୍‌ ୩.୪୫ ଲକ୍ଷ ଟଙ୍କା ମିଳିବ। ଏହା ବାଦ୍ ସେମାନେ ବିଧାନସଭା ଅଧିବେଶନ ଓ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବା ପାଇଁ ସିଟିଂ ଆଲାଉନ୍ସ ମଧ୍ୟ ପାଇବେ। ଭତ୍ତା ମଧ୍ୟରେ ଅଛି ନିର୍ବାଚନମଣ୍ଡଳୀ ଭତ୍ତା ୭୫ ହଜାର, ଯାତାୟାତ ଭତ୍ତା ୫୦ ହଜାର, ପତ୍ରପତ୍ରିକା ପାଇଁ ୧୦ ହଜାର, ବିଦ୍ୟୁତ୍‌ ବିଲ୍‌ ୨୦ ହଜାର, ବ୍ୟକ୍ତିଗତ ଗସ୍ତ ଭତ୍ତା ୫୦ ହଜାର, ଚିକିତ୍ସା ଭତ୍ତା ୩୫ ହଜାର ଓ ଟେଲିଫୋନ୍ ଭତ୍ତା ୧୫ ହଜାର।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe