କନକ ବ୍ୟୁରୋ : ନୂଆପଡ଼ାରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜମୁଛି ଉପନିର୍ବାଚନ ପ୍ରଚାର , ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଜୋରଦାର ପ୍ରଚାର ପରେ ଆଜି ପହଞ୍ଚିଛନ୍ତି ନବୀନ ପଟ୍ଟନାୟକ । ସେଠାରେ ଆଜି ତାଙ୍କର ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପ୍ରଚାର ପାଇଁ ବିଜେଡି ସୁପ୍ରିମୋଙ୍କ ଏହା ଦ୍ବିତୀୟ ନୂଆପଡ଼ା ଗସ୍ତ ।
ଅନ୍ୟପଟେ ନୂଆପଡ଼ାରେ ବିଜେପି ୪୦ ହଜାର ଭୋଟ୍ରେ ଜିତିବ ବୋଲି କହୁଥିବାବେଳେ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି ଆମେ ତା’ଠୁ ଅଧିକ ଭୋଟ୍ରେ ଜିତିବୁ । ସେ କହିଛନ୍ତି, ନୂଆପଡ଼ାକୁ ନେଇ ଆମେ କନ୍ଫିଡେଣ୍ଟ ଅଛୁ । କାରଣ, ନବୀନ ବାବୁ ଯେତେବେଳେ କୋମନା ବ୍ଲକ୍ ଆସିଥିଲେ ସେତେବେଳେ ବହୁତ ସଂଖ୍ୟାରେ ଲୋକମାନେ ଯୋଗଦେଇ ସାହାଯ୍ୟ ସହଯୋଗ କରିଥିଲେ । ଏ ଅଞ୍ଚଳରେ ସମସ୍ତଙ୍କ ମନ ଭିତରେ ଗୋଟିଏ କଥା ଯେ ନୂଆପଡ଼ା ଜିଲ୍ଲାକୁ ସ୍ୱର୍ଗତ ବିଜୁ ବାବୁ ତିଆରି କରିଥିଲେ । ଏବଂ ତା’ ପରବର୍ତ୍ତି ସମୟରେ ନୂଆପଡ଼ାର ବିକାଶ ପାଇଁ ନବୀନ ବାବୁ ବହୁତ ଅବଦାନ ରଖିଛନ୍ତି । ଗାଁ ଗାଁ ରେ ଆଦିବାସୀ ଭାଇ ଭଉଣୀ , ଅନୂସୁଚିତ ଜାତି , ସାଧାରଣ ଲୋକ ସମସ୍ତଙ୍କ ପାଇଁ ବହୁତ ପ୍ରକାର କାମ କରାଯାଇଛି । ଅନେକ ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ କରାଯାଇଛି , ସେଥିପାଇଁ ସାଧାରଣ ଲୋକମାନେ ଚାହୁଛନ୍ତି ନବୀନ ବାବୁଙ୍କ ସାଥିରେ ରହିବାକୁ ।
ଅଧିକ ପଢ଼ନ୍ତୁ--ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ, ଇଭିଏମରେ ବନ୍ଦ ହେଲା ୧୨୧ ଆସନର ୧ ହଜାର ୩୧୪ ପ୍ରାର୍ଥୀଙ୍କ ଭାଗ୍ୟ
ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସର ଏଠି ସ୍ଥିତି ନାହିଁ । ସେ ୩ କି ୪ ନମ୍ବରରେ ରହିବ ତାହା ମଧ୍ୟ ଠିକ୍ ନାହିଁ । କିନ୍ତୁ ଆମେ ବିଜେପିଠୁ ଆଗରେ ଅଛୁ ଏବଂ ୧ ନମ୍ବରରେ ଅଛୁ । ବିଜେପି ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଉଛି ତା ସତ୍ତ୍ୱେ ମଧ୍ୟ ଜନସାଧାରଣ କହୁଛନ୍ତି ଆମେ ନବୀନ ବାବୁଙ୍କ ସାଙ୍ଗରେ ଅଛୁ । ନବୀନ ବାବୁ ଆସିବା ମଧ୍ୟ ଲୋକମାନଙ୍କ ଡିମାଣ୍ଡ ଥିଲା , ସେଥିପାଇଁ ସେ ଆସିଛନ୍ତି । ପ୍ରତ୍ୟେକଟି ଲୋକଙ୍କ ମୁହଁରେ ତାଙ୍କରି ନାଁ ।
ପୂର୍ବରୁ ମଧ୍ୟ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ନବୀନ ପଟ୍ଟନାୟକ ତରବୋଡ଼ ସମ୍ଭବ ନିକଟସ୍ଥ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ଜୟ ମା’ ମାଣିକେଶ୍ୱରୀ ସମ୍ବୋଧନ ସହ ନବୀନ ଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ, ନୂଆପଡ଼ା ଆସିଲେ ବିଜୁବାବୁଙ୍କ କଥା ମନେପଡ଼େ। ବିଜୁବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ । ବିଜେଡି ସରକାରରେ ନୂଆପଡ଼ାର ବିକାଶ ହୋଇଥିଲା । ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ୍ ୱେ ହୋଇଥିଲା । ୧୦ ହଜାରରୁ ଅଧିକ ହେକ୍ଟର ଜମି ଜଳସେଚିତ ହୋଇଥିଲା । ଲୋକଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା। ପିଲାଙ୍କ ପାଠପଢ଼ା ଲାଗି ଭଲ ସ୍କୁଲ ନିର୍ମାଣ ସହ ଆଦିବାସୀ ଭାଇ ଓ ଭଉଣୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଥିଲା । ମିସନ୍ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା ।
ଖାଲି ସେତିକି ନୁହେଁ , ସେ ବିଜେପିକୁ ସମାଲୋଚନା କରି ସେ କହିଲେ, ସେମାନେ ଆଗରୁ ଭୋଟ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ବିଜେପି ସରକାର ମିଛ ପ୍ରଚାରରେ ହିରୋ, କାମରେ ଜିରୋ । ଏ ସରକାର ‘ଗେମ୍ ଚେଞ୍ଜର’ ନୁହେଁ ‘ନେମ୍ ଚେଞ୍ଜର’ ସରକାର, ରଙ୍ଗମରା ସରକାର । ବିଜେପି ସରକାର ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ୩ ଶହ ୟୁନିଟ୍ ବିଜୁଳି ମାଗଣାରେ ଦିଆଯିବ ବୋଲି କହିଥିଲା । ବର୍ତ୍ତମାନ ଓଡ଼ିଶାବାସୀ ଏହାର ଜବାବ ମାଗୁଛନ୍ତି । ସେହିପରି ସବୁ ବରିଷ୍ଠ ନାଗରିକଙ୍କୁ ୩,୫୦୦ ଟଙ୍କାର ପେନ୍ସନ୍, କଟ୍ନିଛଟ୍ନି ବନ୍ଦ ହେବ ପ୍ରତିଶ୍ରୁତି ପାଳନ କରି ନାହାନ୍ତି । ବିଏସ୍କେୱାଇ କାର୍ଡକୁ ବନ୍ଦକରି ଆୟୁଷ୍ମାନ ଆରମ୍ଭ କରିଛନ୍ତି । ଫଳରେ ଓଡ଼ିଶାର ବହୁ ରୋଗୀ ଚିକିତ୍ସା ସୁବିଧା ପାଇପାରୁ ନାହାନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି , ମହିଳାମାନେ ସୁରକ୍ଷିତ ନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/07/pratap-jena-bjd-2025-11-07-11-44-32.jpg)