କନକ ବ୍ୟୁରୋ: ବଡ ଦୁର୍ନୀତିର ପର୍ଦ୍ଦାଫାଶ କରିଛି ସିବିଆଇ । ମେଡିକାଲ କଲେଜ ଲାଇସେନ୍ସ ପାଇଁ ମୋଟା ଅର୍ଥ ଅଙ୍କ ନେଇ ଦିଆଯାଉଛି ମାନ୍ୟତା । ସବୁଠୁ ବଡ କଥା ହେଉଛି ମେଡିକାଲ କମିଶନ ଅଫ ଇଣ୍ଡିଆଠୁ ନେଇ ସ୍ବାସ୍ଥ୍ୟମନ୍ତ୍ରାଳୟର ଅନେକ ନାମୀଦାମୀ ନାଁ । ନା ଅଛି ଆବଶକୀୟ ସାଧନ, ନା ଅଛି ପର୍ଯ୍ୟାପ୍ତ ପରିମାଣର ମାନବ ସମ୍ବଳ । ତଥାପି ମିଳିଛି ଏକାଧିକ ମେଡିକାଲ କଲେଜର ମାନ୍ୟତା । ଏନେଇଜଡିତ ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ କରିଛି ସିବିଆଇ । ମାମଲାରେ ସିବିଆଇ ୩୫ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଓ ଜାତୀୟ ଚିକିତ୍ସା କମିଶନର ଉଚ୍ଚ ପଦାଧିକାରୀ, ଘରୋଇ କଲେଜ ପ୍ରତିନିଧି, ବରିଷ୍ଠ ଶିକ୍ଷାବିତ ଓ ଆତ୍ମଘୋଷିତ ଧର୍ମଗୁରୁ । ମିଛ କାଗଜପତ୍ର ସହ ମାନ୍ୟତା ଦେବାକୁ ଏମାନଙ୍କ କରୁଥିଲେ କୋଟି କୋଟି ଟଙ୍କାର ନେଣଦେଣ । ୨୫ ଲକ୍ଷର ୩କୋଟି ପର୍ଯ୍ୟନ୍ତ ଡିଲ ହେଉଥିଲା । 

Advertisment

ସିବିଆଇ ଅନୁଯାୟୀ
-ମେଡିକାଲ କଲେଜଗୁଡ଼ିକୁ ମାନ୍ୟତା ପ୍ରଦାନ ଏବଂ ଯାଞ୍ଚ କରିବାରେ ଦୁର୍ନୀତି ହୋଇଥିଲା
-ଯାଞ୍ଚ ତାରିଖ, ମୂଲ୍ୟାୟନକାରୀଙ୍କ ନାମ ଭଳି ଗୋପନୀୟ ସୂଚନା କଲେଜଗୁଡ଼ିକୁ ଲିକ୍ ହୋଇଥିଲା
-ନକଲି ଶିକ୍ଷକ ନିଯୁକ୍ତି, ରୋଗୀଙ୍କ ମିଥ୍ୟା ସୂଚନା, ବାୟୋମେଟ୍ରିକ୍ ହେରଫେର ଏବଂ ନିରୀକ୍ଷକମାନଙ୍କୁ ଲାଞ୍ଚ ଦେବା
-ସରକାରୀ ଅଧିକାରୀ, ମଧ୍ୟସ୍ଥି ଏବଂ କଲେଜ ମୁଖ୍ୟମାନେ ଏକାଠି ଏକ ଅପରାଧିକ ଷଡ଼ଯନ୍ତ୍ର ରଚୁଥିଲେ -ସେମାନେ ଗୁପ୍ତ ଡକ୍ୟୁମେଣ୍ଟର ଫଟୋ ଉଠାଇ ମଧ୍ୟସ୍ଥିଙ୍କ ମାଧ୍ୟମରେ ଘରୋଇ କଲେଜଗୁଡ଼ିକୁ ପଠାଉଥିଲେ।

 ସିବିଆଇ କହିଛି ଏହି ଦୁର୍ନୀତିର ଚେର ଦିଲ୍ଲୀରୁ ଆରମ୍ଭ ହୋଇ ବିଭିନ୍ନ ରାଜ୍ୟ ଯାଏଁ ମାଡିଛି । ସବୁଠୁ ବଡ କଥା ହେଉଛି ମେଡିକାଲ କଲେଜ ମାନ୍ୟତା ପାଇଁ ରୋଗୀଠୁ ନେଇ ନକଲି ଅଧ୍ୟାପକ ସବୁ କିଛି ଉପରେ ମିଛ ତଥ୍ୟ ପ୍ରଦାନ କରାଯାଇ ଲାଇସେନ୍ସ ଦିଆଯାଉଥିଲା । ତେବେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହା ସବୁଠୁ ବଡ ଦୁର୍ନୀତି ମାମଲା ବୋଲି  ସିବିଆଇ ପକ୍ଷରୁ କୁହାଯାଇଛି ।