କନକ ବ୍ୟୁରୋ; ପୁଣି ଅପେକ୍ଷା ଆସନ୍ତା ବର୍ଷକୁ । ଶେଷ ହୋଇଛି ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ‘ପରବ’ । ୫ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ୨୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି। ଓରମାସ୍ ଦ୍ବାରା ଆୟୋଜିତ ହୋଇଥିବା ପଲିଶ୍ରୀ ମେଳା, କୃଷି ମେଳା ଏବଂ ଫୁଡ୍ ଷ୍ଟଲରେ ବ୍ୟବସାୟ ଜମିଛି । ଡିସେମ୍ବର ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଏହି ମହୋତ୍ସବ । ପ୍ରତିଦିନ ସଂସ୍କୃତିକ କାର୍ଯ୍ୟକ୍ରମ ସହ କିଣାକିଣି କରି ମଜା ନେଇଥିଲେ ଲୋକେ । ଚଳିତ ବର୍ଷ ଆଦିବାସୀ ମହୋତ୍ସବର ବ୍ୟବସାୟ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ପଲ୍ଲିଶ୍ରୀ ମେଳାରେ ୫୩୬ଟି ଷ୍ଟଲ୍ ଖୋଲିଥିଲା । ଖାଦ୍ୟ ଷ୍ଟଲ୍, ମୀନାବଜାର, ହସ୍ତତନ୍ତ, କୃଷି ମେଳାରେ ଜମିଥିଲା ବ୍ୟବସାୟ ।
ଜାତୀୟସ୍ତରୀୟ ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବ୍ୟବସାୟୀ ଆସି ବେପାର କରିଥିଲେ । କାଶ୍ମୀରୁ ଆସିଥିବା ସ୍ବତନ୍ତ୍ର ଶାଢ଼ି ଷ୍ଟଲରେ ଲାଗିଥିଲା ଲୋକଙ୍କ ଭିଡ଼ । ହାତପାହାନ୍ତାରେ କାଶ୍ମୀର ଶାଢ଼ି ଓ ସାଲ ମିଳୁଥିବାରୁ ଲୋକମାନେ କିଣିନେଇଥିଲେ । ବିଶେଷକରି ଅନ୍ୟଦିନ ମାନଙ୍କରେ ଏହା ମିଳିବା କଷ୍ଟକର ହୋଇଥାଏ । ବର୍ଷକୁ ଥରେ ଷ୍ଟଲ ପଡ଼ିଥିବାରୁ ମହିଳା ମାନେ ଏହି ଷ୍ଟଲରେ କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ:ମୋଦୀ କିଣିଲେ କନ୍ଧମାଳ କଫି, ଦିଲ୍ଲୀ ଆଦିବାସୀ ମହୋତ୍ସବରେ ଚାଷୀଙ୍କ ସହ କଲେ ଆଲୋଚନା।
ଘରକରଣା ସାମଗ୍ରୀ ସହ ମହୋତ୍ସବର ମୁଖ୍ୟ ଆକର୍ଷଣ ଥିବା ଫୁଡ ଷ୍ଟଲ । କିଣାକିଣି ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଖାଦ୍ୟ ଖାଇ ମଜା ଉଠାଇଥିଲେ ଗ୍ରାହକ । ଓଡ଼ିଶାର ଭୂସ୍ବର୍ଗ କୋରାପୁଟ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ଏଠାକାର ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବଡ଼ ରୋଜଗାର ଦେଇଥାଏ । ଏଠାକାର ମାଣ୍ଡିଆ, ଜୈବିକ ପ୍ରଣାଳିରେ ହେଉଥିବା ଧାନ, କଫି ସାରା ବିଶ୍ବରରେ ପରିଚିତ । ତେବେ ମହୋତ୍ସବରେ ଏହାର କିଣାକିଣି କରି ମଜା ନେଇଛନ୍ତି ଗ୍ରାହକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/04/parab-business-2026-01-04-21-32-35.png)