କନକ ବ୍ୟୁରୋ : ବାଦବିବାଦ,ପ୍ରତିବାଦ ଭିତରେ ବଳିପଡ଼ିଲା ମାତା ବୈଷ୍ଣୋଦେବୀ ମେଡିକାଲ କଲେଜ ।ଏହାର ମାନ୍ୟତାକୁ ରଦ୍ଦ କରିଛି ନ୍ୟାଶନାଲ ମେଡିକାଲ କମିଶନ  । ଏମବିବିଏସ ପାଠ୍ୟକ୍ରମ ତ୍ରୁଟି  ଓ ନିୟମ ଉଲ୍ଲଂଘନ ଆଳ ଦେଖାଇ ଯଦିଓ ମାନ୍ୟତା ରଦ୍ଦ କରାଯାଇଛି । 

Advertisment

ଜମ୍ମୁର ବୈଷ୍ଣୋଦେବୀ ମେଡିକାଲ କଲେଜ । ସିଟ ସଂଖ୍ୟା ୫୦ । ଚଳିତବର୍ଷ ୪୨ଜଣ ମୁସଲିମ ଛାତ୍ରଛାତ୍ରୀଙ୍କୁ ସିଟ୍ ଓ କେବଳ ୮ଟି ସିଟ ହିନ୍ଦୁଙ୍କ ପାଇଁ । ମେଡିକାଲ କଲେଜର ଏଭଳି କାର୍ଯ୍ୟକୁ  ଭେଦଭାବ ଓ ପାତରଅନ୍ତର ଦର୍ଶାଇ ସାରା ରାଜ୍ୟରେ ପ୍ରଦର୍ଶନ କରୁଥିଲେ ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନ । ମାତା ବୈଷ୍ଣୋଦେବୀଙ୍କ ସ୍ଥାନରେ ହିନ୍ଦୁଙ୍କ ପ୍ରତି ଏହାକୁ ଅନ୍ୟାୟ ଦର୍ଶାଇ ରାସ୍ତାକୁ ଓହ୍ଲାଇଲେ ଦଳ । 

ଅଧିକ ପଢ଼ନ୍ତୁ : ୭ ବର୍ଷ ହେଲା ସରିଲାଣି ମେଡିକାଲ କଲେଜ କୋଠା ; ହେଲେ ଏଯାଏଁ ହେଉନି ନାଁ ଲେଖା

ହିନ୍ଦୁ ସଂଗଠନର ବିରୋଧ ପ୍ରଦର୍ଶନକୁ ସମର୍ଥନ ଜଣାଇଥିଲା ବିଜେପି । ହିନ୍ଦୁ ଛାତ୍ରଛାତ୍ରୀଙ୍କ ସହ କୌଣସି ପ୍ରକାର ପାତରଅନ୍ତର ନକରିବାକୁ ଜମ୍ମୁକାଶ୍ମୀର ସରକାରଙ୍କୁ ଅପିଲ କରିଥିଲା । ଯାହାର ଜବାବରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଥିଲେ ଜାଣିଶୁଣି ମୁସଲିମ ଛାତ୍ରଙ୍କୁ ଟାର୍ଗେଟ କରାଯାଉଛି । ଆଡମିଶନ କେବଳ ମେରିଟ ଆଧାରରେ ମିଳେ ଧର୍ମ ଆଧାରରେ ନୁହେଁ ।

ପାଠପଢ଼ା ପାଇଁ ଆବଶ୍ୟକୀୟ ସାଧନର ଅଭାବ, କଲେଜର ଦୁର୍ବଳ ଭିତ୍ତିଭୂମି, ଯୋଗ୍ୟ ଏବଂ ପୂର୍ଣ୍ଣକାଳୀନ ଅଧ୍ୟାପକଙ୍କ ଘୋର ଅଭାବ, ଆବାସିକ ଡାକ୍ତରଙ୍କ ଅଭାବ ଏବଂ ଓପିଡ଼ି ଓ ଆଇପିଡ଼ିରେ ଅତ୍ୟନ୍ତ କମ୍ ରୋଗୀ ସଂଖ୍ୟା ସମେତ ଗମ୍ଭୀର ସମସ୍ୟା ସମ୍ପର୍କରେ ଅନେକ ଅଭିଯୋଗ ଆଧାରରେ ମାନ୍ୟତା ରଦ୍ଦ କରାଯାଇଥିବା କହିଛନ୍ତି ନ୍ୟାସନାଲ ମେଡିକାଲ କମିସନ । 

ଅଧିକ ପଢ଼ନ୍ତୁ : ମୋଟା ଅଙ୍କର ଅର୍ଥ ବଦଳରେ ମିଳୁଛି ମେଡିକାଲ କଲେଜ ମାନ୍ୟତା, ଦୁର୍ନୀତି ରାକେଟ ଉପରୁ ପର୍ଦ୍ଦା ଉଠାଇଲା ସିବିଆଇ

ଏଠି ପ୍ରଶ୍ନ ଉଠୁଛି ମେଡିକାଲ କଲେଜରେ ଲେଖା ପାଇଁ ଜାତୀୟ ସ୍ତରରେ ପ୍ରବେଶିକା ପରୀକ୍ଷା ହୋଇଛି । ରାଙ୍କ ଆଧାରରେ ନାମଲେଖା ହୁଏ । ମାତା ବୈଷ୍ଣୋଦେବୀଙ୍କ ନାଁରେ ନାମିତ ମେଡିକାଲ କଲେଜରରେ କୃତକାର୍ଯ୍ୟ  ପରୀକ୍ଷାର୍ଥୀ ମୁସଲିମ ହୋଇଥିଲେ ସେମାନଙ୍କ ନାମଲେଖାକୁ ବିରୋଧ କରିବା ଯୁକ୍ତିଯୁକ୍ତ କି?